ହିନ୍ଦୁ ଧର୍ମରେ ସୂର୍ଯ୍ୟ ଦେବଙ୍କୁ ଆଲୋକ ଓ ଶକ୍ତି ର ସ୍ରୋତ ବୋଲି କୁହାଯାଇ ଥାଏ l ଏହାଛଡା ସୂର୍ଯ୍ୟ ଦେବଙ୍କୁ ସ୍ୱାସ୍ଥ୍ୟ , ପିତା ଓ ଆତ୍ମା ର କାରକ ବୋଲି କୁହାଯାଇ ଥାଏ ୧ ଶାସ୍ତ୍ରରେ କୁହାଯାଇଛି ଯେ ନିୟମିତ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ସହିତ ପୂଜା କରିବା ଦ୍ୱାରା ସମସ୍ତ କଷ୍ଟ ରୁ ମୁକ୍ତି ମିଳିଥାଏ l ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ଘ୍ୟ ଭାବରେ ଦେବା ସମୟରେ କିଛିଟା ନିୟମ ରହିଥାଏ l
* ସୂର୍ଯ୍ୟ ଦେବ ଙ୍କୁ ଏହିଭଳି କରନ୍ତୁ ଜଳ ଦାନ -:
* ଶାସ୍ତ୍ର ଅନୁସାରେ ସକାଳୁ ସୂର୍ଯ୍ୟ ଦେବଙ୍କୁ ତମ୍ବା ପାତ୍ରରେ ୩ ଥର ଜଳ ଅର୍ପଣ କରାଯାଇ ଥାଏ l
* ଜଳ ୩ ଥର ଦେବା ପରେ ୩ ଥର ପରିକ୍ରମା କରିବେ l
* ୩ ଥର ପରିକ୍ରମା କରି ସାରିବା ପରେ ଭୂମି ସ୍ପର୍ଶ କରିବେ l
ସୂର୍ଯ୍ୟ ଦେବ ଙ୍କୁ କେତେବେଳେ ଦେବେ ଅର୍ଘ୍ୟ :-
* ସବୁବେଳେ ସକାଳୁ ଉଦିତ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ଜରୁରୀ l
* ସୂର୍ଯ୍ୟ ଦେବଙ୍କୁ ଜଳ ଦେବା ସମୟରେ ଆପଣଙ୍କ ମୁଖ ପୂର୍ବ ଦିଗକୁ ରହିବା ଜରୁରୀ l
* ସୂର୍ଯ୍ୟ ଦେବଙ୍କୁ ଜଳ ଦେବା ସମୟରେ ସେଥିରେ ହଳଦୀ , ଅରୁଆ ଚାଉଳ , ରକ୍ତ ଚନ୍ଦନ , ସିନ୍ଦୁର ଓ ନାଲି ପୁଷ୍ପ ରେ ଅର୍ଘ୍ୟ ଦେବେ l
ଏହି ମନ୍ତ୍ରକୁ ପାଠ କରନ୍ତୁ :-
* ‘ ଓଂ ହିଂ ହିଂ ସୂର୍ଯ୍ୟାୟ ସହସ୍ର କିରଣାୟ ମନୋବାଞ୍ଚିତ ଫଳମ ଦେହୀ ଦେହୀ ସ୍ୱାହା ‘ l
* ଓଂ ସୂର୍ଯ୍ୟ ସହସ୍ତ୍ରାଶଂ ତେଜୋ ରାସେ ଜଗତପତ୍ୟେ , ଅନୁ କମ୍ପୟେମାଂ ଭକ୍ତ୍ୟା , ଗୃହଣଙ୍ଗ ଦିବାକର ” l
* ଓଂ ବ୍ରହ୍ମା ସ୍ୱରୂପିଣେ ସୂର୍ଯ୍ୟ ନାରାୟଣେ ନମଃ ‘ l
* ‘ ଓଂ ଆରୋଗ୍ୟ ପ୍ରଦାୟକାୟ ସୂର୍ଯ୍ୟାୟ ନମଃ ” l
* ” ଓଁ ଘ୍ରଣିଂ ସୂର୍ଯ୍ୟାୟ ନମଃ ‘ l