କୋଦଳା (susant pattanaik) : ରବିବାର ଅପରାହ୍ନନରେ ଗଂଜାମ ଜିଲ୍ଲା କୋଦଳା ନିକଟସ୍ଥ ଖରଖରୀ ନାଳ ନିକଟରେ ଏକ ଜମିରେ କୌଣସି କାରଣ ବଶତଃ ନିଆଁ ଲାଗି ପ୍ରାୟ ଦୁଇ ଏକର ଧାନ ଫସଲ ପୋଡି ପାଉଁଶ ହେଇ ଯାଇଛି। ସୂଚନା ଅନୁସାରେ କୋଦଳା ଗୌଡ଼ ସାହି ଧନୁ ପରିଡା ଦୁଇ ଏକର ଫସଲ ଧାନ ବିଲରେ ଗଦାକରି ଥିବା ବେଳେ ଆଜି କୌଣସି କାରଣରୁ ସେଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଲୋକ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଖବର ପାଇ କୋଦଳା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଧନର ଆନୁମାନିକ ମୂଲ୍ୟ ପ୍ରାୟ ସତୁରୀ ହଜାରରରୁ ଅଧିକ ହେବ ବୋଲି କୁହାଯାଉଛି। |ଉକ୍ତ ଚାଷୀ ଜଣକ ଗରିବ ଶ୍ରେଣୀର ହୋଇ ଥିବାରୁ ସରକାର ଏହାର କ୍ଷତି ପୂରଣ କରିବା ପାଇଁ ଦାବି ହୋଇଛି |