ବଲିଉଡ ନାୟକ ଅଜୟ ଦେବଗନ୍ ବହୁତ ଗୁଡିଏ କମେଡି ଓ ଆକ୍ସନ ଚଳଚିତ୍ରରେ ଅଭିନୟ କରି ଦର୍ଶକଙ୍କୁ ମୁଗ୍ଧ କରିଛନ୍ତି l ତାଙ୍କର କ୍ୟାରିୟର ର ଆରମ୍ଭ “ଫୁଲ ଔର କାଁଟେ “ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ l ଏହି ଚଳଚିତ୍ରଟିର ଗୋଟିଏ ଷ୍ଟଣ୍ଟ କୁ ଆଜିବି ଲୋକ ମାନେ ମାନେ ରଖିଛନ୍ତି ସେହି ଷ୍ଟଣ୍ଟ ରେ ଅଜୟ ୨ ଟି ଚଳନ୍ତା ମଟର ସାଇକେଲ ଉପରେ ଠିଆ ହୋଇଥିବାର ଦେଖା ଯାଇଥିଲା l
ମଧ୍ୟପ୍ରଦେଶର ଜଣେ ପୋଲିସ ଅଫିସର ଅଜୟଙ୍କର ଏହି ଷ୍ଟଣ୍ଟ ର ନକଲ କରି ବିବାଦ ଘେରକୁ ପଶି ଆସିଛନ୍ତି l ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ଖୁବ ଭାଇରlଲ ହୋଇଛି l ମନୋଜ ଯାଦବ ମଧ୍ୟପ୍ରଦେଶ ଦମୋହ ଜିଲ୍ଲାର ନରସିଂହ ଗଡ ପୋଲିସ ଷ୍ଟେସନ୍ ରେ ଥାନା ଅଧିକାରୀ ଭାବରେ କାମ କରନ୍ତି l ସେ ଏହି ଭିଡ଼ିଓଟିରେ ଧୀରେଧୀରେ ଚାଲୁଥିବା ୨ ଟି କାର ଉପରେ ଠିଆହୋଇ ଷ୍ଟଣ୍ଟ କରିଛନ୍ତି l ଏହା ସହିତ ଏହି ଭିଡିଓରେ ରୋହିତ ସେଟି ନିର୍ଦେଶିତ ଚଳଚିତ୍ର “ସିଂଘମ୍”ର ଟାଇଟଲ ଗୀତ ବଜୁ ଥିବାର ଶୁଣିବାକୁ ମିଳିଛି l ଲକଡାଉନ ସମୟରେ ଜଣେ ପୋଲିସ ଅଫିସରଙ୍କ ଏହି ପ୍ରକାର ଭିଡିଓ ସୋସିଆଲ ମିଡିଆରେ ଦେଖିବା ପରେ ସମସ୍ତ ଉଚ ପଦସ୍ଥ ପୋଲିସ ଅଧିକାରୀ ମାନେ ନିଜର ପ୍ରତିକ୍ରିୟା ରଖିବା ସହିତ ୫000 ଟଙ୍କା ଜୋରିମାନା ଲଗାଇଛନ୍ତି l ଏବଂ ଭବିଷ୍ୟତରେ ଏପରି ନକରିବା ପାଇଁ ଚେତାବନୀ ଦେଇଛନ୍ତି l
ନିଜର ସଫେଇ ରଖି ମନୋଜ ଯାଦବ କହିଛନ୍ତି ଯେ “ସେହି ରାସ୍ତାରେ ମୁଁ ବାଇକ ରେ ଯାଉଥିଲା ବେଳେ ମତେ କିଛି ପିଲା ଚ୍ୟାଲେଞ୍ଜ କରିବାରୁ ଏପରି କରିବାକୁ ବାଧ୍ୟ ହେଲି l “