ଭୁବନେଶ୍ୱର: କ୍ରାଇମ୍ବ୍ରାଞ୍ଚର ଏସଟିଏଫ କ୍ରମାଗତ ଭାବେ ରାଜ୍ୟର ୮ ମାସ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ହାଡକୋର ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି । କେତେବେଳେ ପଶୁ ଶୀକାରୀଙ୍କୁ ତ ଆଉ କେତେବେଳେ ଖଣି ମାଫିଆ । କ୍ରାଇମ୍ବ୍ରାଞ୍ଚ ପୂର୍ବରୁ ଅନେକ ଖଣିମାଫିଆଙ୍କୁ ଗିରଫ କରି ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିଲେ । ଧଳାଜହରର ପେଣ୍ଠସ୍ଥଳ କୁହାଯାଉଥିବା ବାଲେଶ୍ୱରରେ ପୁଣି ସକି୍ରୟ ହୋଇଛନ୍ତି ଡ୍ରଗ୍ସ ବେପାରୀ । ରାଜ୍ୟରେ କରୋନା କଟକଣା ପାଇଁ ସଟଡାଉନ ଓ ଲକଡାଉନ କଟକଣା ଜାରି ରହିଥିଲେ ମଧ୍ୟ ନିଶା ମାଫିଆମାନେ ସେମାନଙ୍କ କାରବାର ଚଳାଉଛନ୍ତି । ସୋମବାର ବିଳମ୍ବିତ ରାତିରେ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଜଣେ ପେଶାଦାର ଡ୍ରଗ୍ସ ବେପାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣଙ୍କ ଜଣେ ଏମ୍ବିଏ ଛାତ୍ର ବୋଲି ଜଣାପଡିଛି ।
ଗିରଫ ଡ୍ରଗ୍ସ ବେପାରୀ ଜଣଙ୍କ ହେଲେ ବାଲେଶ୍ୱର ଏସକେ ରିୟାଜୁଦ୍ଦିନ । ତାଠାରୁ କ୍ରାଇମବ୍ରାଞ୍ଚ ଟିମ୍ ୧ କେଜି ୩୨୦ ଗ୍ରାମର ଧଳାଜହର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୫୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏଟିଏଫ ଟିମ ସୋମବାର ବିଳମ୍ବିତ ରାତିରେ ବସଷ୍ଟାଣ୍ଡରେ ଚଢ଼ାଉ କରି ଏହି ଛାତ୍ରଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଧଳାଜହର ଚୋରା ଚାଲାଣ ଘଟଣାରେ ଏସକେ ରିୟାଜୁଦ୍ଦିନଙ୍କ ସହ ଆଉ କେଉଁ କେଉଁ ମାନଙ୍କର ଲିଙ୍କ ରହିଛି ତାର ଖୋଳତାଡ ଆରମ୍ଭ କରିଛି କ୍ରାଇମ୍ବ୍ରାଞ୍ଚ । ଏହି ର୍ୟାକେଟ୍ରେ ଆଉ କେଉଁ କେଉଁ ମାନଙ୍କ ସଂପୃକ୍ତି ରହିଛି ସେ ନେଇ ଟିମ୍ ଖୋଳତାଡ କରିବା ସହ ଏସକେ ରିୟାଜୁଦ୍ଦିନକୁ ରିମାଣ୍ଡରେ ନେବ ବୋଲି ଏସ୍ଟିଏଫ ଏସ୍ପି ସୂଚନା ଦେଇଛନ୍ତି । ଏସକେ ରିୟାଜୁଦ୍ଦିନ କେଜି କେଜି ଧଳାଜହର ଆଣି ରାଜଧାନୀ ସମେତ ୫ରୁ ଅଧିକ ଜିଲ୍ଳାରେ ବିକି୍ର କରି ଭଲ ଟଙ୍କା ଜୋରଗାର କରୁଥିଲା । ଏହି ଗ୍ୟାଙ୍ଗ୍ରେ ୧୦ ରୁ ୧୫ ଧଳାଜହର ବେପାରୀ ଥିବା ଏସ୍ଟିଏଫ୍ ସୂଚନା ପାଇଛି ।
ଏସକେ ରିୟାଜୁଦ୍ଦିନ ରିମାଣ୍ଡା ନେଇ ପଚରାଉଚରା କରିବା ପରେ ଧଳାଜହରର କାରବାରର ଗୁମର ଖୋଲିବ ବୋଲି ଏସ୍ଟିଏଫ ଆଶା ରଖିଛି । ସେହିଭଳି ୨୦୨୦ ମସିହାରୁ କ୍ରାଇବ୍ରାଞ୍ଚବ୍ରାଞ୍ଚର ଏସ୍ଟିଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଢ଼ଉ କରି ୧୬ କେଜି ୭୧୧ ଗ୍ରାମ ଧଳାଜହର ଜବତ କରିବା ସହ ୪୧ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଜବତ ଧଳାଜହରର ମୂଲ୍ୟ ୨୦ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ) ଜୁଲାଇ ୨୦ ତାରିଖରେ କୁଖ୍ୟାତ ନିଶା ବେପାରୀ ସେକ୍ ଆସିଫକୁ ଏସ୍ଟିଏଫ ଗିରଫ କରିବା ସହ ତାଠାରୁ ବିପୁଳ ପରିମାଣର ଧଳାଜହର ଜବତ କରିଥିଲା ।
ସେକ୍ ଆସିଫଠାରୁ ଏସ୍ଟିଏଫ ଟିମ୍ ୩ କିଲୋ ୮୪୫ ଗ୍ରାମର ବ୍ରାଉନ ସୁଗରଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୩ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ହେଲେ ଆସିଫ ସାଢ଼େ ଏତେ ପରିମାଣର ଧଳାଜହର ଆଣିଲା କେଉଁଠୁ । ତାର ପର୍ଦ୍ଦାଫାସ କରିବା ପାଇଁ ଏସ୍ଟିଏଫ ଆସିଫଙ୍କୁ ୪ ଦିିନିଆ ରିମାଣ୍ଡରେ ନେଇ ଜେରା କରିବା ପରେ ଅନେକ ଗୁମର ଖୋଲିଥିଲା । ଆସିଫକୁ ରିମାଣ୍ଡରେ ନେବାକୁ କ୍ରାଇମ୍ବ୍ରାଞ୍ଚ ୪ ଦିନ ପାଇଁ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଆସିଫକୁ ୪ ଦିନିଆ ରିମାଣ୍ଡରେ ନେବାକ ଅନୁମତି ପ୍ରଦାନ କରିଛନ୍ତି । ଧଳାଜହର କାରବାର ଗୁମର ଖୋଲିବା ପାଇଁ ଏସ୍ଟିଏଫ ଆସିଫଙ୍କୁ ଜେରା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ଟିମ୍ ଚଢ଼ଉ କରି ପୁଣି ୧୦ ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।