ଢ଼େଙ୍କିକୋଟ ତା ୨୯. ୮. ୨୩ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବଡ଼ ଜାମୁପସି ପଞ୍ଚାୟତ ର ବାଇଗଣପାଳ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଅଭାବ ତଥା ଦାରିଦ୍ର ଭିତରେ ସନ୍ତୁଳିତ ହେଉଥିବା ନିର୍ମଳ ନାଏକ ( ୩୩) ଆଜକୁ ଆଠଦିନ ହୋଇଗଲାଣି ନିଖୋଜ ଅଛନ୍ତି l ସେ ଯୋଗେନ୍ଦ୍ର ନାଏକ କଂ ପୁତ୍ର ଅଟନ୍ତି l ସେ କେରଳ କୁ ତାଂକ ଘରପାଖ ଲୋକ ସହିତ ଦାଦନ ଖଟିବାକୁ ଗତ ୨୨ ତାରିଖ ରେ ଘରୁ ବସ୍ ଯୋଗେ ଭୁବନେଶ୍ବର ଯାଇ ସେଠାରୁ ଟ୍ରେନ୍ ଯୋଗେ କେରଳ ଯାଉଥିଲେ l ତେବେ କେରଳ ଯିବା ରାସ୍ତାରେ ଏକ ଷ୍ଟେସନ ରେ ଓଲ୍ହାଇ କୁଆଡେ ଚାଲିଯାଇଥିଲେ l ତାଂକ ସାଙ୍ଗ ଖୋଜାଖୋଜି କଲା ପରେ ବି ତାଂକୁ ପାଇନଥିଲେ l ଏ ସଂକ୍ରାନ୍ତରେ ସେ ନିର୍ମଳ ର ପରିବାର ଲୋକ କୁ ଜଣାଇଛନ୍ତି l ନିର୍ମଳ ର ପରିବାର ଲୋକମାନେ ନିଖୋଜ ସମ୍ପର୍କରେ ଘଟଗାଁ ଥାନା ରେ ଲିଖିତ ଆକାରରେ ଜଣାଇଛନ୍ତି l ତେବେ ନିର୍ମଳ କୁଆଡେ ଗଲେ, କୋଉଠି ଅଛନ୍ତି,ସେ ଚିନ୍ତାରେ ପରିବାର ଲୋକମାନେ ଅଛନ୍ତି l
