Odisha news

କୃଷି ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ

0
ଆଠଗଡ଼ ତା ୧୫-୯-୨୩: ଟାଙ୍ଗୀ ଚୌଦ୍ବାର ବ୍ଲକ ଅନ୍ତର୍ଗତ କଖଡି ପଞ୍ଚାୟତ ଠାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କୃଷି ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦେଇ କଖଡି ଠାରୁ କପୁରି ସିଂ ପର୍ଯ୍ୟନ୍ତ ଗ୍ରାମ୍ୟ ରାସ୍ତାର ଉନ୍ନତି କରଣ ଓ ସମ୍ପସାରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି।  ତେବେ କଟକ ସମ୍ବଲପୁର  ପୁରୁଣା ରାଜପଥ ଠାରୁ ବିଭକ୍ତ ହୋଇ ରାସ୍ତାଟି ଦୀର୍ଘଦିନ ହେବ ଅବ୍ୟବସ୍ଥା ରେ ରହିଅଛି ଶତାଧିକ ଲୋକ ମାନେ ଏହି ରାସ୍ତା ଉପରେ ନିର୍ଭର କରି ଯାତାୟାତ  ମଧ୍ୟ କରିଥାନ୍ତି ,ରାସ୍ତାଟି ଅତି ପୁରୁଣା ହୋଇଯାଇଥିବାରୁ ଲୋକମାନେ ଯାତାୟତରେ ମଧ୍ୟ ନାନାଦି ସମସ୍ୟା ସମ୍ମୁଖୀନ ହୁଅନ୍ତି। ତେଣୁ ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଏହି ରାସ୍ତାର ଉନ୍ନତି କରଣ କାମ ନିମନ୍ତେ ମାନ୍ୟବର ମନ୍ତ୍ରୀ ଏହାକୁ ଶିଳାନ୍ୟାସ କରିଛନ୍ତି। ଉକ୍ତ ରାସ୍ତା ଟିର ଦୈର୍ଘ୍ୟ ୭ କିଲୋ ମିଟର ହୋଇଥିବା ବେଳେ  ପ୍ରସ୍ଥ ୭ ମିଟର ଅଟେ।ରାସ୍ତାର ଉନ୍ନତି ନିମନ୍ତେ ୭କୋଟି ୬ଲକ୍ଷ ୮୦ହଜାର ୨୫୩ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିବା  ବେଳେ ଆଠଗଡ଼ର  ଆର ଆଣ୍ଡ ବି  ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଦୀର୍ଘ ୯ମାସ ଭିତରେ କାର୍ଯ୍ୟ ଶେଷ ହେବା ପାଇଁ ଅନୁମତି ପ୍ରଦାନ କରାଯାଇଛି।ତେବେ ଉକ୍ତ ରାସ୍ତାଟି ସମ୍ପୂର୍ଣ୍ଣ କରିବା ପାଇଁ ଏ କ୍ଲାସ  କଣ୍ଟାକ୍ଟର ମନୋଜ କୁମାର ନାୟକ ଏହାର ଦାୟିତ୍ୱ ବହନ କରିଛନ୍ତି । ଏଥି ସହିତ  କଖଡି ପଞ୍ଚାୟତର ଥିବା ମହାବିଦ୍ୟାଳୟ ରେ ନୂତନ  ଶ୍ରେଣୀଗୃହ କୁ ମାନ୍ୟବର ମନ୍ତ୍ରୀ ଉଦ୍ଘାଟନ କରିବା ସହିତ ପଞ୍ଚାୟତ ରେ ହେବାକୁ ଥିବା ନୂତନ  ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଛନ୍ତି।ତେବେ ଆଜିର କାର୍ଯ୍ୟକ୍ରମରେ ଆର ଆଣ୍ଡ ବି ବିଭାଗର ଏସ୍ ଡି ଓ ଦିନେଶ କୁମାର  ସାହୁ, ଆସିଷ୍ଟାଣ୍ଟ ଇଞ୍ଜିନିୟର ପ୍ରଭାତ କୁମାର ବେହେରା,ଟାଙ୍ଗୀ ଚୌଦ୍ବାର ବ୍ଲକ ବିଡିଓ ଆଶୁତୋଷ ମିଶ୍ର,  ଆଠଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ  ୩ ନମ୍ବର ଜୋନ ଜିଲ୍ଲା ପରିଷଦ , ୨ନମ୍ବର ଜୋନ ଜିଲ୍ଲା ପରିଷଦ,କଖଡି ସରପଂଚ କଳ୍ପନା ଛତାର, ସମିତିସଭ୍ୟ ପ୍ରଦୀପ କୁମାର ମହାନ୍ତି,ମଞ୍ଚେଶ୍ୱର୍ ସରପଂଚ ଯୋତ୍ରିମୟୀ ସାହୁ,ସମିତିସଭ୍ୟ ରୀନାରାଣୀ ସାହୁ, ଓରନ୍ଦ। ସରପଂଚ ବିନ୍ଦୁବାସିନୀ ଦାସ, ସମିତିସଭ୍ୟ ଚିରନ୍ମୟୀ ବିଶ୍ଵାଳ, ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ରାୟ ଙ୍କ ସମେତ ଗ୍ରାମ୍ୟ କମିଟି ସଭାପତି ଦିଲୀପ ଛତାର ଙ୍କ ସମେତ ପଞ୍ଚାୟତର ଶତାଧିକ ସମର୍ଥକ ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Leave A Reply