ଫେବୃଆରୀ ମାସ ଆସିବା ମାତ୍ରକେ ଦଶମ ଓ ଦ୍ଵାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କର ପରୀକ୍ଷା ସମୟ ଆସି ଯାଇଥାଏ । ଆଜି କାଲି ର ପାଠ ଯେତିକି କଷ୍ଟ , ପିଲା ମାନଙ୍କ ମାନସିକ ଚାପ ମଧ୍ୟ ସେତିକି ବୃଦ୍ଧି ହେଉଛି । କାହିଁକି ନା ପ୍ରତ୍ୟେକ ମାତାପିତାଙ୍କ ମୁଣ୍ଡରେ ଗୋଟିଏ ଚିନ୍ତା କିପରି ତାଙ୍କ ସନ୍ତାନ ସବୁଠୁ ଅଧିକ ନମ୍ବର ରେ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ । ବିଶେଷ ଭାବରେ ପରୀକ୍ଷା ସମୟ ପିଲା ମାନଙ୍କ ପାଇଁ ପିତାମାତା ଙ୍କ ଚିନ୍ତା ଧାରା ମାନସିକ ଚାପ ବୃଦ୍ଧି କରିବାରେ ବିଶେଷ ଯୋଗଦାନ କରିଥାଏ ।
ଆଜିକାଲିର ର ଏହି କମ୍ପିଟିସନ୍ ଯୁଗରେ ପରୀକ୍ଷା କୁ ନେଇ ଚାପ ରହିବା ସାଧାରଣ କଥା , କିନ୍ତୁ ଏହି ସମୟରେ ଅଭିଭାବକ ବିଶେଷ ଭାବରେ ସେଥିପ୍ରତି ସଚେତନ ରହିବା ଆବଶ୍ୟକ । ମାନସିକ ଚାପ ପିଲାର ମେଣ୍ଟାଲ ହେଲ୍ଥ କୁ ପ୍ରଭାବିତ କରିଥାଏ , ଯାହାଦ୍ଵାରା ପିଲାର ପାଠ ପଢ଼ାରେ ବ୍ୟାଘାତ ସ୍ତୃଷ୍ଟି ହୋଇଥାଏ । ଆଜି ଆମେ ଜାଣିବା କିପରି ପିଲାଙ୍କୁ ପରୀକ୍ଷା ସମୟରେ ମାନସିକ ଚାପ ଠାରୁ ଦୂରେଇ ରଖିବା ।
* ପିଲାଙ୍କୁ ମୋଟିଭେଟ୍ କରିବା ନିହାତି ଆବଶ୍ୟକ -:
ପରୀକ୍ଷା ସମୟ ପିଲାଙ୍କ ମନରେ ସେଲଫ୍ ଡାଉଟ୍ ଭାବନା ଉତ୍ପନ୍ନ କରିଥାଏ । ଏହି ସମୟରେ ପିଲାଟି ମନରେ ବିଭିନ୍ନ ପ୍ରକାର ସଂଶୟ ପ୍ରକାଶ ପାଇ ଥାଏ । ପିଲାମାନେ ନିଜର ତୁଳନା ନିଜ କ୍ଲାସ୍ ମେଟ୍ ମନଙ୍କ ସହିତ କରିବାକୁ ଆରମ୍ଭ କରନ୍ତି । ସେହି ସମୟରେ ମାତାପିତାଙ୍କ ପ୍ରୋତ୍ସାହନ ସବୁଠୁ ମୂଲ୍ୟବାନ ଅଟେ । ଏହାଛଡା ଏହି ସମୟରେ ପିଲାଟି କୁ ମୋଟିଭେଟ କରିବା ପାଇଁ ମେଡିଟେଶନ ଖୁବ୍ ଜରୁରୀ ଅଟେ । ଯାହା ତାର ମନକୁ ଶାନ୍ତ ରଖିଥାଏ ।
* ପୌଷ୍ଟିକ ଖାଦ୍ୟ ଖାଆନ୍ତୁ -:
ଗୋଟିଏ ବାଲାନସ୍ ଡାଏଟ୍ ଶକ୍ତି ବଢ଼ାଇବା ସହିତ ଏକାଗ୍ରତା ବଢ଼ାଇବାରେ ସାହାଯ୍ୟ କରିଥାଏ । ତେଣୁ ମସ୍ତିଷ୍କ କୁ ସ୍ଥିର କରିବା ଭଳି ଓ ଶାନ୍ତ କରିବା ଭଳି ସତ୍ୱିକ ଭୋଜନ ଏହି ସମୟରେ ନିହାତି ଆବଶ୍ୟକ ।
* ପିଲାଙ୍କୁ ବ୍ରିଦିଂ ଟେକ୍ନିକ ଶିଖନ୍ତୁ :-
ପରୀକ୍ଷା ସମୟରେ ପିଲାଙ୍କର ଏଙ୍ଗଜାଇଟି ବୃଦ୍ଧି ହୋଇଥାଏ । ତେଣୁ ଏଭଳି ସମୟରେ ପିଲାଙ୍କୁ ଯୋଗାସନ ଦ୍ଵାରା ମନକୁ ହାଲୁକା କରିବା ଭଳି କିଛି ବ୍ରିଦିଙ୍ଗ ଟେକ୍ ନିକ୍ ଶିଖାଇବା ଜରୁରୀ ।
* ନିଜକୁ ପିତା ମାତା ଚିନ୍ତା ମୁକ୍ତ ରଖିବା ଜରୁରୀ :-
ପରୀକ୍ଷା ପିଲା ଙ୍କ ପାଇଁ ଯେତିକି ଗୁରୁତ୍ଵ ପୂର୍ଣ୍ଣ ପିତାମାତା ଙ୍କ ପାଇଁ ମଧ୍ୟ ସେତିକି ଗୁରୁତ୍ଵ ପୂର୍ଣ୍ଣ । ଅଭିଭାବକ ଜାଣି ରଖିବା ଜରୁରୀ ଯେ ନିଜେ ଯଦି ଚିନ୍ତା ମୁକ୍ତ ରହିବେ ତେବେ ପିଲା ମାନେ ମଧ୍ୟ ଚିନ୍ତା ମୁକ୍ତ ରହିବେ ।
