Odisha news

୫ ମାସ ପରେ ପୁନଃ ଆରମ୍ଭ ହେଲା ସୂର୍ଯ୍ୟମନ୍ଦିରରେ ବାଲି କଢା କାର୍ଯ୍ୟ, ଗର୍ଭଗୃହରୁ ଖୁବ ଶୀଘ୍ର ବାହାରିବ ବାଲି  ,୧୨୦ ବର୍ଷ ପରେ ଖୋଲିବ ସୂର୍ଯ୍ୟମନ୍ଦିର ର ଗର୍ଭଗୃହର ପ୍ରବେଶ ପଥ

0
୧୩ ଶହ ଶତାବ୍ଦୀ ର ନିର୍ମିତ  ବିଶ୍ୱଐତିହ୍ୟ  କୋଣାର୍କ ସୂର୍ଯ୍ୟମନ୍ଦିର  ଗର୍ଭ ଗୃହ ଦୀର୍ଘ ୧୨୦ ବର୍ଷ ପରେ  ପୁଣି ଖୋଲାହେବା ପାଇଁ ଐତିହାସିକ ନିଷ୍ପତି ଏଏସଆଇ ପକ୍ଷରୁ ନିଆଯାଇ ଗତ ଜାନୁୟାରୀ ୩ତାରିଖରୁ ବାଲି କଢା କାର୍ଯ୍ୟ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିଥିଲା ।ମାତ୍ର କୌଣସି କାରଣ କୁ ନେଇ ଏହି ବାଲି କଢା କାର୍ଯ୍ୟ ଏ ଏସ ଆଇ ପକ୍ଷରୁ ଦୀର୍ଘ ଦିନ ପାଇଁ ବନ୍ଦ ରଖାଯାଇଥିଲା ।ଆଜି ରବିବାର ଏଏସଆଇ ପକ୍ଷରୁନିଯୁକ୍ତ ଠିକାଦାର ଦ୍ୱାରା ୫ମାସ ପରେ ପୁନର୍ବାର କ୍ରେନ ସାହାଯ୍ୟରେ ବଡ଼ ବଡ଼ ଲୁହା ବିମ ସବୁ ଲଗାଯାଇ କାର୍ଯ୍ୟ କରାଯାଉଛି। ମାର୍ଚ୍ଚ ମାସରୁ ବନ୍ଦ ରହିବାରୁ ଏବେ  ମନ୍ଦିର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ ଲଗାଯାଇଛି। ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ାରୁ ଗର୍ଭଗୃହରେ ରହିଥିବା ବାଲି ଗୁଡିକୁ ପର୍ଯ୍ୟାୟ କ୍ରମେ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ବାହାର କରାଯାଇ ପାଦଦେଶରୁ ପାଇପ ସାହାଯ୍ୟରେ ବାଲି ଗୁଡିକ ସ୍ୱତନ୍ତ୍ର ରାସ୍ତା ଦେଇ ଉତ୍ତର ପଶ୍ଚିମ କୋଣରେ  ଏହାକୁ ସୁରକ୍ଷିତ ଭାବେ ରଖାଯିବ । ବାଲି ନିଷ୍କାସନ କାର୍ଯ୍ୟ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ବାର  ସବୁଦିନ ପାଇଁ ଖୋଲିଦିଆଯିବ ବୋଲି ଜଣାପଡିଛି ।  ସୂଚନା ଥାଉକି କୋଣାର୍କ ସୂର୍ଯ୍ୟମନ୍ଦିର ର କୁ ଇଂରେଜମାନେ ଉଦ୍ଧାର କରିବା ପରେ ସୂର୍ଯ୍ୟମନ୍ଦିର ର ଜଗମୋହନ ମନ୍ଦିର ରୁ ପଥର ଖସିବାକୁ ନେଇ ଏହାକୁ ସୁରକ୍ଷିତ ରଖିବା ପାଇଁ ସୂର୍ଯ୍ୟମନ୍ଦିର ର ଗର୍ଭଗୃହ ରେ ସେମାନେ ଉପାୟ ନପାଇ ୧୯୦୩ ମସିହାରୁ ୧୯୦୯ ମସିହାମଧରେ  ଜଗମୋହନ ମନ୍ଦିର ର ଗର୍ଭଗୃହ ରେ ସମ୍ପୁର୍ଣ  ବାଲି ପୁରାଇ ଦେଇ ଏହାର ସମସ୍ତ ପ୍ରବେଶ ପଥ ଗୁଡିକୁ ସିଲି କରିଦେଇଥିଲେ । ମାତ୍ର କୋଣାର୍କ ସୁରକ୍ଷାସମିତି ର ପୂର୍ବତନ ସଭାପତିସ୍ବର୍ଗତ  