Odisha news

ସହିଦ୍ ପ୍ରକାଶ ଶିଅଳଙ୍କୁ ସୋରରେ ଶ୍ରଦ୍ଧାଞ୍ଜଳି

0
ସୋର, ୮/୧୧- ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିଷ୍ଫାରଣରେ କାର୍ଯ୍ୟରତ ଓଡ଼ିଆ ବିଏସ୍‌ଏଫ ଯବାନ ପ୍ରକାଶ କୁମାର ଶିଅଳଙ୍କ ମରଶରୀର ନିଜ ଜନ୍ମ ସ୍ଥାନ ଗୋପାପୁରକୁ ଯିବା ସମୟରେ ସୋରଠାରେ ବିଭିନ୍ନ ଅନୁଷ୍ଠାନ ଏବଂ ଜନ ସାଧାରଣଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଅପରାହ୍ଣ ୩.୩୦ ମିନିଟ ସମୟରେ ତାଙ୍କର ମରଶରୀରକୁ ନେଇ ଆସୁଥିବା ସୈନ୍ୟ ବିଭାଗ ଗାଡ଼ି ଅଟକିବା ପରେ ସୋରର ବଣିକ ସଂଘ, ଆଦର୍ଶ ଯୁବପରିଷଦ ସଦସ୍ୟ ସଦସ୍ୟା, ସୋର ପ୍ରେସ କ୍ଳବର ସଦସ୍ୟ ଏବଂ ଉତ୍ତରେଶ୍ୱର ବାସିନ୍ଦାମାନଙ୍କ ମଧ୍ୟରେ ଅଶୋକ କୁମାର ମହାନ୍ତି, ଅପସରପ୍ରାପ୍ତ ସୈନିକ କାହ୍ନୁ ମିଶ୍ର, ରାଶେଶ୍ୱର ଦେ, ପୃଥିବୀ ବେହେରା, ସଂଜୟ ନାୟକ, ଅଜିତ ନାୟକ ପ୍ରମୁଖ ଉପସ୍ଥିତ ରହି ସହିଦ୍ ପ୍ରକାଶ କୁମାର ଅମର ରହେ ଧ୍ୱନି ଦେଇ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
Leave A Reply