Odisha news

ବୈଶାଖ ମାସରେ କରନ୍ତୁ ଏହିସବୁ ଦାନ, ଜୀବନରେ ରହିବନାହିଁ ଧନ ସମସ୍ୟା

0

ବୈଶାଖ ମାସ ଗୋଟିଏ ପବିତ୍ର ମାସ, ସ୍କନ୍ଦ ପୁରାଣ ଅନୁସାରେ ବୈଶାଖ ମାସ ସନାତନ ଧର୍ମ ରେ ୧୨ ମାସ ମଧ୍ୟରେ ଗୋଟିଏ ଏଭଳି ପବିତ୍ର ମାସ ଅଟେ, ଯେଉଁ ମାସରେ ସ୍ନାନ ଓ ଦାନର ଅନେକ ମହତ୍ୱ ରହିଛି l  ଆସନ୍ତୁ ଜାଣିବା ବୈଶାଖ ମାସରେ କେଉଁସବୁ ଜିନିଷ କୁ ଦାନ କରିବା ଜରୁରୀ ଯାହାଦ୍ୱାରା ଭଗବାନ ବିଷ୍ଣୁ ଙ୍କ କୃପା ପ୍ରାପ୍ତ ହୋଇଥାଏ l

ବୈଶାଖ ମାସରେ କରନ୍ତୁ ଏହିସବୁ ଜିନିଷକୁ ଦାନ –
– ବୈଶାଖ ମାସରେ ଯେଉଁବ୍ୟକ୍ତି ଜଳଦାନ କରିଥାଏ ସେ ସେହିସବୁ ପୂନ୍ୟପ୍ରାପ୍ତି କରିଥାଏ ଯାହାଦ୍ୱାରା ସେ ଅନ୍ୟ ମାସରେ ଯେତେ ପୁଣ୍ୟ କଲେ ମଧ୍ୟ କମ ହୋଇଥାଏ l

– ବୈଶାଖ ମାସରେ ଯେଉଁ ବ୍ୟକ୍ତି ଜଳଦାନ ଓ ଫଳଦାନ କରିଥାଏ ସେ ନର୍କ ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ l

– ବୈଶାଖ ମାସରେ ଛାଇ ଦାନ କରୁଥିବା ବ୍ୟକ୍ତି ଉପରେ ସର୍ବଦା ଈଶ୍ୱରଙ୍କ ହାତ ରହିଥାଏ ଏବଂ ସମସ୍ତ କଷ୍ଟ ଦୂର ହୋଇଥାଏ l

– ବୈଶାଖ ମାସରେ ଜୋତା ଓ ଚପଲ ଦାନ କରିବା ଦ୍ୱାରା ଜୀବନ ରୁ ଖରାପ ସମୟ ଦୂର ହୋଇଯାଇଥାଏ l ଏବଂ ଶନି ଙ୍କ ଶୁଭ ପ୍ରଭାବ ପ୍ରାପ୍ତ ହୋଇଥାଏ l

– ବୈଶାଖ ମାସରେ ଅତ୍ୟଧିକ ରୌଦ୍ର ତାପ ହୋଇଥାଏ ସେଥିପାଇଁ ଯଦି କୌଣସି ବ୍ୟକ୍ତି ଗାଈଗୋରୁ ଙ୍କ ପାଇଁ ଜଳ ଛତ୍ର କରିଥାଏ ତେବେ ୭ଜନ୍ମ ର ସମସ୍ତ କଷ୍ଟ ଦୂର ହୋଇଥାଏ l

Leave A Reply