Odisha news

ସୁଶାନ୍ତ ସିଂହ କେସ୍ କୁ ନେଇ ସୁପ୍ରିମ କୋର୍ଟ ପହଞ୍ଚିଲେ ବିହାର ସରକାର

0

ନୂଆଦିଲ୍ଲୀ :ବଲିଉଡ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କର ଆତ୍ମହତ୍ୟା ମାମଲାରେ ବିହାର ସରକାର ସୁପ୍ରିମ କୋର୍ଟରେ ଏକ ଅର୍ଜି ଦାଖଲ କରିଛନ୍ତି ,ଯେଉଁଥିରେ ରାଜ୍ୟ ସରକାର କହିଛନ୍ତି ଯେ ବିହାର ପୋଲିସ ଦ୍ୱାରା ଯାଞ୍ଚ ହେଉଥିବା ମାମଲାକୁ ଜାରି ରହିବାକୁ ଦିଆଯାଉ l ସରକାର ରିୟା ଚକ୍ରବର୍ତ୍ତିଙ୍କର ଦାବିକୁ ବିରୋଧ କରିଛନ୍ତି ,ଯେଉଁଥିରେ ରିୟା କହିଛନ୍ତି ଯେ ଯେତେଦିନ ପର୍ଯ୍ୟନ୍ତ ତାଙ୍କର ଯାଚିକା ସୁପ୍ରିମ କୋର୍ଟରେ ରହିଛି ସେତେଦିନ ପର୍ଯ୍ୟନ୍ତ ବିହାର ପୋଲିସର ଯାଞ୍ଚକୁ ରୋକ ଲଗାଯାଉ l

ଏହା ମଧ୍ୟରେ ଆତ୍ମହତ୍ୟା କେଶରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀଙ୍କ ଉପରେ ସୁଶାନ୍ତଙ୍କ ପରିବାର ଗମ୍ଭୀର ଆରୋପ ଲଗାଇଛନ୍ତି l କେସ୍ କୁ ପାଟନାରୁ ବମ୍ବେ ଟ୍ରାନଫର କରିବା ପାଇଁ ସୁପ୍ରିମ କୋର୍ଟରେ ରିୟା ଯାଚିକ ଦାଖଲ କରିଛନ୍ତି l ରିୟାଙ୍କୁ ଆରୋପ ଯେ ପାଟନାରେ ଏଫଆଇଆର ଦର୍ଜ କରିବା ପାଇଁ ସୁଶାନ୍ତଙ୍କ ଭିଣୋଇ ଏଡିଜି ଓପି ସିଂହ ଜୋର ଦେଇଛନ୍ତି l ରିୟା ଚକ୍ରବର୍ତ୍ତିଙ୍କର ଏହା ମଧ୍ୟ ଆରୋପ ରହିଛି ଯେ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପଠାନିଙ୍କୁ ଓପି ସିଂହ ଓ ସୁଶାନ୍ତଙ୍କ ଭଉଣୀ ମିନୁ ରିୟାଙ୍କୁ ବିରୁଦ୍ଧରେ କହିବା ପାଇଁ କହିଥିଲେ l ରିୟାଙ୍କ କହିବା ଅନୁସାରେ ସିଦ୍ଧାର୍ଥ ମୁମ୍ବାଇ ପୋଲିସକୁ ସମସ୍ତ ତଥ୍ୟ ଦେଇଥିଲେ l ସିଦ୍ଧାର୍ଥ ମୁମ୍ବବାଇ ପୋଲିସକୁ ଇ-ମେଲ ଜରିଆରେ ଜୁଲାଇ ୨୨ ରେ ଓପି ସିଂହ ଓ ମିନୁ ଫୋନରେ ରିୟାଙ୍କା ଉପରେ ଖର୍ଚ କରl ଯାଇଥିବା ପଇସାର ହିସାବ ବିଷୟରେ ପ୍ରଶ୍ନ ଉଠାଇଥିଲେ l

ଏହା ମଧ୍ୟରେ ED ପାଟନା ପୋଲିସଠାରୁ ସୁଶାନ୍ତଙ୍କ ଏଫଆଇଆର ଡିଟେଲ ମାଗିଛି l ସୁଶାନ୍ତଙ୍କ ପିତା ଏଫଆଇଆରରେ ଦର୍ଶାଇଛନ୍ତି ଯେ ସୁଶାନ୍ତଙ୍କ ଆକାଉଣ୍ଡରୁ ପାଖାପାଖି ୧୫ କୋଟି ଟଙ୍କା ବାହାର କରାଯାଇଛି ,ଯାହାର ଆରୋପ ରିୟା ଚକ୍ରବର୍ତ୍ତିଙ୍କ ଉପରେ ଲଗାଯାଇଛି l ବିହାର ପୋଲିସ ମଧ୍ୟ ମୁମ୍ବାଇରେ ସୁଶାନ୍ତଙ୍କ ଆକାଉଣ୍ଡ ଯାଞ୍ଚ କରୁଛି l ଗତକାଲି ବାନ୍ଦ୍ରାରେ ଗୋଟିଏ ବ୍ୟାଙ୍କରେ ପୋଲିସ ସୁଶାନ୍ତଙ୍କ ଆକାଉଣ୍ଡ ଯାଞ୍ଚ କରିବାକୁ ଯାଇଥିଲା ,ବୁଧବାର ଦିନ ମଧ୍ୟ ଆଉ ଗୋଟିଏ ବ୍ୟାଙ୍କ ଆକାଉଣ୍ଡର ଯାଞ୍ଚ ହେଇଛି l

Leave A Reply