ଗ୍ରୀଷ୍ମଋତୁ ଆସିବା ମାତ୍ରକେ ଆମେ ବଜାରରେ ବିଭିନ୍ନ ଫଳର ସମ୍ଭାର ଦେଖିବାକୁ ପାଇଥାଉ l ଯେଉଁ ଫଳ ଗୁଡିକ କେବ ଗରମ ଦିନରେ ହିଁ ବଜାରରେ ସହଜ ରେ ମିଳିଥାଏ l ସେହି ଫଳ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଲିଚୁ କୋଳି l ଯାହାକି ପ୍ରତ୍ୟେକ ଆୟୁ ବର୍ଗର ଲୋକଙ୍କୁ ଖୁବ ପସନ୍ଦ ହୋଇଥାଏ l ଏହି ଫଳ ସ୍ୱାଦିଷ୍ଟ ହେବା ସହିତ ଅନେକ ପୋଷାକ ତତ୍ତ୍ୱରେ ମଧ୍ୟ ଭରପୁର ହୋଇଥାଏ l ଏହା ଗୋଟିଏ ରସାଳିଆ ଫଳ ଭାବରେ ସମସ୍ତଙ୍କ ର ଖୁବ ପ୍ରିୟ ଅଟେ l ଆସନ୍ତୁ ଆଜି ଜାଣିବା ଲିଚୁ ରେ ଲୁଚି ରହିଛି କେଉଁ ସବୁ ଗୁଣ l
– ଡାଇଜେସନ ରେ କରିଥାଏ ସାହାଯ୍ୟ –
ଲିଚୁ ରେ ଆଣ୍ଟିଇମ୍ଫ୍ଲମେଟ୍ରି ଗୁଣ ରହିଛି, ଯାହାକି ଡାଇଜେସନ ରେ ଖୁବ ସାହାଯ୍ୟ କରିଥାଏ l ଲିଚୁ ଫାଇବର ର ଗୋଟିଏ ଭଲ ସ୍ରୋତ ଅଟେ, ଏହି କାରଣରୁ ଲିଚୁ ପେଟ ସମ୍ବନ୍ଧୀୟ ସମସ୍ୟା କୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ ଓ କୋଷ୍ଠ କାଠିନ୍ୟ ସମସ୍ୟା ଠାରୁ ମଧ୍ୟ ଦୁରେଇ ରଖେ l
– ରକ୍ତଚାପ କରିଥାଏ ନିୟନ୍ତ୍ରଣ –
ଉଚ୍ଚ ରକ୍ତଚାପ ଗୋଟିଏ ଏଭଳି ସମସ୍ୟା , ଯାହାର ସମୁଖୀନ ଆଜିକାଲି ପ୍ରତ୍ୟେକ ଆୟୁ ବର୍ଗ ର ଲୋକେ ଆଜିକାଲି କରୁଛନ୍ତି l ବିଶେଷ ଭାବରେ ଲିଚୁ ରେ ଏଭଳି ଅନେକ ଗୁଣ ରହିଛି ଯାହାକି ଉଚ୍ଚ ରକ୍ତଚାପ ସମସ୍ୟା କୁ ନିୟନ୍ତ୍ରଣ କରିଥାଏ l ଏଥିରେ ପ୍ରଚୁର ମାତ୍ରାରେ ପୋଟାସିୟମ ମିଳିଥାଏ , ଯାହାକି ରକ୍ତଚାପ କୁ ସନ୍ତୁଳନ ରଖିଥାଏ l
– ଆଣ୍ଟିଅକ୍ସିଡେଣ୍ଟ ରେ ଭରପୁର –
ଲିଚୁ ଆଣ୍ଟି ଆକ୍ସିଡ଼େଣ୍ଟରେ ରେ ଭରପୁର ଅଟେ l ଏହା ଆମ ଶରୀରରେ କ୍ଷତିକାରକ ରେଡ଼ିକୁଲସ ନଷ୍ଟ କରିବାରେ ସାହାଯ୍ୟ କରିଥାଏ l ଏହାଛଡା ମଧୁ ମେହ ରୋଗୀ ଙ୍କ ପାଇଁ ଲିଚୁ ଗୋଟିଏ ଉପଯୋଗୀ ଫଳ ଅଟେ l ଲିଚୁ ଆଣ୍ଟିଅକ୍ସିଡାଣ୍ଟ ଷ୍ଟ୍ରେସ କୁ କମାଇବାରେ ସାହାଯ୍ୟ କରିଥାଏ l
– ଇମ୍ୟୁନିଟି କୁ ବୁଷ୍ଟ କରିଥାଏ –
ଲିଚୁ ଗୋଟିଏ ପ୍ରାକୃତିକ ଇମ୍ୟୁନିଟି ବୁଷ୍ଟର ଅଟେ l ଏହାକୁ ସେବନ କରିବା ଦ୍ୱାରା ଇମ୍ୟୁନ ସିଷ୍ଟମ ମଜବୁତ ହୋଇଥାଏ ଓ ଇମ୍ୟୁନିଟି ବଢ଼ାଇ ଥାଏ l ଏହାଛଡା ଲିଚୁ ଭିଟାମିନ ସି ର ମଧ୍ୟ ଗୋଟିଏ ଭଲ ସ୍ରୋତ ଅଟେ l
– ତ୍ୱଚା ଓ କେଶ ପାଇଁ ଉପଯୋଗୀ –
ଲିଚୁ ଭିଟାମିନ ଇ ରେ ଭରପୁର ଅଟେ l ଏହି କାରଣରୁ ଏହା ତ୍ୱଚାରେ ଚମକ ଆଣିଥାଏ ଓ କେଶ କୁ ସୁନ୍ଦର ରଖିଥାଏ l ଲିଚୁ କପର ରେ ଭରପୁର ହୋଇଥାଏ ଯେଉଁ କାରଣରୁ କେଶ ଓ ତ୍ୱଚା ପାଇଁ ରାମବାଣ ଅଟେ l