Odisha news

ଗ୍ରେଡ଼ ପେ ସଂଶୋଧନ ଦାବିରେ ଏସ୍‌ଏସ୍ ବି ଅଧ୍ୟାପକ ସଂଘର କଳାବ୍ୟାଚ୍ ପରିଧାନ

0
ସୋର, ୧୫/୯- ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟ ପରିସରରେ ଗ୍ରେଡ଼ ପେ ସଂଶୋଧାନ ଦାବିରେ ଷ୍ଟେଟ ସିଲେକ୍ସନ ବୋର୍ଡ଼(ଏସ୍‌ଏସ୍‌ବି)ଅଧ୍ୟାପକ ଓ ଅଧ୍ୟାପିକାମାନେ କଳା ବ୍ୟାଚ୍ ପରିଧାନ କରିବା ସଂହିତ ଶିକ୍ଷାଦାନ ଜାରି ରଖିଥିଲେ । ରାଜ୍ୟରେ ସରକାରୀ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ଏସ୍‌ଏସ୍‌ବି ଅଧ୍ୟାପକ ଓ ଅଧ୍ୟାପିକାମାନେ ପାଉଥିବା ଦରମାର ଗ୍ରେଡ଼ ପେ ୪୬୦୦ରୁ ୫୪୦୦କୁ ବୃଦ୍ଧି କରିବା ସହ ୨୦୧୬ ମସିହାଠାରୁ ପିଛିଲା ଭାବେ ଲାଗୁ କରିବାକୁ ସଂଘ ଦାବି କରିଆସୁଛନ୍ତି । ଏ ପର୍ଯ୍ୟନ୍ତ ଏହି ଦାବି ପୂରଣ ନ ହେବାରୁ ଗତ ଗୁରୁଦିବସଠାରୁ ରାଜ୍ୟର ୪୮୮ବର୍ଗର ଅଧ୍ୟାପକ ଅଧ୍ୟାପିକାମାନେ ମହାତ୍ମା ଗାନ୍ଧିଙ୍କ ଫଟୋ ରଖି କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ କରିଆସୁଛନ୍ତି । ଏସ୍‌ଏସ୍‌ବି ଦ୍ୱାରା ଯୋଗ୍ୟତା ଭିତ୍ତିରେ ଜଚାକିରି କରିଥିଲେ ମଧ୍ୟ ସେମାନେ ଦୁଃଖ ଦୁର୍ଦ୍ଦଶା ନେଇ ଗତି କରୁଛନ୍ତି । ସରକାର ଶିକ୍ଷା ବ୍ୟବସ୍ଥାକୁ ୫-ଟିରେ ଅର୍ନ୍ତଭୁକ୍ତ କରି ମହାବିଦ୍ୟାଳୟମାନଙ୍କର ରୂପରେଖ ବଦଳେଇ ଦେଇଥିବା ସ୍ଥଳେ ଏସ୍‌ଏସ୍‌ବି ଅଧ୍ୟାପକ ଅଧ୍ୟାପିକାମାନଙ୍କର ଅବସ୍ଥାକୁ ଚିନ୍ତା କରୁ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇ ଆସୁଛି । ଆଗାମୀ ଦିନରେ ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ ସହିତ ପାଠପଢ଼ା ଜାରି ରଖ୍‌ôବାକୁ ଓଏସ୍‌ଏଲଏ ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଆଜି ମହାବିଦ୍ୟାଳୟର ଡ. ଅମ୍ବରୀଶ ଡିଣ୍ଡା, ଡ.କୃଷ୍ଣଚନ୍ଦ୍ର ଦାସ, ସୁଶାନ୍ତ କୁମାର ମହାଳିକ, ଡ. ରସ୍ମିତା ନାୟକ, ଡ.ପ୍ରମିଳା ପାତ୍ର, ଡ. ଅନୁରାଧା ପୃଷ୍ଟି, ଡ.ଅଖତରୀ ଖାତୁନ, ଶମାସୋନାଲୀ କାଣ୍ଡୋ୍‌ଲନା, ରାଜଶ୍ରୀ ବେହେରା, ରଂଜତା ବାରିକ,ଅର୍ପିତା ନାୟକ, ଶୁଭସ୍ମିତା ମହାପାତ୍ର, ମାନସ ଖଟୁଆ, ସ୍ମିତା ସାମନ୍ତ, ମମତାରାଣୀ ଜେନା, ସୁଷମା ମହନ୍ତ, ଅପ୍ସନା ଖାତୁନ, ସୁଜିତ ଦାସ, ଦୀପକ ମହାଳିକ ପ୍ରମୁଖ କଳାବ୍ୟାଜ୍ ପିନ୍ଧି ଦାବି କରିଥିଲେ ।

Leave A Reply