Odisha news

ଆଜି ତୁଳା ସଂକ୍ରାନ୍ତି : ସୂର୍ଯ୍ୟ ପ୍ରବେଶ କରିବେ ତୁଳା ରାଶିରେ , ଏହି ରାଶି ମାନଙ୍କ ପାଇଁ ଶୁଭ ସମୟ

0

ଜ୍ୟୋତିଷ ଗଣନା ହିସାବରେ ଅକ୍ଟୋବର ୧୮ ତାରିଖ ତୁଳା ସଂକ୍ରାନ୍ତି ଦିନ ସୂର୍ଯ୍ୟ ରାଶି ପରିବର୍ତନ କରି ତୁଳା ରାଶିରେ ପ୍ରବେଶ କରିବେ l ସୂର୍ଯ୍ୟ ପ୍ରତ୍ୟେକ ଗୋଟିଏ ମାସ ଅନ୍ତରରେ ରାଶି ପରିବର୍ତନ କରିଥାଆନ୍ତି l କିନ୍ତୁ ଚଳିତ ଥର ଏହି ରାଶି ପରିବର୍ତ୍ତନ କିଛି ବିଶେଷ ରହିଛି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଆତ୍ମା, ମାନ -ସମ୍ମାନ, ପରାକ୍ରମ, ଯଶ ର କାରକ ଅଟନ୍ତି l ସୂର୍ଯ୍ୟଦେବ ଙ୍କ ରାଶି ପରିବର୍ତ୍ତନ କରିବା ଦ୍ୱାରା କିଛିଟା ରାଶି ଉପରେ ଖୁବ ଭଲ ପ୍ରଭାବ ପଡିଥିବା ବେଳେ ଆଉକିଛି ରାଶି ଉପରେ ଖରାପ ପ୍ରଭାବ ପଡିଥାଏ l

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଗ୍ରହ ରାଜ ଅଟନ୍ତି, ଯାହାର କୁଣ୍ଡଳୀ ରେ ସୂର୍ଯ୍ୟ ମଜବୁତ ରହି ଥାନ୍ତି ତାର ଜୀବନ ରେ ମାନସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତି ହୋଇଥାଏ l ୧୮ ଅକ୍ଟୋବର ରେ ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବେ, ଯାହାକୁ ଗୋଟିଏ ନୀଚ ରାଶି ବୋଲି କୁହାଯାଇଥାଏ l ଏହାଦ୍ୱାରା କିଛିଟା ରାଶି ଉପରେ ନକାରାତ୍ମକ ପ୍ରଭାବ ପଡିଥିବା ବେଳେ ଆଉ କିଛି ରାଶିଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ l କିନ୍ତୁ ୬ ଟି ରାଶି ଉପରେ ରହିବ ଭଲ ପ୍ରଭାବ l

– ମେଷ ରାଶି :
ସୂର୍ଯ୍ୟ ମେଷ ରାଶିରେ ଷଷ୍ଠ ସ୍ଥାନରେ ରହିବେ l ଏହି ସମୟରେ ଆପଣ ବାଧାବିଘ୍ନ ରୁ ମୁକ୍ତି ପାଇବେ l ଅଟକି ରହିଥିବା କାର୍ଯ୍ୟ ଖୁବ ସହଜ ରେ ହୋଇଯିବ l କ୍ୟାରିଅର ରେ ସଫଳତା ଲାଭ ହେବ l ପାରିବାରିକ ଜୀବନ ସୁଖମୟ ହେବ l

– କର୍କଟ ରାଶି :
କର୍କଟ ରାଶି ପାଇଁ ଏହିଦିନ ଖୁବ ଶୁଭ ରହିବ l ଏହି ସମୟରେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ରୁ ମୁକ୍ତି ମିଳିବ l କ୍ୟାରିଆର ଓ ଚାକିରୀ ରେ ଉତ୍ତମ ପରିଣାମ ଲାଭ ହେବ l ମାନସମ୍ମାନ ଲାଭ ହେବ l

– ତୁଳା ରାଶି :
ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଦ୍ୱାଦଶ ସ୍ଥାନ ରେ ସୂର୍ଯ୍ୟ ଗୋଚର ହେବା କାରଣ ରୁ ଦୂର ଯାତ୍ରା କରିବେ l ଶତ୍ରୁ ମାନଙ୍କ ନିକଟ ରୁ ଦୂରେଇ ରହିବେ l

– ବିଛା ରାଶି :
ସୂର୍ଯ୍ୟ ଆପଣଙ୍କ ରାଶିରେ ଏକାଦଶ ସ୍ଥାନରେ ଗୋଚର କରିବେ l ଏହି ସମୟ ରେ ସକାରାତ୍ମକ ବିଚାର ଲାଭ ହେବ l ଆୟ ରେ ବୃଦ୍ଧି ହେବ l

– ଧନୁ ରାଶି :
ଧନୁ ରାଶିର ଦଶମ ସ୍ଥାନରେ ସୂର୍ଯ୍ୟ ରହୁଥିବା କାରଣରୁ ଖୁବ ଶୁଭ ଅଟେ l ଏହି ସମୟରେ ଆପଣ ଆର୍ଥିକ ଅସୁବିଧା ରୁ ମୁକ୍ତି ପାଇବେ l ମାନସମ୍ମାନ ମିଳବ l

Leave A Reply