Odisha news

ଆୟୁର୍ବେଦ ର ଏହି ପୁରାତନ ପଦ୍ଧତି ଦ୍ଵାରା ଓଜନ ହ୍ରାସ ସହିତ ଏହିସବୁ ଶାରିରୀକ ସମସ୍ୟା ଠିକ୍ ହୋଇଥାଏ

0

ବଡ଼ି ମସାଜ୍ ତ ସମସ୍ତେ ହୋଇ ଥାଆନ୍ତି ଓ ସେହି ବିଷୟରେ ପ୍ରାୟ ସମସ୍ତେ ଜାଣିଛନ୍ତି , କିନ୍ତୁ ଆପଣ କଣ ଜାଣିଛନ୍ତି ପେଟ ମସାଜ୍ ଦ୍ଵାରା ମଧ୍ୟ ଶରୀରକୁ ମିଳିଥାଏ ଅଦ୍ଭୁତ ପ୍ରକାରର ଲାଭ । ଆୟୁର୍ବେଦ ରେ ପେଟ ମସାଜ୍ ବା ମାଲିସ ଖୁବ୍ ପୁରାତନ ଚିକିତ୍ସା ଅଟେ । ଏହା ପାଚନ ସମସ୍ୟା ରୁ ନେଇ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ପାଇଁ ହିତକର ଅଟେ ।

କିଭଳି କରିବେ ପେଟର ମାଲିସ୍ ?
ପେଟ ର ମାଲିସ କରିବା ପାଇଁ ଗୋଟିଏ ସମତଳ ସ୍ଥାନରେ ଚିତ୍ ହୋଇ ଶୋଇ ଯାଆନ୍ତୁ , ଏହାପରେ ନିଜ ହାତରେ କିଛି ତେଲ ନିଅନ୍ତୁ । ତେଲ ସହିତ ପେଟ ଚାରି ପାଖରେ ଗୋଲ ଗୋଲ ମାଲିସ୍ କରନ୍ତୁ । ଏହି ପ୍ରକ୍ରିୟା କୁ ୩୦-୪୦ ଥର ପ୍ରୟୋଗ କରନ୍ତୁ । ଏହି ସମୟରେ ନିଜ ମସ୍ତିସ୍କ କୁ ସଂପୂର୍ଣ୍ଣ ଶାନ୍ତ ରଖନ୍ତୁ ଓ ୩ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ
* ପେଟ ମାଲିସ ଦ୍ଵାରା ଦୂର ହୋଇଥାଏ ଏହିସବୁ ସମସ୍ୟା -:
* ନିୟମିତ ପେଟ ମାଲିସ କରିବା ଦ୍ୱାରା କୋଷ୍ଠ କାଠୀନ୍ୟ ସମସ୍ୟା ଦୂର ହୋଇଥାଏ ଓ ପେଟର ମାଂସପେଶୀ ଗୁଡ଼ିକ କୋମଳ ହୋଇଥାଏ । ଏହାଛଡା ପାଚନ ତନ୍ତ୍ର ମଜବୁତ୍ ହୋଇଥାଏ । ଗୋଟିଏ ଗବେଷଣା ରୁ ଜଣା ପଡ଼ିଛି ଯେ ନିୟମିତ ପେଟ ମାଲିସ ଦ୍ଵାରା ମଳ ତ୍ୟାଗ ସହଜରେ ହେବାରେ ସାହାଯ୍ୟ କରିଥାଏ ।
* ପେଟ ର ମାଲିସ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯଦି ନିୟମିତ ଭାବରେ ପେଟ ମାଲିସ କରାଯାଇ ଥାଏ ତେବେ ମେଟାବୋଲିଯିମ୍ ସ୍ତର ବୃଦ୍ଧି ହୋଇଥାଏ । ଏହାଛଡା ରକ୍ତ ସଞ୍ଚାଳନ ମଧ୍ୟ ଖୁବ୍ ସୁନ୍ଦର ଭାବରେ ହୋଇଥାଏ ।
* ପେଟ ର ମାଲିସ ଦ୍ଵାରା ପାଚନ ପ୍ରକ୍ରିୟା ଖୁବ୍ ସହଜ ହୋଇଥାଏ । ଏହାଛଡା ପେଟ ଯନ୍ତ୍ରଣା , ଅପଚ ଓ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ ।
* ପେଟ ମାଲିସ ଦ୍ଵାରା ମାନସିକ ଓ ଶାରିରୀକ ଉତେଜନା ଦୂର ହୋଇଥାଏ । ପେଟ ମାଲିସ ମନକୁ ଶାନ୍ତ କରିଥାଏ ଓ ପେଲବିକ୍ ଫ୍ଲୋର ଡି ଫଙ୍କସନ୍ ଠିକ୍ ହୋଇଥାଏ , ଭାବନତ୍ମକ ଭାବରେ ଉତେଜନା କମାଇବାରେ ସାହାଯ୍ୟ କରିଥାଏ ।
* ପେଟ ମାଲିସ ଦ୍ଵାରା ପଶ୍ଚର ରେ ସୁଧାର ଆସିଥାଏ । ଏହା ମାଂସପେଶୀ କୁ ଅଧିକ ଢିଲା କରିଥାଏ । ଏହାଦ୍ବାରା ଗତି ଓ କାର୍ଯ୍ୟ ରେ ସୁଧାର ଆସିଥାଏ । ଏହାଛଡା ପେଟ ର ପାଶ୍ଚର ଉନ୍ନତ ହୋଇଥାଏ ।
* ପେଟ ମାଲିସ ଦ୍ଵାରା ମାଂସପେଶୀ ମସୃଣ ହୋଇଥାଏ ଓ ପେଟ ରେ ଓହଳି ଥିବା ମାଂସ ଗୁଡ଼ିକ ଦୂର ହୋଇ ଅଣ୍ଟା ର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ।
Nalco
Leave A Reply