ମଙ୍ଗଳବାର ଦିନଟି ସଙ୍କଟମୋଚନ ହନୁମାନଙ୍କୁ ସମର୍ପିତ ଅଟେ, ଏହିଦିନ ପ୍ରଭୁଙ୍କର ବିଧିବିଧାନ ଭାବରେ ପୂଜା କରାଯାଇ ଥାଏ ଓ ଏବଂ ଅନେକ ପରିବାର ରେ ସୁଂଦରକାଣ୍ଡ ମଧ୍ୟ ପାଠ କରାଯିବାର ବିଧାନ ରହିଥାଏ l ସୁନ୍ଦରକାଣ୍ଡ ବିଶେଷ ଭାବରେ ଶ୍ରୀମଦ ରାମାୟଣ ର ଗୋଟିଏ ଅଂଶ ଅଟେ l ଏଥିରେ ପ୍ରଭୁ ହନୁମାନଙ୍କ ର ଲଙ୍କା ଯାତ୍ରା ଓ ମା ସୀତା ଙ୍କୁ ଠାବ କରି ପ୍ରଭୁ ଶ୍ରୀରାମ ଙ୍କ ସନ୍ଦେଶ ଦେଇ ଫେରି ଆସିବା କୁ ନେଇ ବର୍ଣିତ ହୋଇଛି l ତୁଳସୀ ଦାସ ଙ୍କ ଦ୍ୱାରା ସୁନ୍ଦରକାଣ୍ଡ ସବୁଠୁ ଲୋକପ୍ରିୟ ଓ ମହତ୍ୱପୁର୍ଣ ବୋଲି କୁହାଯାଇ ଥାଏ l
– ମାନ୍ୟତା ରହିଛି ଯେଉଁ ବ୍ୟକ୍ତି ନିୟମିତ ଅନ୍ତରାଳ ରେ ନିଜ ଘରେ ସୁନ୍ଦରକାଣ୍ଡ ପାଠ କରିଥାଏ ତାକୁ ହନୁମାନ ଙ୍କ କୃପା ପ୍ରାପ୍ତି ହୋଇଥାଏ l କିନ୍ତୁ ଏହି ସୁନ୍ଦରକାଣ୍ଡ କୁ ପଢିବାରେ କିଛି ନିୟମ ମଧ୍ୟ ରହିଛି ଯାହାକୁ ଆମେ ନିହାତି ଜାଣି ରଖିବା ଜରୁରୀ l ତେବେ ଆସନ୍ତୁ ଆଜି ଏହି ବିଷୟରେ ଜାଣିବା l
– ଯଦି ଆପଣ ଜୀବନରେ ଶୁଭଫଳ ଓ ଭଲ ସମୟ ପାଇବାକୁ ଚାହୁଁଛନ୍ତି ତେବେ ଏହାକୁ ମଙ୍ଗଳବାର କିମ୍ବା ଶନିବାର ଦିନ ପାଠ କରିବା ଆରମ୍ଭ କରନ୍ତୁ l ସୁଫଳ ମିଳିବ l
– ଯେବେବି ସୁନ୍ଦରକାଣ୍ଡ ପାଠ କରୁଛନ୍ତି ତା ପୂର୍ବରୁ ପ୍ରଭୁ ହନୁମାନ ଙ୍କୁ ବିଧିବଦ୍ଧ ଭାବରେ ପୂଜାର୍ଚନା କରନ୍ତୁ l ଏହାଛଡା ପ୍ରଭୁ ଶ୍ରୀରାମ ଓ ମାତା ସୀତା ଙ୍କୁ ମଧ୍ୟ ସ୍ମରଣ କରିବା ଜରୁରୀ l
– ସୁନ୍ଦରକାଣ୍ଡ ପାଠ କରିବା ପୂର୍ବରୁ ହନୁମାନ ଙ୍କ ନିକଟରେ ନାଲି ପୁଷ୍ପ, ଫଳ-ମୂଳ, ନାଲି ଲଡୁ, ନାଲି ସିନ୍ଦୁର ଅର୍ପଣ କରିବା ଜରୁରୀ l ଏବଂ ଗଣେଶ ଙ୍କ ବନ୍ଦନା ମଧ୍ୟ ନିହାତି କରିବା ଜରୁରୀ l
– ସୁନ୍ଦରକାଣ୍ଡ ପାଠ କରିବା ସମୟରେ ତୁଳସୀ ଦାସ ଙ୍କ ଦ୍ୱାରା ରଚିତ ରାମଚରିତ ମାନସ ମଧ୍ୟ ପୂଜା କରିବା ଆବଶ୍ୟକ, ଏବଂ ସୁନ୍ଦରକାଣ୍ଡ ପାଠ କରିବା ସମୟରେ ତୁଳସୀ ହନୁମାନଙ୍କୁ ଅର୍ପଣ କରନ୍ତୁ l ଏବଂ ଘିଅ ଦୀପ ପ୍ରଜ୍ବଳନ କରନ୍ତୁ l
