Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

0

ଭୁବନେଶ୍ୱର : ୨୫ ଅପ୍ରେଲ,୨୦୨୦ :  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପବିତ୍ର ରମ୍‍ଜାନ ଉପଲକ୍ଷେ ରାଜ୍ୟର ସମସ୍ତ ମୁସଲ୍‍ମାନ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତିା ଏକ ଶୁଭେଚ୍ଛା ବାର୍ତ୍ତାରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପବିତ୍ର ରମଜାନ୍‍ ମାସ ଆମ ସମସ୍ତଙ୍କର ଭାବନା ଓ କାର୍ଯ୍ୟକୁ ବିଶୁଦ୍ଧ କରୁ ଏବଂ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଆଶୀର୍ବାଦ ପ୍ରଦାନ କରୁା କୋଭିଡ୍‍-୧୯କୁ ପରାଜିତ କରିବା ପାଇଁ ଏହି ପବିତ୍ର ମାସ ଆମକୁ ଶକ୍ତି ଦେଉ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତିା
 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଶ୍ୱ ମାଲେରିଆ ଦିବସ ଅବସରରେ କହିଛନ୍ତି ଯେ ମ୍ୟାଲେରିଆ ନିରାକରଣ ଦିଗରେ ଓଡ଼ିଶା ବିଶ୍ୱରେ ଏକ ଆଦର୍ଶ ରାଜ୍ୟ ଭାବରେ ନିଜକୁ ପ୍ରତିପାଦିତ କରିପାରିଛିା ମ୍ୟାଲେରିଆ ରୋଗର ଚିହ୍ନଟ, ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗୁଁ ଏହା ସମ୍ଭବ ହୋଇପାରିଛିା ମାନ୍ୟବର ମୁଖ୍ୟମନ୍ତ୍ରୀ ମ୍ୟାଲେରିଆ ରୋଗର ସଂପୂର୍ଣ୍ଣ ବିଲୋପ ନିମନ୍ତେ ଆମର ଚେଷ୍ଟାକୁ ଅଧିକ ଜୋରଦାର କରିବା ପାଇଁ ଶପଥ ନେବାକୁ ଆହ୍ୱାନ ଦେଇଛନ୍ତିା
 ଜାତୀୟ ପଞ୍ଚାୟତିରାଜ ଦିବସରେ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ଗ୍ରାମପଞ୍ଚାୟତକୁ ଉନ୍ନୟନମୂଳକ ଯୋଜନା ନିମନ୍ତେ, ବେଲଗୁ=ା ବ୍ଲକ୍‍ର ବଡବୋରସିଙ୍ଗି ପଞ୍ଚାୟତକୁ ଶିଶୁ ଅନୁକୂଳ କାର୍ଯ୍ୟକ୍ରମ ନିମନ୍ତେ ଓ ସାନଖେମୁଣ୍ଡି ବ୍ଲକ୍‍ର ପୋଡାମାରି ପଞ୍ଚାୟତକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର ମିଳିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ୩ ପଞ୍ଚାୟତ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତିା ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଭଳି କାର୍ଯ୍ୟକ୍ରମ ପ୍ରଚଳନ, ଗ୍ରାମାଞ୍ଚଳ କଲ୍ୟାଣ ପାଇଁ ଯଥାର୍ଥ ପରିଚାଳନା ଓ ପଞ୍ଚାୟତିରାଜ ପ୍ରତିନିଧିଙ୍କ ସଶକ୍ତିକରଣ ମାଧ୍ୟମରେ ଗ୍ରାମାଞ୍ଚଳ ବିକାଶକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ଏହା ସମ୍ଭବ ହୋଇଛିା
 ରୋଗ ନିରୀକ୍ଷଣ, ଚିକିତ୍ସା ପରିଚାଳନା, ଆଗୁଆ ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଓଡ଼ିଶାର ସଫଳତା ପାଇଁ ଭାରତ ସରକାର ରାଜ୍ୟକୁ ପ୍ରଶଂସା କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଛନ୍ତିା
 ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ତଥା ଅନ୍ୟାନ୍ୟ ଶିଳ୍ପାନୁଷ୍ଠାନଗୁଡ଼ିକରେ ସ୍ୱାଭାବିକ ସ୍ଥିିତି ଫେରାଇ ଆଣିବା ଉଦ୍ଦେଶ୍ୟରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ଏକ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛିା ବୈଠକରେ ବିଭିନ୍ନ ଉଦ୍ୟୋଗ ସଂଗଠନର ପ୍ରତିନିଧିବୃନ୍ଦ ଯୋଗଦେଇ ମତାମତ ରଖିଥିଲୋ ଓଡ଼ିଶାରେ କୋଭିଡ୍‍-୧୯ ସଂକ୍ରମଣ ପ୍ରତିରୋଧ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଗୁଆ ପଦକ୍ଷେପଗୁଡ଼ିକୁ ପ୍ରତିନିଧିବୃନ୍ଦ ପ୍ରଶଂସା କରିଥିଲୋ