ବାଦଲ ଦାଶ ଙ୍କର ଦୀର୍ଘ ଦିନର ଆନ୍ଦୋଳନ ଗର୍ଭ ଗୃହ ରୁ ବାଲି କାଢି ସର୍ବସାଧାରଣ ପାଇଁ ପ୍ରବେଶ ପଥ  ଖୋଲିବାପାଇଁ ଦାବି ଓ କଟକର ବରିଷ୍ଠ ଆଇନିଜୀବୀ ଙ୍କର ଏହାକୁ ନେଇ ପିଏଲଆଇ କୁ ନେଉ ମାନ୍ୟବର ହାଇକୋର୍ଟ ଦ୍ୱାରା ନିଯୁକ୍ତ ଆମିକ୍ସକ୍ୟୁରି ସୂର୍ଯ୍ୟମନ୍ଦିର ପରିଦର୍ଶନକରି ସମସ୍ତ ତଥ୍ୟ ସଂଗ୍ରହ କରି ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢାଗଲେ କୌଣସି ପ୍ରକାର  ବିପଦ ନଥିବା ପରାମର୍ଶ ଦେବା ପରେ ଓ କେନ୍ଦ୍ର ପାର୍ଲିଆମେଣ୍ଟ କମିଟି ର ପରାମର୍ଶ କ୍ରମେ ଏଏସଆଇ ପକ୍ଷରୁ କୋଣାର୍କ ସୂର୍ଯ୍ୟମନ୍ଦିର ର ଗର୍ଭଗୃହ ରୁ ଖୋଲାଯିବା ନିମନ୍ତେ  ଐତିହାସିକ ନିଷ୍ପତି ନିଆଯାଇ ଦୁଇବର୍ଷ ହେବ ବିଭିନ୍ନ ବିଭାଗର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଇଂଜିନିଅର ଙ୍କୁ ନେଇ ସର୍ଭେ କରାଯାଇ ସମସ୍ତ ତଥ୍ୟ ସଂଗ୍ରହ କରାଯିବା ପରେ ଏ ଏସ ଆଇ ପକ୍ଷରୁ ସୂର୍ଯ୍ୟମନ୍ଦିର ର ଗର୍ଭଗୃହ ରୁ ବାଲି କଢ଼ାଯିବା ପାଇଁ ନିଷ୍ପତ୍ତି ନିଆଯାଇ ଗତ ସେପ୍ଟେମ୍ବର ମାସ ଗୁରୁବାର ଦିନ ସଖାଲୁ ସୂର୍ଯ୍ୟମନ୍ଦିିର ର ଉତ୍ତର ଦିଗ ପଟ ଗର୍ଭ ଗୃହ ଦ୍ୱାର ନିକଟରେ  ବାସ୍ତୁ ପୂଜାଅର୍ଚ୍ଚନା ସହିତ ହୋମଯଜ୍ଞା କରାଯାଇଥିଲା। ।ପ୍ରଥମେ ସୂର୍ଯ୍ୟମନ୍ଦିର ଜଗମୋହନ ମନ୍ଦିର ର ଉପରି ଭାଗ ପଶ୍ଚିମ ଦିଗରେ ୫ଫୁଟ ×୬ ଫୁଟ ରେ ଏକ ସ୍ୱତନ୍ତ୍ର ଟନେଲ ପଥର କଟାଯାଇ କରାଯିବ ,ତାପରେ ସୁରକ୍ଷିତ ଭାବେ ଗର୍ଭଗୃହ ମଧ୍ୟରେ ଥୁବା ବାଲି ଗୁଡିକୁ ସ୍ବତନ୍ତ ଲିଫ୍ଟ ମାଧ୍ୟମରେ ସେଠାରୁ ସ୍ଥାନାନ୍ତରିତ କରାଯିବ ।ଏନେଇ ପ୍ରଥମେ  ଏଏସଆଇ ପକ୍ଷରୁ  ନିଯୁକ୍ତ ବିିଡିଆର ପ୍ରାଇଭେଟଲିମିଟେଡ଼ ପକ୍ଷରୁ ବରିଷ୍ଠ ଇଂଜିନିଅର ଓ ଆର୍ଟିଟେକ ଡିଜାଇନର ଲୋକନାଥ ବେହେରା ଙ୍କ ତତ୍ୱାବଧାନ ରେ ଓ ଏ ଏସଆଇ ର ଉଚ ଇଂଜିନିଅର ଙ୍କ ଉପସ୍ଥିତି ରେ ବିଡ଼ିଆର ନିର୍ମାଣ ଦ୍ଵାରା  ସ୍ୱତନ୍ତ୍ର ଧାତୁ ରେ ନିର୍ମିତ ପ୍ଲାଟଫର୍ମ ଗୁଡିକୁ ଗର୍ଭଗୃହ ରେ ପର୍ଯ୍ୟାୟ କ୍ରମେ  ଲଗାଯାଇ ଜଗମୋହନ ମନ୍ଦିର  କୁ ସୁରକ୍ଷିତ ଓ ସୃଦୃଢ଼ କରାଯିବା ପରେ ଦୀର୍ଘ ଦିନରୁ ସୁରକ୍ଷିତ ପ୍ରାଚେରୀ ସଦୁର୍ଶ୍ୱ ଦୀର୍ଘ ବର୍ଷ ହେବ ପଡି ରହିଥିବା ଏହି ବାଲି ଗୁଡିକୁ କଢ଼ାଯିବ।
Leave A Reply