କେନ୍ଦୁଝର : ଦେଶକୁ ସମୃଦ୍ଧ ଓ ବିକାଶ ଦିଗରେ ଆଗେଇ ନେବାପାଇଁ ଏକ ସୁସ୍ଥ ସମାଜର ଆବଶ୍ୟକ ଏହି ସୁସ୍ଥ ସମାଜ ସେତେବେଳେ ଗଠନ ହୋଇପାରିବ ଯେତେବେଳେ ଆମେ ସୁସ୍ଥ ରହିବା । ଏହାକୁ ଆଖି ଆଗରେ ରଖି କେନ୍ଦ୍ରସରକାରଙ୍କ ଦ୍ବାରା ପାଳନ କରାଯାଉଥିବା ପୋଷଣ ସପ୍ତାହକୁ ସଫଳ କରିବା ପାଇଁ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସର ସ୍ବେଛାସେବୀ ମାନଙ୍କ ଦ୍ବାରା ୧୫ ତାରିଖ ଦିନ କରଣ ସାହି ବିଲେଇ ପଦା ଅଙ୍ଗନ ବାଡି କେନ୍ଦ୍ରଠାରେ ଏକ ପୋଷଣ କାର୍ଯ୍ୟକ୍ରମ କରାଯାଇଥିଲା। ସ୍ବେଛାସେବୀ ମାନେ ମହିଳା , କିଶୋରୀ ମାନଙ୍କୁ କୁପୋଷଣରୁ ଦୂରେଇବା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ବୁଝାଇଥିଲେ । ଏହାର ମୂକ୍ଷ ଉଦେଶ୍ୟ ବର୍ତ୍ତମାନ ଓ ଭବିଷ୍ୟତର ଆଗାମୀ ପିଢ଼ିକୁ କୁପୋଷଣରୁ ରକ୍ଷା କରି ସୁସ୍ଥ ସମାଜ ଗଠନ କରିବା। ଉକ୍ତ କାର୍ଯ୍ୟକ୍ରମରେ କମ୍ୟୁନିଟି ହେଲଥ ଅଫିସର ଯୋଶନା କୁମାରୀ ଚାମ୍ପିୟା,ହେଲଥ ୱାର୍କର ଫଇମଏଲ-ଦମୟନ୍ତୀ। ଗିରି ଓ ଅଙ୍ଗନ ବାଡି କର୍ମୀ-ଚୂଡାମଣି ଆପଟ ଉପସ୍ଥିତ ଥିଲେ।