ବାଲିପାଟଣା : ଆଜି ଅପରାହ୍ନ ରେ ବନମାଳୀପୁର ସ୍ଥିତ କୁଶଭଦ୍ରା ଉଚ୍ଚ ବିଦ୍ୟାଳୟ ପରିସର ରେ ବ୍ଲକ ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ କ୍ଲଷ୍ଟର ସ୍ତରରେ ପ୍ରତିଭା ପ୍ରଦର୍ଶନ କରି ବିଭିନ୍ନ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଉଦଯାପନ ଉତ୍ସବ କାର୍ଯ୍ୟକ୍ରମ ବ୍ଲକ ଶିକ୍ଷା ଅଧିକାରୀ ଅକାକ୍ଷା ପ୍ରିୟଦର୍ଶିନୀ ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଏଥିରେ ମୁଖ୍ୟ ଅତିଥି ଭାବରେ ଜୟଦେବ ବିଧାୟକ ଡ୍ ଅରବିନ୍ଦ ଢ଼ାଲି ଯୋଗଦେଇ ନାରୀ ପୁରୁଷ ସମାନ ଗତିରେ ଚାଲିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ। ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିଭାଗ ର ଉପ ନିର୍ଦ୍ଦେଶକ ଡ୍ ସନାତନ୍ ପଣ୍ଡା ଯୋଗଦେଇଥିଲେ।ଅନ୍ୟାନ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଭାଗିରଥି ପାତ୍ର,ବନମାଳୀପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅର୍ଣ୍ଣବ୍ ବେହୁରା,ଶିକ୍ଷକ ନେତା ରଶ୍ମି ରଞ୍ଜନ ପଣ୍ଡା,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଘୁନାଥ ଲେଙ୍କା ଓ ପ୍ରେସ୍ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା ଯୋଗଦେଇଥିଲେ।ସମଗ୍ର ବ୍ଲକ ର ୧୦ ଗୋଟି କ୍ଲଷ୍ଟର୍ ର ଛାତ୍ର ଛାତ୍ରୀ ଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏଥିରେ ଯୋଗ ଦେଇଥିଲେ। ରମାରଞ୍ଜନ ଦାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ପରିବେଷିତ ଶ୍ରେଷ୍ଠ ଅଭିନୟ ଗୋଷ୍ଠୀ କୁ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଛି।ଆସନ୍ତାକାଲି ଖୋର୍ଦ୍ଧା ଠାରେ ଜିଲ୍ଲା କାର୍ଯ୍ୟକ୍ରମ ରେ ସେମାନେ ଯୋଗ ଦେବେ।
ଶିଶୁ ମହୋତ୍ସବ ମିଲେଟ୍ସ ପ୍ରତିଯୋଗିତା କୁ ପୂର୍ବାହ୍ନ ରେ ଭାକରସାହି ସରପଞ୍ଚ ଚନ୍ଦ୍ରକାନ୍ତି ବେହେରା ଉଦଘାଟନ କରିଥିଲେ।ଏଥିରେ ଅନ୍ୟାନ୍ୟ ଅତିଥି ଭାବରେ ସମିତିସଭ୍ୟ କାହ୍ନୁ ଚରଣ ପାତ୍ର,ଖୋର୍ଦ୍ଧା ଜିଲ୍ଲା ଶିକ୍ଷକ ସଂଘ୍ ସଭାପତି ଜମେଶ୍ୱର ମଲ୍ଲିକ, କୋଷାଧ୍ୟକ୍ଷ ଆଲୋକ ରଂଜନ ସାହୁ,ପ୍ରଧାନ ଶିକ୍ଷକ ବିଜୟ ବେହେରା,ପ୍ରଦୀପ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ନୃତ୍ୟ ପ୍ରଦର୍ଶନରେ ରାଜସ ଗୋପବନ୍ଧୁ ହାଇ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ପ୍ରଥମ ହୋଇଥିବାରୁ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ।ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଫଳକ ସହିତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସମାଜସେବୀ ଭାଗିରଥି ପାତ୍ର ଙ୍କ ତରଫରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା