ମୁଣ୍ଡବିନ୍ଧା ଓ ଜ୍ୱର ହେବା ମାତ୍ରକେ ସର୍ବ ପ୍ରଥମେ ଆମେ ଯେଉଁ ଔଷଧ କୁ ସେବନ କରିଥାଉ ତାହା ହେଉଛି ପାରାସେଟାମଲ, ଏହା ଶରୀରରେ ଖୁବ ସହଜ ରେ ମିଶି ଯାଇଥାଏ ଏବଂ ଶରୀର ଉପରେ ପ୍ରଭାବ ଦେଖାଇବା ଆରମ୍ଭ କରିଦେଇ ଥାଏ, କିନ୍ତୁ ଏହାର ସାଇଡ ଇଫେକ୍ଟ ଜୀବନ ପ୍ରତି ବିପଦ ମଧ୍ୟ ଆଣିପାରେ l ଗୋଟିଏ ଷ୍ଟଡି ରୁ ଜଣାପଡିଛି ଯେ ପାରାସେଟାମଲ କେବଳ ଯନ୍ତ୍ରଣା ଦୂର କରିନଥାଏ ଏହା ମସ୍ତିଷ୍କ କୁ ନିଷ୍କ୍ରିୟ କରିଦେଇଥାଏ l
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ର ନିୟୁରୋଲୋଜି ଚିକିତ୍ସକ ଙ୍କ ମତରେ ପାରାସେଟାମଲ କେବଳ ଯନ୍ତ୍ରଣା ନିବାରଣ କରିନଥାଏ ସେମାନଙ୍କ ଜୀବନ ପ୍ରତି ବିପଦ ବଢ଼ାଇ ଦେଇଥାଏ l
* ଏହି ଗବେଷଣାରେ ୧୦୦ mg ପାରାସେଟାମଲ ନେଉଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଗୋଟିଏ ବେଳୁଁ ଫୁଲାଇବା ଟାସ୍କ ୫୦୦ ଜଣଙ୍କୁ ଦିଆଯାଇଥିଲା, ଏବଂ ସେମାନେ ପ୍ରାଣ ଲଗାଇ ଜିତିବାର ଚେଷ୍ଟା କରୁଥିଲେ l ଏହି ଅଧ୍ୟୟନ ଅନୁସାରେ କୁହାଯାଇଥିଲା ଯେ ଯେଉଁ ବ୍ୟକ୍ତିମାନେ ଅଧିକ ପାରାସେଟାମଲ ସେବନ କରୁଥିଲେ ଅଧିକ ରିସ୍କ ମଧ୍ୟ ସେଇମନେ ନେଉଥିଲେ l ଏହି ଅଧ୍ୟୟନ ରେ କୁହାଯାଇଥିଲା ଯେ ପାରାସେଟାମଲ ସେବନ କରିବା ପରେ ମନରେ ଭୟ ଓ ଭାବନା ହ୍ରାସ ପାଉଥିଲା l
ପାରାସେଟାମଲ ସେବନ ଦ୍ୱାରା ବିପଦ ପୁର୍ଣ ସାଇଡ ଇଫେକ୍ଟ –
– ଲିଭର ଡ୍ୟାମେଜ – ପାରାସେଟାମଲ ସେବନ ଅଧିକ କରିବା ଦ୍ୱାରା ଲିଭର ନଷ୍ଟ ହେବାର ସମ୍ଭାବନା ଅଧିକ ବୃଦ୍ଧି ହୋଇଯାଇଥାଏ l ଯେଉଁଥିରେ ଲିଭର ଫେଲିଅର , ଜଣ୍ଡିସ ଭଳି ଗମ୍ଭୀର ସମସ୍ୟା ଦେଖିବାକୁ ମିଳିଥାଏ l
– ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ଔଷଧ ର ଉପଯୋଗ କିଡ୍ନୀ ଫେଲିଅର ର କାରଣ ମଧ୍ୟ ହୋଇପାରେ ବୋଲି ଅଧୟନ ରେ କୁହାଯାଇଛି l
– ପାରାସେଟାମଲ ସେବନ ଦ୍ୱାରା ଶରୀରରେ ବ୍ଲଡ଼ ସେଲସ ର ସଂଖ୍ୟା ହ୍ରାସ ହୋଇଥାଏ, ଯାହାଦ୍ୱାରା ଦୁର୍ବଳ ଲାଗିବା ସହିତ ଇମ୍ୟୁନ ସିଷ୍ଟମ ମଧ୍ୟ ଖରାପ ହୋଇଯାଇଥାଏ l
– କିଛି ଲୋକ ଙ୍କର ଏଲର୍ଜୀ ସମସ୍ୟା ଦେଖିବାକୁ ମିଳିଥାଏ ଏବଂ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ l ଫୁସଫୁସ ଉପରେ ଖରାପ ପ୍ରଭାବ ମଧ୍ୟ ପଡିଥାଏ l ଯଦି ପୂର୍ବରୁ କିଡ୍ନୀ ଓ ଲିଭର ସମସ୍ୟା ରେ ପୀଡିତ ଅଛନ୍ତି ତେବେ ପାରାସେଟାମଲ ଖାଇବା ଉଚିତ ନୁହେଁ l