Odisha news

ଗବେଷଣା ର ନୂତନ ତଥ୍ୟ : ପ୍ରତିଦିନ ସୀଢୀ ଚଢିବା ଦ୍ୱାରା ହାର୍ଟ ରହିଥାଏ ସୁସ୍ଥ

0
ନିକଟ ରେ ତୁଲାନେ ବିଶ୍ୱବିଦ୍ୟାଳୟ ର ଗୋଟିଏ ନୂତନ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି l ଯେଉଁଥିରେ କୁହାଯାଇଛି ଯେ ପ୍ରତିଦିନ ୫୦ ଟି ସିଡି ଚଢିବା ଦ୍ୱାରା ପାଖାପାଖି ୨୦ ପ୍ରତିଶତ ହାର୍ଟ ସମସ୍ୟା ଦୂର ହୋଇଥାଏ l
ସିଡି ଚଢିବା କାହିଁକି ହାର୍ଟ ପାଇଁ ହୋଇଥାଏ ହିତକର ?
ଷ୍ଟ୍ରେସ , କୋରନାରୀ ଆର୍ଟରୀ , ଏଥେରୋସ୍କଲରୋଟିକ ହାର୍ଟ ସମ୍ବନ୍ଧୀୟ ରୋଗ ସାରା ଦୁନିଆରେ ମୃତ୍ୟୁ ର କାରଣ ଅଟେ l ଦି ଇଣ୍ଡିପେଣ୍ଡେଣ୍ଟ ର ରିପୋର୍ଟ ଅନୁସାରେ ଦ୍ରୁତ ବେଗରେ ସିଡି ଚଢିବା ହାର୍ଟ କୁ ସୁସ୍ଥ ରଖିଥାଏ ଓ ଲିପିଡ଼ ପ୍ରୋଫାଇଲ ରେ ସୁଧାର ଆଣିଥାଏ l ଏହା ସେହି ଲୋକଙ୍କ ପାଇଁ ହିତକର ଯେଉଁମାନେ  ନିୟମିତ ଜିମ ଯାଆନ୍ତି ନାହିଁ କିମ୍ବା ବ୍ୟାୟାମ କରନ୍ତି ନାହିଁ l ଆପଣ ଯଦି ହାର୍ଟ ସମ୍ବନ୍ଧୟ ସମସ୍ତ ସମସ୍ୟା ରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ତେବେ ସିଡି ଚଢିବା ଗୋଟିଏ ଭଲ ବ୍ୟାୟାମ l

ଏହି ଅଧ୍ୟୟନ ରେ ହାର୍ଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା କୁ ନେଇ ଅଧ୍ୟୟନ କରାଯାଇ ଥିଲା l ଯେଉଁଥିରେ ୪୫୦,୦୦୦ ବୟସ୍କ ସାମିଲ ଥିଲେ l ଯେଉଁଥିରେ ସେମାନଙ୍କ ଲାଇଫଷ୍ଟାଇଲ ସହିତ  ବଂଶାଅନୁବଂଶିକ , ଇତ୍ୟଦି ଉପରେ ମଧ୍ୟ ଆଲୋଚନା ହୋଇଥିଲା l ଯେଉଁଠରେ କୁହାଯାଇ ଥିଲା ଯେ ସିଡି ଚଢିବା ଦ୍ୱାରା ହାର୍ଟ କୁ ପର୍ଯ୍ୟାପ୍ତ ମାତ୍ରାରେ ଆକ୍ସିଜେନ ମିଳିଥାଏ , ଯାହାଦ୍ୱାରା ହାର୍ଟ ଆଟାକ ସମସ୍ୟା ଠାରୁ ମନୁଷ୍ୟ ଦୂରେଇ ରହିଥାଏ l

ଏବଂ ଏହି ଅଧ୍ୟୟନ ରେ ସୀଢୀ ଚଢିବା କୁ ଗୋଟିଏ ହେଲଦି ଲାଇଫ ଷ୍ଟାଇଲ ରେ ସାମିଲ କରିବାକୁ କୁହାଯାଇ ଥିଲା, ଏବଂ କୁହାଯାଇଥିଲା ଯେ ସୀଢୀ ରେ ନିୟମିତ ଚଢିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ମଧ୍ୟ ନିୟନ୍ତ୍ରଣ ହୋଇଥାଏ, ଗୁଡ଼ କୋଲେଷ୍ଟ୍ରଲ ଅଧିକ ଆକ୍ଟିଭ ହୋଇଥାଏ l

Leave A Reply