ଆର,ଉଦୟଗିରି : ଶୁକ୍ରବାର ମୋହନା ୨୨ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ସେଥିରୁ ମୋହନା ସ୍ଥିତ ଢେପସାହି ଓ ମୋହନା ମେଡିକାଲକୁ ମିଶାଇ ସର୍ବାଧିକ ୨୨ଜଣ ପଜିଟିଭ ରହିଛନ୍ତି । କରୋନା ସଂକ୍ରମିତଙ୍କ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉଭୟ ଢେପସାହି ଓ ମୋହନା ମେଡିକାଲକୁ ସମ୍ପଣ୍ଣ ସିଲ କରିବା ସହ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ ଅନୁପମ ସାହା । ଗତ ୨ ତାରିଖରେ ମୋହନା ଢେପସାହି ଏକ ବାହାଘର ଭୋଜି ଆୟୋଜିତ ହୋଇଥିଲା । ଉକ୍ତ ଭୋଜିରେ ମୋହନା ଗାଁର କିଛି ପରିବାରଙ୍କ ସହ ଗଞ୍ଜାମ ଜିଲ୍ଲା ସିଙ୍ଗପୁର ଅଞ୍ଚଳରୁ କିଛି ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ । ପରେ ଉକ୍ତି ଭୋଜିକୁ ଯାଇଥିବା କିଛି ଲୋକେ ଅସୁସ୍ଥତା ହେବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହି ଖବର ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ସୁଚନା ପାଇ ଢେପସାହିରେ ପହଞ୍ଚଥିଲେ ।
ବାହାଘର ଭୋଜିରେ ଯୋଗଦେଇଥିଲେ । ପରିବାରଙ୍କ ନାମ ଠିକଣା ସଂଗ୍ରହ କରିବା ପରେ ସ୍ବାବ ପରିକ୍ଷା କରାଯାଇଥିଲା । ଶୁକ୍ରବାର ସରକାରୀ ରିପୋର୍ଟ ଆସିବା ପରେ ଉକ୍ତି ସାହି ସମେତ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ସମୁଦାୟ ୨୨ ଜଣ ପଜିଟିଭ ଥିବା ଜଣାପଡିଛି । ସଂକ୍ରମିତଙ୍କ ସଂଖ୍ୟା ମୋହନା ସହରରେ ନୂତନ ଭାବେ ବୃଦ୍ଧି ପାଇଥିବା ହେତୁ ଜିଲ୍ଲାପାଳ ଉଭୟ ମୋହନା ମେଡିକାଲ ଓ ଢେପାସାହି, ବାଢେଇପୁର, ଧନୁପଙ୍କା , ଗୁଡ୍ରିଗୁଡା ଗାଁକୁ ଯାତାୟତ ରାସ୍ତା ସମ୍ପୂଣ୍ଣ ସିଲ କରି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ସେହି ବାହାଘର ଭୋଜିରେ ପଜିଟିଭ ବାହାରିଥିବା ପରିବାର ଲୋକେ କାହା କାହା ସଂଷ୍ପର୍ଶରେ ଆସିଛନ୍ତି ପ୍ରଶାସନ ଚିନ୍ତା ବଢାଇଦେଇଛି । କଣ୍ଟେନମେଣ୍ଟ ଜୋନ ଘୋଷଣା ହେବା ପରେ ମୋହନା ବିଡିଓ ବଂଶୀଧର ଖୋସଲାଙ୍କ ନିର୍ଦେଶ କ୍ରମେ ଉକ୍ତ ସାହିକୁ ଅଗ୍ନିଶମ ବିଭାଗ ଦ୍ବାରା ବିଶୋଧନ କରାଯାଇଛି । ସମସ୍ତ ଅତିଆବଶ୍ୟକୀୟ ସାମଗ୍ରୀ ସାହି ବାସିନ୍ଦାଙ୍କୁ ପ୍ରଶାସନ ତରଫରୁ ଯୋଗାଇ ଦେବା ଲାଗି ବ୍ୟବସ୍ଥା କରାଯାଇଥିବା ମୋହନା ବିଡିଓ ଶ୍ରୀ ଖୋସଲା କହିଛନ୍ତି ।
