Odisha news

ଛୋଟ ପିଲା ମଧ୍ୟ ହୋଇ ଥାଆନ୍ତି ମେଣ୍ଟାଲ ଷ୍ଟ୍ରେସ ର ଶିକାର , ପିତାମାତା ଏଭଳି ଧ୍ୟାନ ରଖିବା ଜରୁରୀ

0

ସାଧାରଣ ଭାବରେ ଆମେ ଭାବିଥାଉ ବଡ଼ ମାନେ ଖାଲି ମାନସିକ ଚାପ ଓ ଷ୍ଟ୍ରେସ ର ଶିକାର ହୋଇ ଥାଆନ୍ତି l ଲୋକେ ଛୋଟ ପିଲାଙ୍କ ଷ୍ଟେସ ସମସ୍ୟା କୁ ଅଣଦେଖା କରି ଥାଆନ୍ତି l ଗବେଷକ ଙ୍କ ମତରେ ପ୍ରତ୍ୟେକ ପିତାମାତା ପିଲା ମାନଙ୍କ କାର୍ଯ୍ୟ କଳାପ କୁ ଧ୍ୟନ ଦେଇ ଦେଖିବା ଜରୁରୀ l

ଗବେଷଣା କହୁଛି ଯେ ୧୪-୧୮ ବର୍ଷ ମଧ୍ୟରେ ବିଶେଷ ଭାବେ ଏହି ସମସ୍ୟା ଦେଖା ଯାଇଥାଏ l ତେଣୁ ଏହି ସମୟରେ ପିତାମାତା ନିଜ ପିଲାର ବ୍ୟବହାର କୁ ଧ୍ୟାନ ଦେବା ଜରୁରୀ l କେବଳ ଏଥିପାଇଁ ପିତାମାତା ନୁହନ୍ତି , ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଦୃଷ୍ଟି ଦେବା ଜରୁରୀ l

* ଗବେଷକ ଙ୍କ ମତରେ ଘରେ ପିତାମାତା ଙ୍କ ମଧ୍ୟରେ କଳହ , ଛୋଟ ଛୋଟ କଥାରେ ଯୁକ୍ତିତର୍କ ଏବଂ ଆଜି କାଲି ମା ବାପା ଅଜାଗା ହେବାର ନିଷ୍ପତି ପିଲା ମାନଙ୍କର ମେଣ୍ଟାଲ ଷ୍ଟ୍ରେସ ର କାରଣ ହେଉଛି l

* ଛୋଟ ପିଲା ଙ୍କ ଚପଳ ମନରେ ବେଳେବେଲେ ଏଭଳି କିଛି ମାନସିକ ଚାପ ସୃଷ୍ଟି ହୋଇଥାଏ , ଯାହା ବଡ଼ ହେବା ବେଳକୁ ମନ ଉପରେ ଗଭୀର ଚାପ ପକାଇ ଥାଏ l ତେଣୁ ଛୋଟ ବେଳରୁ ପିଲାଙ୍କ ସହିତ ନିକଟତର ହେବା ଜରୁରୀ ଏବଂ ସେମାନଙ୍କର ସମସ୍ତ କଥା ଜାଣିବା ଜରୁରୀ l ଯାହାକି ତାଙ୍କୁ ମେଣ୍ଟାଲ ଷ୍ଟ୍ରେସ ରୁ ବାହାର କରିବାରେ ସାହାଯ୍ୟ କରିବ l

* ଆଜିକାଲି ପିଲାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୋବାଇଲ ରେ ନିଜକୁ ବ୍ୟସ୍ତ ରହିଛନ୍ତି l ଯାହାକି ସେମାନଙ୍କ ମେଣ୍ଟାଲ ଷ୍ଟ୍ରେସ ର କାରଣ ହୋଇଥାଏ l ତେଣୁ ପିଲାଙ୍କୁ ଆଉଟ ଡୋର ଗେମ ପ୍ରତି ଆକର୍ଷିତ କରାନ୍ତୁ l ଯାହାକି ସେମାନ ଙ୍କ ମସ୍ତିଷ୍କ କୁ ସୁସ୍ଥ ରଖିବ l

* ଗବେଷକ ମତରେ ପିଲାଟି ଦିନ ରୁ ଗୋଟିଏ ସୁସ୍ଥ ମାନସିକ ସ୍ଥିତି ପାଇଁ ପିତାମାତା ନିଜ ପିଲା ମଧ୍ୟରେ ଭଲ ଅଭ୍ୟାସ ଜାଗ୍ରତ କରିବା ଜରୁରୀ l ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଯୋଡି ରଖିବା ଜରୁରୀ l ପିଲାଟି ବେଳରୁ ନିଜ ସନ୍ତାନ ଙ୍କ ନିକଟତର ହୋଇ ରହିବା ଆବଶ୍ୟକ l

Leave A Reply