Odisha news

ଏହି ୮ଟି ଅଭ୍ୟାସ ଛୋଟ ବେଳରୁ ନିହାତି ନିଜ ପିଲା ମାନଙ୍କୁ ପ୍ରତ୍ୟେକ ମାତା-ପିତା ଶିଖାଇବା ଜରୁରୀ, ଯାହା ତାଙ୍କ ସନ୍ତାନ କୁ ଗୋଟିଏ ଆଦର୍ଶ ମଣିଷ କରିବ

0

ପିଲା ମାନଙ୍କର ପ୍ରଥମ ଶିକ୍ଷକ-ଶିକ୍ଷୟତ୍ରୀ ପିତା-ମାତା ଅଟନ୍ତି l ଯାହା ପିଲା ମାନଙ୍କର ଶାରୀରିକ ଓ ମାନସିକ ବିକାଶ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ଛୋଟ ବେଳରୁ କିଛି ସାମାନ୍ୟ ଲାଗୁଥିବା କଥା ଶିଖାଇବା ନିହାତି ଜରୁରୀ, ଯାହାକି ମାତା-ପିତା ଙ୍କ ଖୁବ ଜରୁରୀ l ଆମେ ଆପଣଙ୍କୁ ଆଜି ଏଭଳି ୮ଟି କଥା କହୁଚୁ ଯାହା ପ୍ରତ୍ୟେକ ମା ବାପା ନିହାତି ଜାଣିବା ଜରୁରୀ l

– ପିଲାଟି ବେଳରୁ ନିଜ ପିଲାକୁ ଗୁରୁଜନଙ୍କ ସମ୍ମାନ କରିବା ନିହାତି ଶିଖାଇବା ଜରୁରୀ l ଯାହାକି ବଡ଼ ହେଲେ ସେମାନଙ୍କ ମଧ୍ୟରେ ଗୋଟିଏ ଆଦର୍ଶ ଭରିଥାଏ l ଏବଂ ଦୁନିଆରେ ସମ୍ମାନ ମଧ୍ୟ ଦେବାରେ ସାହାଯ୍ୟ କରିଥାଏ l ଏହାଛଡା ପ୍ରତ୍ୟେକ ବ୍ୟକ୍ତିଙ୍କ ଆଦର ସମ୍ମାନ କରିବାକୁ ମଧ୍ୟ ପ୍ରବର୍ତାନ୍ତୁ l

– ଛୋଟ ପିଲାଙ୍କୁ ନିହାତି ପିତା-ମାତା ସେୟାର କରିବା ଶିଖାଇବା ଜରୁରୀ, କେବଳ ଭୌତିକ ଜିନିଷ ନୁହେଁ, ସମୟ ମଧ୍ୟ ଅନ୍ୟ ମାନଙ୍କ ପାଇଁ ବାହାର କରିବା ମଧ୍ୟ ସବୁଠୁ ଜରୁରୀ l ଏହା ପିଲାଟି ବେଳରୁ ପିତାମାତା ଶିଖାଇବା ଆବଶ୍ୟକ l

– କିଛି ପିଲାଙ୍କର ଅଭ୍ୟାସ ରହିଥାଏ ଅନ୍ୟର କଥାକୁ କାନେଇ ଶୁଣିବା ଓ ସେମାନଙ୍କ କଥାରେ ମୁଣ୍ଡ ପୁରାଇବା l ଏହା ଠିକ ନୁହେଁ , ଏହା ପିଲାଙ୍କ ମନରେ ଖରାପ ପ୍ରଭାବ ପକାଇ ଥାଏ l କିନ୍ତୁ ପିଲାଙ୍କୁ ସବୁବେଳେ ଗୁରୁଜନ ମାନେ ତାଙ୍କୁ କହୁଥିବା କଥା ମନଦେଇ ଶୁଣିବା ଜରୁରୀ ବୋଲି କୁହନ୍ତୁ l

– ପିଲାଙ୍କ ସମୁଖରେ ଅପଶବ୍ଦ ର ବ୍ୟବହାର କରନ୍ତୁ ନାହିଁ, କାହିଁକି ପିଲାମାନେ ବଡ଼ ହେବା ପରେ ସେଭଳି ଶବ୍ଦ ଆପଣଙ୍କ ସମୁଖରେ ପ୍ରୟୋଗ କଲେ ହୁଏତ ଆପଣଙ୍କୁ କଷ୍ଟ ଲାଗିପାରେ l

– ପିଲାମାନେ ସବୁବେଳେ ନିଜ କାମ ନିଜେ କରିବା ଜରୁରୀ l ତେବେ ଯାଇ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ l ଯେପରିକି ନିଜ ବହି ନିଜେ ସଜାଡ଼ିବା, ଖାଇ ସାରିବା ପରେ ନିଜ ପ୍ଲେଟ ନିଜେ ଉଠାଇବେ, ନିଜ ଜୋତା-ଚପଲ ନିଜ ଦାୟିତ୍ୱ ରେ ରଖିବା ଇତ୍ୟାଦି l

– ଛୋଟ ବେଳରୁ ପିଲାଙ୍କୁ ଶିଖନ୍ତୁ କାହାରି ବିନା ପରମିସନ ରେ ତାର ଜିନିଷକୁ ଛୁଇଁବା ଉଚିତ ନୁହେଁ, ଏବଂ ଯାହାର ଜିନିଷ ବ୍ୟବହାର କରୁଛନ୍ତି ତାକୁ ହିଁ ଫେରାଇ ଦିଅନ୍ତୁ l କାହିଁକି ନା କିଛି ପିଲାଙ୍କର ଅଭ୍ୟାସ ରହି ଥାଏ ଅନ୍ୟର ଜିନିଷ କୁ ଅଧିକାର ଜମେଇ ମାଡି ବସିବା l

– ସବୁବେଳେ ନିଜ ପିଲାଙ୍କୁ ଅନ୍ୟର ସାହାଯ୍ୟ କରିବାକୁ ଶିଖାଇବା ଜରୁରୀ, କାହିଁକିନା ଆଜିକାଲି ଏହା ଖୁବ କମ ଦେଖିବାକୁ ମିଳୁଛି, ତେଣୁ ଅନ୍ୟକୁ ସାହାଯ୍ୟ କଲେ ହିଁ ଆମେ ଜୀବନରେ ଆଗକୁ ବଢି ପରିବା l

Ad2
Leave A Reply