ଗଞ୍ଜାମ:25,4 : ଗଞ୍ଜାମ ବ୍ଲକ ର ପାଳିବନ୍ଧ ପଞ୍ଚାୟତ ର ପୋଡ଼ମପେଟା ଓଡ଼ିଆରପି କଲୋନିରୁ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯାଇଥିବା ମସ୍ୟଜୀବୀ ଙ୍କ ଏକ ଡଙ୍ଗା ଓଲଟି ପଡିବା ଯୋଗୁଁ 4 ଜଣ ମତ୍ସଜୀବୀ ପହଁରି କୂଳକୁ ଫେରି ଥିବା ବେଳେ ଜଣେ ନିଖେଜ ଥିବା ଜଣାପଡିଛି। ନିଖୋଜ ମତ୍ସଜୀବୀ ଜଣଙ୍କ ହେଲେ ଉକ୍ତ ଗ୍ରାମର ସିଏଚ ପୋଟଡୁ ଙ୍କ ପୁଅ ସି ଏଚ.ଦାନେୟା(21),ପହଁରି ଆସିଥିବା ବ୍ୟକ୍ତି ମାନେ ହେଲେ ବି.ବାବାଜୀ(32),ବି.ବୁଦ୍ଧିଆ(33), ସି.ଏଚ ମଙ୍ଗଳା(45),ସି.ଏଚ ଗଜ(29) । ସୂଚନା ଥାଉକି ଶୁକ୍ରବାର ଅପରାହ୍ନ 5 ବେଳେ 5 ଜଣ ବ୍ୟକ୍ତି ସମୁଦ୍ରକୁ ଗୋଟିଏ ଡ଼ଙ୍ଗାରେ ମାଛ ମାରିବାକୁ ଯାଇଥିବା ବେଳେ ସମୁଦ୍ର ମଧ୍ୟରେ ରାତ୍ର 10 ଟା ସମୟ ରେ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଥିଲା।ଫଳରେ ସମସ୍ତେ ନିଜ ଜୀବନ ରକ୍ଷା କରିବା ନିମନ୍ତେ ପ୍ରାୟ 14 କିଲୋମିଟର ପହଁରି କୂଳକୁ ଫେରିବା ଚେଷ୍ଟା କରି 4 ଜଣ ବ୍ୟକ୍ତି କୂଳରେ ପହଞ୍ଚି ଥିବା ବେଳେ ଜଣଙ୍କର ପତ୍ତା ମିଳି ନାହିଁ।
ନିଖୋଜ ଯୁବକ ଙ୍କ ବାପା ଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ ବାଧ୍ୟ ହୋଇ ନିଜ ପରିବାର ପ୍ରତି ପୋଷଣ ପାଇଁ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା ସେ ନିଖୋଜ ହୋଇଯାଇଥିବା ଜଣା ପଡିବା ପରେ ପରିବାର ରେ ତିନି ଭଉଣୀ ,ବାପା ,ମା ପ୍ରମୁଖ ଚିନ୍ତିତ ହୋଇ ପଡିଛନ୍ତି। ଅନ୍ୟପଟେ ପ୍ରାୟ 4 ଲକ୍ଷ ଟଙ୍କା ର ଡଙ୍ଗା ଓ ଜାଲ ହରାଇ ଥବା ମତ୍ସଜୀବୀ ସରକାରୀ ସହାୟତା ନିମନ୍ତେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।