ସୋର, ୧୫/୯- ଜାମ୍ମୁକାଶ୍ମୀରର ରାଜୌରୀ ଏବଂ ଅନନ୍ତନାଗ ଜିଲାରେ ଆତ୍ମଗୋପନ କରିଥିବା କିଛି ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନାପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ସେନା କର୍ମଚାରୀଙ୍କ ଉପରକୁ ଗୁଳି ଚାଳନା କରିବାରୁ ଦୁଇ ସେନାଧିକାରୀଙ୍କ ସହିତ ଜଣେ ଯବାନ ସହିଦ ହୋଇଛନ୍ତ । ସହିଦମାନଙ୍କ ଉଦେଶ୍ୟରେ ସୋର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ କାର୍ଯ୍ୟାଳୟ ଉତ୍ତରେଶ୍ୱର ଠାରେ ଏକ ଶୋକସଭା ପାଳିତ ହୋଇଯାଇଛ । ସଦସ୍ୟମାନେ ବୀର ଯବାନ ଅମର ରହେ, ଭାରତ ମାତା କି ଜୟ ନାରା ଦେଇ ଯବାନଙ୍କ ଅମର ଆତ୍ମା ସଦଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ । ଭାରତୀୟ ସେନା ଏହାର କଡ଼ା ଜବାବ ଦେବ ବୋଲି ଆଶାପୋଷଣ କରି ସଦସ୍ୟମାନେ ଶୋକସନ୍ତପ ପରିବାରକୁ ଭଗବାନ ଧୈର୍ଯ୍ୟ ଏବଂ ଶକ୍ତି ପ୍ରଦାନ କରିବାକୁ କାମନା କରିଥିଲେ ।