ସୋର, ୧୫/୯- ସୋର ତହସିଲ ଅନ୍ତର୍ଗତ ମହୁମୁହାଣ ଖଞ୍ଜାମାହାଲ ପାହାଡ଼ରେ ବେଆଇନ ଭାବେ ପଥର ଖନନ କରୁଥିବା ବେଳେ ଜିଲା ପ୍ରଶାସନ ତରଫରୁ ଚଢ଼ାଉ କରାଯାଇ ଜେସିବି ଏବଂ ଡମ୍ଫର ଜବତ କରାଯାଇ ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ଜିଲାପାଳଙ୍କ ନିର୍ଦେଶ କ୍ରମେ ସହକାରୀ ଜିଲାପାଳ ପ୍ରସନ୍ନ କୁମାର ମହାନ୍ତି ଏବଂ ସୋର ତହସିଲଦାର ବସନ୍ତ କୁମାର ସାହାଣି ସୋର ପୁଲିସ୍ ସହାୟତାରେ ଏହି ଚୋରା ଖନନ ବେଳେ ଚଢ଼ାଉକରି ଜେସିବି ଅପରେଟର ବିଶ୍ୱଜିତ ସାହୁ, ହେଲପର ପପୁ ପ୍ରଧାନ ଏବଂ ବିକ୍ରମ ଟୁଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ସମୟରେ ପଥର ବୋଝେଇ ପାଇଁ ଯାଇଥିବା ଅନ୍ୟ ଡମ୍ଫରକୁ ଜବତ କରାଯାଇଥିଲା ।