Odisha news

ସଫଳତାର ପୁଞ୍ଜି : ଏହିସବୁ ବ୍ୟକ୍ତିଙ୍କ ଘରେ କଦାପି ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ, ଏହାଦ୍ୱାରା ଭାଗ୍ୟରେ ବାଧା ଆସିଥାଏ

0

ମଣିଷ ଜୀବନରେ ସଫଳତା ଖୁବ ମହତ୍ୱ ରହିଛି, କିନ୍ତୁ ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ଦ୍ୱାରା ଆମର ଭାଗ୍ୟରେ ଖୁବ ବାଧା ବିଘ୍ନ ମଧ୍ୟ ଦେଖା ଦେଇଥାଏ l ତେଣୁ ଶାସ୍ତ୍ର ଅନୁସାରେ କିଛିଟା ଏଭଳି କାର୍ଯ୍ୟ ରହିଛି ଯାହାକୁ କରିବା ଦ୍ୱାରା ଭାଗ୍ୟରେ ବାଧା ଆସିଥାଏ l ଯେପରିକି ଗୋଟିଏ ସଜ୍ଜନ ବ୍ୟକ୍ତି କିଛି ଏଭଳି ବ୍ୟକ୍ତିଙ୍କ ଗୃହରେ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ, ଯାହାଦ୍ୱାରା ଭାଗ୍ୟରେ ବିଭିନ୍ନ ଘାତପ୍ରତିଘାତ ଦେଖାଦେଇଥାଏ l

– ସଜ୍ଜନ ବ୍ୟକ୍ତି କଦାପି ଋଣଦାତା ଅର୍ଥାତ ସୁଧ ବେପାରୀଙ୍କ ଙ୍କ ଗୃହରେ ଜଳ ସ୍ପର୍ଶ କରିବା ଉଚିତନୂହେଁ l ଏଭଳି ବ୍ୟକ୍ତିଙ୍କ ଘରେ ସଜ୍ଜନ ବ୍ୟକ୍ତି ଜଳ ସ୍ପର୍ଶ କଲେ ସେମାନଙ୍କ ଐଶ୍ୱର୍ଯ୍ୟ ରେ ବାଧା ଆସିଥାଏ ଏବଂ ଜୀବନ ରେ ଅନେକ ଅସୁବିଧା ଆସିଥାଏ l

-ଶାସ୍ତ୍ର ଅନୁସାରେ କଦାପି କୌଣସି ରୋଗରେ ପୀଡିତ ବ୍ୟକ୍ତିଙ୍କ ଘରେ ଅନ୍ନ ଗ୍ରହଣ କରିବା ଉଚିତ ନୁହେଁ l ଯଦି କୌଣସି ରୋଗୀ କୁ ଦେଖିବାକୁ ଯାଇଛନ୍ତି ତେବେ କଦାପି ତାଙ୍କ ଘରେ ଭୋଜନ ଗ୍ରହଣ କରିବେ ନାହିଁ l ଏପରି କରିବା ଦ୍ୱାରା ଆପଣଙ୍କର ମଙ୍ଗଳ ହୋଇନଥାଏ l

– ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ନିଶା ବ୍ୟବସାୟରେ ଲିପ୍ତ ରହିଥାଏ, ଏଭଳି ବ୍ୟକ୍ତିଙ୍କ ଘରେ କଦାପି ଅନ୍ନ ଓ ଜଳ ସ୍ପର୍ଶ କରିବା ଉଚିତନୂହେଁ l ଏଭଳି ଲୋକଙ୍କ ଘରେ ଭୋଜନ କରିବା ଦ୍ୱାରା ଆପଣ ପାପରେ ଭଗି ହେବେ l

– କ୍ରୋଧ ବିନାଶ ର କାରଣ ଅଟେ l ତେଣୁ କଦାପି କ୍ରୋଧୀ ବ୍ୟକ୍ତିଙ୍କ ଘରେ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ l ଏଭଳି ବ୍ୟକ୍ତିଙ୍କ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥାଏ l ଏବଂ ଏଭଳି ବ୍ୟକ୍ତିଙ୍କ ଘରେ ଭୋଜନ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ l

Nalco
Leave A Reply