Odisha news

ସୁଶାନ୍ତ ସିଂଘଙ୍କ ଚଳଚିତ୍ର ଦିଲ ବେଚାରା ଗୀତ ରିଲିଜ : ଆସନ୍ତୁ ଜାଣିବା …..

0

ସୁଶାନ୍ତ ସିଂଙ୍ଘ ରାଜପୁତ ଓ ସଞ୍ଜନା ସଂଘୀଙ୍କର ଚଳଚିତ୍ର “ଦିଲ ବେଚାରା “ର ନୂଆ ଗୀତ ରିଲିଜ ହୋଇଛି l ଏହି ଗୀତରେ ସୁଶାନ୍ତ ଓ ସଞ୍ଜନାଙ୍କର କେମେଷ୍ଟ୍ରି ଦେଖିବାକୁ ମିଳିଛି l ଚଳଚିତ୍ରର ନିର୍ଦେଶକ ଓ ସୁଶାନ୍ତ ଙ୍କ ବନ୍ଧୁ ମୁକେଶ ଛଵାଡା ନିଜ ଇନ୍ଷ୍ଟଗ୍ରାମରେ ଗୀତଟିକୁ ସେୟାର କରିଛନ୍ତି l ଏହି ସୁନ୍ଦର ଗୀତଟିକୁ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଭିୟୁ ମିଳିଛି l ଏହି ଗୀତଟିକୁ ଅରଜିତ ସିଂ ଓ ଶାଶା ତ୍ରିପାଠୀ ସ୍ୱର ସଂଯୋଜନା କରିଛନ୍ତି ,ଏହି ଗୀତଟିକୁ ଅମିତାଭ ଭାଟାଚାର୍ଯ୍ୟ ରଚନା କରିଛନ୍ତି l ଏହି ଚଳଚିତ୍ରଟିରେ ଏ ଆର ରେହେମାନ ସଂଗୀତ ନିର୍ଦେଶନା ଦେଇଛନ୍ତି l

ସଞ୍ଜନା ମଧ୍ୟ ନିଜ ଇନ୍ଷ୍ଟଗ୍ରାମରେ ଏହି ଗୀତଟିକୁ ସେୟାର କରି ଲେଖିଛନ୍ତି ଯେ “ଆସ ଆମେ ତୁମକୁ ଖୋଲିକି ବଂଚିବାର ଶୈଳୀ ଶିଖାଇବୁ “l ଦିଲ ବେଚାରା ଚଳଚିତ୍ରକୁ ନେଇ ଦର୍ଶକ ମାନଙ୍କ ମନରେ ଅନେକ ଉତ୍କଣ୍ଠା ଦେଖା ଦେଇଛି l ଏହି ଚାଲ ଚିତ୍ରଟି ଜୁଲାଇ ୨୪ ତାରିଖରେ ହଟଷ୍ଟାର ଡ଼ିଜିନିରେ ରିଲିଜ ହେବ ଏହା ସୁଶାନ୍ତ ସିଂଘ ଶେଷ ଚଳଚିତ୍ର ଥିଲା l ଏଥିରେ ସେ ଜଣେ ଖୁସି ମିଜାଜର ଚରିତ୍ର ଭାବରେ ଅଭିନୟ କରିଛନ୍ତି l

Leave A Reply