ନୂଆଦିଲ୍ଲୀ :ମଧ୍ୟପ୍ରଦେଶରୁ ଗୋଟିଏ ଅଦ୍ଭୁତ ଅନ୍ଧବିଶ୍ୱାସ ମାମଲା ସାମ୍ନାକୁ ଆସିଛି l ଏଠାରେ ଅନ୍ଧବିଶ୍ୱାସ ପିତା ପୁତ୍ରଙ୍କ ଜୀବନ ନେଇଛି l ଏହି ଘଟଣାଟି ରତନଲାଲ ଜିଲ୍ଲାରୁ ଆସିଛି l ସେଠାରେ ରହୁଥିବା ସରପଞ୍ଚ କାଞ୍ଜି ଖରାଦିଙ୍କ ଝିଅ ସୀମା ଓ ନାତି ସାଗରର ୨୨ ଫେବୃଆରୀରେ ବିଭାହ ହେବାରଥିଲା lଫେବୃଆରୀ ୧୬ ତାରିଖ ଦିନ ତାଙ୍କର ହଳଦୀ ଲଗା କାର୍ଯ୍ୟକ୍ରମ ହୋଇଯାଇଥିଲା l ସମସ୍ତ ବନ୍ଧୁବାନ୍ଧବ ମଧ୍ୟ ଘରକୁ ଆସିଥିଲେ l ଘରେ ସମସ୍ତେ ଖୁସି ଥିଲେ l ଏହି ସମୟରେ ଘରେ ଗୋଟିଏ ଅଦ୍ଭୁତ ଘଟଣା ଘଟିଥିଲା l ଏହି ପରିବାରର ଜଣେ ସଦସ୍ୟ ଯିଏ ପେସାରେ ଜଣେ ଡାକ୍ତର ଅଟନ୍ତି ସିଏ ଅଚାନକ କିଛି ଅଦ୍ଭୁତ କାର୍ଯ୍ୟକଳାପ ଆରମ୍ଭ କଲେ l ଯାହାକୁ ପରିବାର ସଦସ୍ୟ ତନ୍ତ୍ରମନ୍ତ୍ର ଓ ଭୁତପ୍ରେତର ସମସ୍ୟା ବୋଲି ଆଖ୍ୟା ଦେଇଥିଲେ l ଏହି ଡାକ୍ତର ଜଣଙ୍କ ହେଉଛନ୍ତି କାଞ୍ଜି କରାଦିଙ୍କ ପୁଅ l ଜଣେ ତାନ୍ତ୍ରିକ କହିଲେ ଯେ ଡାକ୍ତରଙ୍କ ଉପରେ ଭୁତପ୍ରେତଙ୍କ ପ୍ରଭାବ ରହିଛି l ଏହି ପରିସ୍ଥିତିରେ ତାନ୍ତ୍ରିକଙ୍କ କହିବା ମୁତାବକ ପରିବାର ସଦସ୍ୟମାନେ ଡାକ୍ତର ରାଜାରାମଙ୍କୁ ପୂଜାବିଧି କରି ମାରିବାକୁ ଲାଗିଲେ l
ଘଟଣା ପରେ ଶନିବାର ଦିନ ୧୧ ଟା ବେଳକୁ ଉକ୍ତ ଡାକ୍ତରଙ୍କ ଅବସ୍ଥା ଶୋଚନୀୟ ହେବାରୁ ଜିଲ୍ଲା ଚିକିତ୍ସାଳୟକୁ ନିଆ ଯାଇଥିଲା ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା l ଦ୍ୱିପହର ସମୟରେ ଡାକ୍ତରଙ୍କ ୩ବର୍ଷ ପୁଅ ଆଦର୍ଶକୁ ମଧ୍ୟ ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ,ଯେଉଁଠାରେ ତାକୁ ମଧ୍ୟ ମୃତ ଘୋଷଣା କାରଗାଲା l ଡାକ୍ତରଙ୍କ ପିଠି ,ଛାତି ,ମୁହଁ ଓ ହାତରେ ଆଘାତ ଲାଗିଥିଲା ଓ ତାଙ୍କ ପୁଅର ପିଠିରେ ମଧ୍ୟ ଆଘାତ ଲାଗିଥିଲା l ଶବ ବ୍ୟବଚ୍ଛେଦ ପରେ ଉଭୟଙ୍କୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା l ଉକ୍ତ ଡାକ୍ତର ଜଣଙ୍କ ଜଣେ ହୋମିଓପାଥି ଡାକ୍ତର ଅଟନ୍ତି l ଉକ୍ତ ଡାକ୍ତରଙ୍କ ପତ୍ନୀ ମଧ୍ୟ ଏଥିରେ ଆହତ ହୋଇଛନ୍ତି l ପୋଲିସର ସୂଚନା ଅନୁସାରେ ତନ୍ତ୍ରୀଙ୍କ କହିବା ମୁତାବକ ଉକ୍ତ ଡାକ୍ତରଙ୍କର ଝଡା ଫୁଙ୍କା ହୋଇ ତନ୍ତ୍ରୀଙ୍କ ମାଡ଼ ଆଘାତରେ ଏପରି ଘଟଣା ଘଟିଛି l ପୋଲିସ କିଛି ପରିବାର ସଦସ୍ୟଙ୍କୁ ଗିରଫ ମଧ୍ୟ କରିଛି l
