ଅନଲାଇନ କ୍ଲାସପାଇଁ ପୁରା ଫିସ୍ ନେବା ବିରୁଦ୍ଧରେ ସୁପ୍ରିମ କୋର୍ଟଙ୍କ ଶୁଣାଣି : ଆସନ୍ତୁ ଜାଣିବା କଣ କହିଲେ ସୁପ୍ରିମ କୋର୍ଟ ….
ନୂଆଦିଲ୍ଲୀ :ବର୍ତ୍ତମାନ ଦେଶରେ କରୋନା ମହାମାରୀ ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଅଛି l ତେଣୁ ସ୍କୁଲ ଗୁଡିକ ଅନଲାଇନରେ କ୍ଲାସ କରୁଛନ୍ତି l ସ୍କୁଲ କତୃପକ୍ଷ ଏପର୍ଯ୍ୟନ୍ତ ସ୍କୁଲ ଫିସ ବାବଦରେ ଅଭିଭାବକ ମାନଙ୍କୁ ସମ୍ପୂର୍ଣ ଫିସ ଦେବାପାଇଁ ଅନୁରୋଧ କରୁଛନ୍ତି l କିନ୍ତୁ ଅଭିଭକ ମାନେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି l ସୁପ୍ରିମ କୋର୍ଟ ଆଜି ତାଙ୍କର ଶୁଣାଣି ଦେଇ କହିଛନ୍ତି ଯେ ସବୁ ରାଜ୍ୟର ସ୍ଥିତି କରୋନା ସମୟରେ ଅଲଗା ଅଲଗା ପ୍ରକାରର l ଭଲ ହେବ ଯଦି ଅଭିଭାବକ ମାନେ ନିଜ ରାଜ୍ୟର ହାଇକୋର୍ଟରେ ଏହି ଯାଚିକା ଦାୟର କରିବେ l
ଓଡିଶା ,ପଞ୍ଜାବ ,ହରିୟାଣା ,ଦିଲ୍ଲୀ ,ଗୁଜୁରାଟ ,ମହାରାଷ୍ଟ୍ର ,ଉତ୍ତରାଖଣ୍ଡ ଓ ରାଜସ୍ଥାନର ଅଭିଭାବକ ସଂଘ ସୁପ୍ରିମ କୋର୍ଟରେ ଯାଚିକା ଦାୟର କରିଥିଲେ l ସେମାନଙ୍କର କହିବାର ଥୀଲାକି ଅନଲାଇନ କ୍ଲାସ ନିୟମିତ ସ୍କୁଲର ବିକଳ୍ପ ନୁହେଁ l ଏହି ପ୍ରକାର ପାଠପଢା ଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭକ ମାନଙ୍କର ଅନେକ ଅସୁବିଧା ହେଉଛି l
ସ୍କୁଲ କେବଳ ଫିସ ଅସୁଲ କରିବା ନାମରେ ଅନଲାଇନ କ୍ଲାସ ଆରମ୍ଭ କରିଛି l ଯାଚିକାରେ ଏହା ମଧ୍ୟ ଦର୍ଶାଯାଇଥିଲା ଯେ ଅନଲାଇନ କ୍ଲାସ ମାଧ୍ୟମରେ ସ୍କୁଲ ତୁଳନାରେ ବହୁତ କମ ଖର୍ଚ ହେଉଛି ,କିନ୍ତୁ ସ୍କୁଲ ପୁରା ଫୁଲଫିସ ଅସୁଲ କରିବା ପାଇଁ ଚାହୁଁଚି l
ଅଭିଭାବକ ମାନେ ଯାଚିକାରେ ଅନୁରୋଧ କରିଛନ୍ତି ଯେ ଯଦି ଏହି ସ୍କୁଲ ଫିସ କିଛିମାତ୍ରାରେ କମ କରା ଯାଆନ୍ତା ତେବେ ଭଲ ହୁଅନ୍ତା l କିମ୍ବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରୁ ଟିଉସନ ଫିସ ଆକାରରେ ନେବା ପାଇଁ ସ୍କୁଲ ମାନଙ୍କୁ ନିର୍ଦେଶ ଦିଆଯାଉ l ଆଜି ଚିଫ ଜଷ୍ଟିସ S.A BOBDE ଙ୍କ ଅଧକ୍ଷାତାରେ ଏହାର ଶୁଣାଣି ହୋଇଛି l
କୋର୍ଟ କହିଛନ୍ତି ଯେ ଅଭିଭାବକ ମାନେ ଏହି ମାମଲାକୁ ନେଇ ନିଜ ହାଇକୋର୍ଟକୁ ଯିବା ଆବଶ୍ୟକ l ଅଭିଭାବକ ମାନଙ୍କର ଓକିଲ କହିଥିଲେ ଯେ ସବୁ ରାଜ୍ୟର ହାଇକୋର୍ଟ ଗୁଡିକ ଅଲଗାଅଲଗା ରାୟ ଦେଉଛନ୍ତି l ପଞ୍ଜାବ ହରିୟାନାର ହାଇକୋର୍ଟ କହିଛନ୍ତି ଯେ ସ୍କୁଲ ତରଫରୁ ଧାର୍ଯ୍ୟ ହୋଇଥିବା ଫିସ ଅଭିଭାବକ ମାନେ ଦେବାକୁ ବାଧ୍ୟ l ଉତ୍ତରାଖଣ୍ଡ ହାଇକୋର୍ଟ ନିର୍ଦେଶ ଦେଲେ ଯେ ଅନଲାଇନ କ୍ଲାସ ପାଇଁ ଅଭିଭାବକ ମାନେ ପୁରାଫିସ ଦେବା ଦରକାର ନାହିଁ ଏହା ଭୁଲ ଅଟେ l ସେଥିପାଇଁ ଆମେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲୁ l
କିନ୍ତୁ ଚିଫ ଜଷ୍ଟିସ ସବୁ ଶୁଣି ସରିଲା ପରେ ରାୟ ଦେଇଥିଲେ ଯେ “ସବୁ ରାଜ୍ୟର ପରିସ୍ଥିତି କରୋନା ମହାମାରୀ ସମୟରେ ଅଲଗାଅଲଗା ପ୍ରକାରର l ସେଠାକାର ପରିସ୍ଥିତିକୁ ଦେଖି ହାଇକୋର୍ଟ ସେହି ଅନୁସାରେ ଆଦେଶ ଦେଇ ପାରିବେ l ଯଦି କାହାର ହାଇକୋର୍ଟଙ୍କ ଆଦେଶରେ ସମସ୍ୟା ହୁଏ ତେବେ ସେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ପାରିବେ ,ଏବଂ ଏହି ପ୍ରକାରର ଯାଚିକାରେ ସୁପ୍ରିମ କୋର୍ଟ ଶୁଣାଣି କରିବେ l ବର୍ତମାନ ଲାଗୁନାହିଁ ଯେ ସାରା ଦେଶରେ ସ୍କୁଲ ଗୁଡିକ ପାଇଁ କୋଉ ଗୋଟିଏ ନିୟମ ଲାଗୁ ହୋଇ ପାରିବ “l