Odisha news

ଗ୍ରୀଷ୍ମ ଋତୁରେ ସନ୍-ଟ୍ୟାନ ପଡୁଛି କି ? ଦୂର କରିବା ପାଇଁ ଆପଣାନ୍ତୁ ଏହି ୫ଟି ଘରୋଇ ଉପାୟ

0

ଗ୍ରୀଷ୍ମ ପ୍ରବାହ ଓ ଉତ୍ତାପ ରେ ଆମେ ମାନେ କଳା ପଡିଯିବା ଗୋଟିଏ ସାଧାରଣ ସମସ୍ୟା l ଏବଂ ଏହି ଋତୁରେ ପ୍ରଦୂଷଣ ମଧ୍ୟ ଖୁବ ଦ୍ରୁତ ବେଗରେ ହୋଇଥାଏ l କିନ୍ତୁ ଏହି ସନ୍-ଟ୍ୟାନ କୁ ଆମେ କିଛିଟା ଘରୋଇ ଉପାୟକୁ ଆପଣାଇ ଖୁବ ସହଜ ରେ ଦୂର କରିପାରିବା l କାହିଁକି ନା ଏତେ ଗରମ ରେ ସମସ୍ତଙ୍କ ନିକଟରେ ବିୟୁଟି  ପାର୍ଲର ଯିବା ସହଜ ହୋଇନଥାଏ l ତେଣୁ କିଛିଟା ପ୍ୟାକ ଦ୍ୱାରା ଆମେ ସନ୍-ଟ୍ୟାନ ଦୂର କରିପାରିବା l

– ବେସନ ଓ ଦହି ଗୋଟିଏ ସୁନ୍ଦର ସନ୍-ଟ୍ୟାନ ରିମୁଭ ପ୍ୟାକ ଅଟେ, ଯାହା ପ୍ରତ୍ୟେକ ଘରେ ଉପଲବ୍ଧ ଅଟେ l ବେସନ ଗୋଟିଏ ପ୍ରାକୃତିକ ସ୍କ୍ରବ ଓ ଏହା ମୃତ କୋଷିକା ଗୁଡିକୁ ହଟାଇବାରେ ସାହାଯ୍ୟ କରିଥାଏ l ଏବଂ ଦହିରେ ଥିବା ଲାକଟିକ ଏସିଡ ତ୍ୱଚା କୁ ସଫା ରଖିବାରେ ସାହାଯ୍ୟ କରିଥାଏ l ତେଣୁ ଆବଶ୍ୟକ ମୁତାବକ ଦହି, ବେସନ ଓ ଲେମ୍ବୁରସ କୁ ମିଶାଇ ଆପଣ ଖୁବ ସହଜ ରେ ସନ୍-ଟ୍ୟାନ ରିମୁଭ କରିପାରିବେ l

– ମହୁ ଓ ଚିନି ଗୋଟିଏ ଭଲ ସ୍କ୍ରବ ଭାବରେ କାର୍ଯ୍ୟ କରିଥାଏ, ଏହା ତ୍ୱଚାକୁ କୋମଳ କରିବା ସହିତ ସଫା କରିବାରେ ସାହାଯ୍ୟ କରିଥାଏ l ମହୁ ରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି ଯାହା ତ୍ୱଚା କୁ ପୋଷଣ ଦେଇଥାଏ ଓ ଚିନି ପ୍ରାକୃତିକ ସ୍କ୍ରବ ଭାବରେ କାର୍ଯ୍ୟ କରେ l ଗୋଟିଏ ପାତ୍ରରେ ଆବଶ୍ୟକ ମୁତାବକ ମହୁ ଓ ଚିନିକୁ ମିଶାଇ ଗୋଟିଏ ଗାଢ଼ ପେଷ୍ଟ ପ୍ରସ୍ତୁତ କରନ୍ତୁ l ଏବଂ ୫ରୁ ୧୦ ମିନିଟ ପର୍ଯ୍ୟନ୍ତ ତ୍ୱଚା ରେ ରଖି ଧୋଇ ଦିଅନ୍ତୁ l

– ଏଲୋବେରା ଓ ଲେମ୍ବୁ ର ରସ ତ୍ୱଚାକୁ କାନ୍ତିଯୁକ୍ତ କରି କୋମଳ କରିବାରେ ସାହାଯ୍ୟ କରିଥାଏ l ଏଲୋଭେରା ରେ ଆଣ୍ଟିଇମ୍ଫ୍ଲମେଟ୍ରି ଗୁଣ ରହିଛି ଯାହା ତ୍ୱଚାକୁ କମନୀୟ କରିଥାଏ ଏବଂ ଲେମ୍ବୁ ରସ ହେଉଛି ଗୋଟିଏ ପ୍ରାକୃତିକ ବ୍ଲିଚ ଏହା ତ୍ୱଚାକୁ ସଫା ରଖିବାରେ ସାହାଯ୍ୟ କରିଥାଏ l ସମ ପରିମାଣ ର ଦୁଇ ଜିନିଷ କୁ ମିଶାଇ ନିୟମିତ ବ୍ୟବହାର କରିପାରିବେ l

– ହଳଦୀ ଓ ଦୁଗ୍ଧ ର ଲେପ ତ୍ୱଚା କୁ କୋମଳ ଓ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ l ହଳଦୀ ଆଣ୍ଟି ସେପ୍ଟିକ ଗୁଣରେ ଭରପୁର ଅଟେ, ଯାହାକି ବିଭିନ୍ନ ସଂକ୍ରମଣ ଠାରୁ ଦୁରେଇ ରଖିଥାଏ l ଦୁଗ୍ଧ ରେ ଥିବା ଲାକଟିକ ଏସିଡ ତ୍ୱଚା ର ଦାଗ ଦୂର କରିଥାଏ l

– ନଡ଼ିଆ ତେଲ ଗୋଟିଏ ପ୍ରାକୃତିକ ମଇଶ୍ଚରାଇଜର ଏହା ତ୍ୱଚାକୁ କୋମଳ କରିବାରେ ସାହାଯ୍ୟ କରେ ଏବଂ ଶରୀର ରୁ ସନ୍-ଟ୍ୟାନ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ l ନଡ଼ିଆ ତେଲ ଗୋଟିଏ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଥିବା ବସ୍ତୁ l ଯାହାକି ତ୍ୱଚା ର ସଂକ୍ରମଣ ମଧ୍ୟ ଦୂର କରେ ଏବଂ ଏଥିରେ ଚିନି ମିଶାଇବା ଦ୍ୱାରା ଖୁବ ସୁନ୍ଦର ପ୍ରତିକ୍ରିୟା ଶରୀରରେ ଦେଇଥାଏ l

Leave A Reply