ଆସନ୍ତୁ ଜାଣିବା ପାନ ପତ୍ରର ଔଷଧୀୟ ଗୁଣ ବିଷୟରେ :
– ପାନ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଥିବା କାରଣରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ l ପାନ ପତ୍ର ରେ ଆଣ୍ଟି ଇମ୍ଫଲାମେଟାରି ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି l ଯାହା ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା କୁ ଦୂର କରିଥାଏ l ସେଥି ପାଇଁ ପାନ ପତ୍ର କୁ ଛେଚି ଗୋଟିଏ ଲେପ ପ୍ରସ୍ତୁତ କରନ୍ତୁ l ଏହାପରେ ଏଥିରେ କିଛି ହଳଦୀ ଗୁଣ୍ଡ ମିଶାନ୍ତୁ ଓ ଏହାକୁ କିଛି ସମୟ ଛାଡି ତ୍ୱଚାରେ ଲଗାନ୍ତୁ l ଏହାଦ୍ୱାରା ତ୍ୱଚା ସମ୍ବନ୍ଧୀୟ ବିଭିନ ସମସ୍ୟା ଦୂର ହେବ l
– ଯଦି ଆପଣ ପେଟ ସଂକ୍ରମଣ ଦ୍ୱାରା ଯନ୍ତ୍ରଣା ପାଉଛନ୍ତି ତେବେ ପାନ ପତ୍ର ରସକୁ ମହୁ ସହିତ ସେବନ କରନ୍ତୁ ପେଟ ସଂକ୍ରମଣ ଦୂର ହେବ ଓ ଆରାମ ମିଳିବ l
– ଯଦି ଅଧିକ ଖାଇବା ଯୋଗୁଁ ଆପଣ ପେଟ ବଦହଜମି ସମସ୍ୟା ଦ୍ୱାରା କଷ୍ଟ ପାଉଛନ୍ତି ତେବେ ପାନ ପତ୍ର ରସ ସେବନ କରନ୍ତୁ, ଏହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ l
– ମୁଣ୍ଡବିନ୍ଧା କିମ୍ବା ମାଇଗ୍ରେନ ସମସ୍ୟା ରେ କଷ୍ଟ ପାଉଛନ୍ତି ତେବେ ପାନ ପତ୍ର ରସ କୁ ଉଷୁମ କରି ସେଥିରେ ସାମାନ୍ୟ ଘିଅ ମିଶାଇ କପାଳ ରେ ଲଗାନ୍ତୁ l ଦେଖିବେ ମୁଣ୍ଡ ବିନ୍ଧା ସମସ୍ୟା ଦୂର ହେବ l ଏହାଛଡା ପାନ ପତ୍ର ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା କୁ ମଧ୍ୟ ଦୂର କରିଥାଏ l