 ଲକ୍‍ ଡାଉନ୍‍ ଅବଧି ମଧ୍ୟରେ ଦୋକାନ ବଜାର ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ
କରିଛନ୍ତିା ଏ ସଂପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛିା ଏସବୁ ଦୋକାନରେ ୫୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ବାଧ୍ୟତାମୂଳକ ହେବା କେଉଁ କେଉଁ ଦୋକାନ ଖୋଲିବ ଏ ବାବଦରେ ସଂପୃକ୍ତ ଜିଲ୍ଲାପାଳ/ମୁନିସିପାଲ୍‍ କମିଶନର/ପୌର କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜରି କରିବୋ
 ଲକ୍‍ ଡାଉନ୍‍ରେ ବିଭିନ୍ନ ରାଜ୍ୟରେ ଅଟକି ରହିଯାଇଥିବା ଓଡ଼ିଆ ଶ୍ରମିକ ଏବଂ ଓଡ଼ିଶାର ଲୋକମାନଙ୍କୁ ଓଡ଼ିଶା ଫେରିବା ନିମନ୍ତେ ଅପ୍ରେଲ ୨୪ ତାରିଖରୁ ଓଡ଼ିଶା ସରକାରଙ୍କ cଞ୍ଚଠiଛ୧୯.ଞ୍ଚଛiଟhଚ୍ଚ.ଜ୍ଜଞ୍ଚଠ.in ପୋର୍ଟାଲରେ ପଂଜୀକରଣ କାର୍ଯ୍ୟ ଆରମ୍ଭ ହୋଇଛିା ଓଡ଼ିଶା ଫେରିବାକୁ ଚାହୁଁଥିବା ଏହି ଲୋକମାନେ ନିଜେ, ସେମାନଙ୍କର ସଂପର୍କୀୟ କିମ୍ବା ସଂପୃକ୍ତ ଅଞ୍ଚଳର ନୋଡାଲ୍‍ ଅଧିକାରୀମାନେ ଏଥିରେ ପଂଜୀକରଣ କରିପାରିବୋ
 ଲକ୍‍ ଡାଉନ୍‍ କାରଣରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକମାନେ ଇଚ୍ଛାକଲେ ଅନ୍ୟତ୍ର କାମ କରିବା ପାଇଁ ରାଜ୍ୟ ମଧ୍ୟରେ ଯାତାୟତ କରିପାରିବେ । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ସେମାନଙ୍କ ଯାତାୟତ ନିମନ୍ତେ ପାସ୍‍ର ବ୍ୟବସ୍ଥା କରିବୋ ଏଥି ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛିା
 ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୮୭,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୬୧୦ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛିା ଏହିସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍‍ ସେଣ୍ଟର ଟୋଲ୍‍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା
 ଆଜି ରାଜ୍ୟର ୫୪୯୦ ଗ୍ରାମ ପଞ୍ଚାୟତରେ ୩,୪୯,୨୯୭ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୪ ଟି ପୌରାଞ୍ଚଳରେ ୪୨,୫୬୨ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୪ରୁ ଅପ୍ରେଲ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୬୭ଟି ମାମଲା ଦାୟର
କରାଯାଇଛିା ସେଥିରୁ ୫୬ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ, ୧ଟି ହୋମ୍‍ କ୍ୱରାଣ୍ଟାଇନ୍‍ ଉଲ୍ଲଂଘନ ପାଇଁ ଏବଂ ୧୦ଟି ଅନ୍ୟାନ୍ୟ କାରଣ ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୧୨୮ ଜଣଙ୍କୁ ଗିରଫ କରାଯାଇଛି ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
 ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨୦୫୯୯ଟି ନମୁନା କୋଭିଡ୍‍-୧୯ ପରୀକ୍ଷା କରାଯାଇଛିା
 ବର୍ତ୍ତମାନ ସୁଦ୍ଧା ସମୁଦାୟ ୯୪ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା
 ୩୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
 ଜଣେ କୋଭିଡ୍‍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
 ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୬୦ ରହିଛିା
 ୧୫୦ ଜଣ ହସ୍‍ପିଟାଲ୍‍ ଆଇସୋଲେସନ୍‍ରେ ଅଛନ୍ତିା

Leave A Reply