Odisha news

ବନ୍ଦ ହେବ ତିନୋଟି ସ୍ୱତନ୍ତ୍ର ଟ୍ରେନ୍

0

‌ଭୁବନେଶ୍ୱର, ୦୭ ଜୁଲାଇ – ବହୁତ କମ୍ ଯାତ୍ରୀଙ୍କୁ ନେଇ ଚଳାଚଳ କରୁଥିବାରୁ ରାଜ୍ୟ ଭିତରେ ଚଳାଚଳ କରୁଥିବା ତିନୋଟି ଟ୍ରେନ୍ ବନ୍ଦ କରିବାକୁ ନିଷ୍ପତି ନେଇ ପୂର୍ବତଟ ରେଳବାଇ । ତିନୋଟି ମାର୍ଗରେ ଯେପରିକି ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ସମ୍ବଲପୁର-ଖୋର୍ଦ୍ଧା ରୋଡ-ସମ୍ବଲପୁର ସ୍ୱତନ୍ତ୍ର ରେଳସେବାକୁ ବାତିଲ କରାଯିବାକୁ ନିଷ୍ପତି ନିଆଯାଇଛି ।  ୦୮୩୦୩/୦୮୩୦୪- ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର (ସପ୍ତାହକୁ ୩ ଥର) ସ୍ୱତନ୍ତ୍ର ଟ୍ରେନ୍ ଉଭୟ ଦିଗରୁ ୧୦ ଜୁଲାଇ, ୨୦୨୦ ଠାରୁ ବାତିଲ ରହିବ । ସେହିପରି ୦୮୪୯୨/୦୮୪୯୧- ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର (ସପ୍ତାହକୁ ୩ ଥର) ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ୧୩ ଜୁଲାଇ ଏବଂ ଭଦ୍ରକରୁ ୧୪ ଜୁଲାଇ ଠାରୁ ବାତିଲ ରହିବ । ୦୮୪୩୭/୦୮୪୩୮- ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର (ସପ୍ତାହକୁ ୩ ଥର) ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ୧୩ ଜୁଲାଇ ଏବଂ ବ୍ରହ୍ମପୁରରୁ ୧୪ ଜୁଲାଇ ଠାରୁ ବାତିଲ ରହିବ ବୋଲି ସୂଚନା ଦିଆଯାଇଛି ।

Nalco
Leave A Reply