ରାୟଗଡା,୧୩ ।୫(Rabindra Patkhandal)- ଚୋରା ମୋବାଇଲ ମାମଲରା ତଦନ୍ତରେ ଅବହେଳା କରିଥିବା ଅଭିଯୋଗରେ ୨ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ରାୟଗଡା ଏସ.ପି ଡଃ ଶ୍ରବଣା ବିବେକ ଏମ । ନିଲମ୍ବତ ୨ ଅଧିକାରୀ ହେଲେ ଟାଉନ ଥାନା ଏସ.ଆଇ ଟି.ଅଲ୍ଲୀ ଖାନ ଏବଂ କୁମ୍ଭିକୋଟାାନ ଫାଣ୍ଡି ଏସ.ଆଇ ବିମଳ କୁମାର କହଁର । ସୂଚନା ମୁତାବକ ୨୦୧୯ ମସିହାରେ ମୋବାଇଲ ଫୋନ ଚୋରି ହୋଇଥିବା ନେଇ ଜଣେ ବ୍ୟକ୍ତି ଏକ ମାମଲା ରୁଜ୍ଜୁ କରିଥିଲେ ।
ପୁଲିସ ଘଟଣାର ତଦନ୍ତ କରି ମୋବାଇଲ ଫୋନ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ହୋଇଥିବା ମୋବାଇଲ ଫୋନକୁ ଗ୍ରାହକକୁ ଫେରାଇବା ପାଇଁ ତଦନ୍ତକାରୀ ଅଧିକାରୀ ମାନେ ଅବହେଳା ପ୍ରଦର୍ଶନ କରିଥିଲେ । ପୁଲିସ ସମୀକ୍ଷା ବୈଠକରେ ଘଟଣା ସଂପର୍କରେ ଜଣା ପଡିବା ପରେ ଏବଂ ଜାଣିଶୁଣି ତଦନ୍ତରେ ଅବହେଳା ପ୍ରଦର୍ଶନ କରାଯାଇଥିବା ଜଣାପଡିଥିଲା । ଏ ନେଇ ରାୟଗଡା ଏସ.ପି ୨ ଅଧିକାରୀଙ୍କୁ ନିଲମ୍ବନ କରିବା ସହ ଉଭୟଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରିଥିବା ଜଣାପଡିଛି ।