ସୋର, ୨୫/୯- ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଦିଗିଭଅଁରା ଗ୍ରାମର ଜଣେ ଯୁବକ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ଗ୍ରାମର ପ୍ରମୋଦ ନାୟକଙ୍କ ପୁଅ ଅନୀଲ କୁମାର ନାୟକ(୧୯) ଆଜି ଅପରାହ୍ଣରେ ଖାଇପିଇ ଘର ଭିତରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇ ବାହାରିଯାଇଥିଲା । ଗୋଡ଼ରେ ଯନ୍ତ୍ରଣା ହେବାରୁ ସେ ଉଠିପଡ଼ି ଘର ଲୋକଙ୍କୁ ଜଣାଇବା ପରେ ତାଙ୍କୁ ତୁରନ୍ତ ସୋର ଡାକ୍ତରଖାନାକୁ ଚିକିତ୍ସା କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା । ପରିବାର ଲୋକେ ତାଙ୍କୁ ବାଲେଶ୍ୱର ନେବା ରାସ୍ତାରେ ଖନ୍ତାପଡ଼ା ନିକଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମୃତ ଦେହକୁ ସୋର ଡାକ୍ତରଖାନାକୁ ଅଣାଯାଇ ବ୍ୟବଚ୍ଛେଦ ପାଇଁ ରଖାଯାଇଛି ।