Odisha news

ବଡସାହି ଭୋଟର ଚାହାନ୍ତି ସ୍ଵଚ୍ଛ ଶାସନ ଓ ସ୍ଥିର ସରକାର

0

ବେତନଟୀ : ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ସାରା ଦେଶର ସମସ୍ତ ରାଜନୈତିକ ଦଳ ଏକ ରକମର ସଜବାଜ ରେ ଲାଗି ପଡିଥିବା ସୂତ୍ରରୁ ପ୍ରକାଶ। ଓଡିଶାରେ ଦୀର୍ଘ ୨୪ ବର୍ଷର ସ୍ଥିର ସରକାର ୪/୫ ମାସ ପୂର୍ବରୁ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଜାରି ରଖିଥିବା ଖବର ଚର୍ଚ୍ଚା ହେଉଥିଲା। ଏଥିପାଇଁ ଭୋଟର ମାନେ ମଧ୍ଯ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାର ହିସାବ ନିକାସର ଅଙ୍କ କଷା ଚଳାଇଛନ୍ତି। ବଡସାହି ନିର୍ବାଚନ ମଣ୍ଡଳୀଟି ଏସ୍‌.ସି. (ସଂ) ଭାବେ ମୟୂରଭଞ୍ଜ ଜିଲ୍ଲାର ଏକ ମାତ୍ର ଆସନରେ ପଣ ପଣ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ପ୍ରତ୍ୟେକ ଦଳ ଭିତରେ ନିର୍ମଳ ଚେହେରାର ବ୍ୟକ୍ତିତ୍ଵ ବହୁତ କମ୍ ଥିବା ବେଳେ ନିଜର ଭାବମୂର୍ତ୍ତି ହରାଇଥିବା କିମ୍ଵା କଳା ଛିଟା ଲାଗିଥିବା କର୍ମୀ ବା ନେତା ଟିକେଟ ଲବିରେ ଲାଗିପଡିଥିବା ଶୁଶିବାକୁ ମିଳୁଛି।ଦଳୀୟ ଟିକେଟ ନ ମିଳିଲେ କିଏ କେଉଁ ଦଳକୁ ଡେଇଁବ ତାହା ଏବେରୁ କହିବା ମୁସ୍କିଲ ବ୍ୟାପାର ହୋଇପଡ଼ିଛି। ଜିଲ୍ଲା ର ୯ ଗୋଟି ବିଧାନକ୍ଷେତ୍ର ମଧ୍ୟରୁ ୮ ଗୋଟି ଏସ୍‌.ଟି. (ସଂ) ଆସନ,ଗୋଟିଏ ସାଧାରଣ ବର୍ଗ ଓ ଗୋଟିଏ ଏସ୍‌.ସି.(ସଂ) ଆସନ ହୋଇଥିବାରୁ ସମସ୍ତଙ୍କର ନଜର ଏହି ବଡସାହି ବିଧାନକ୍ଷେତ୍ର ଉପରେ ରହିଛି। ବିଜେଡି, ବିଜେପି ଓ କଂଗ୍ରେସ ମୁଖ୍ୟତଃ ଏହି ତିନି ଦଳ ମଧ୍ୟରେ ବଳ କଷାକଷି ହେଉଥିବା ବେଳେ ଅନ୍ୟ ଛୋଟ ଦଳ ବା ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଆଗାମୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେବାର ସମ୍ଭାବନା ଅଧିକ ରହିଛି। ସବୁଠାରୁ ବଡ କଥା ହେଲା ଏହି କ୍ଷେତ୍ରଟି ଜିଲ୍ଲା ସଙ୍ଗଠନ ସହିତ ଥିଲେ  ମଧ୍ୟ ବାଲେଶ୍ବର ସଂସଦୀୟ କ୍ଷେତ୍ର ସହିତ ଜଡିତ । ସେଥିପାଇଁ ବାଲେଶ୍ଵରରୁ ସାଂସଦ ପ୍ରାର୍ଥୀ କିଏ ହେବ ତା ଉପରେ ବଡସାହି ବିଧାନ କ୍ଷେତ୍ରର ଭାଗ୍ୟ ଡୋରୀ ବନ୍ଧା ହୋଇଛି । ମାତ୍ର ପ୍ରତ୍ୟେକ ଦଳର ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମଧ୍ୟରେ ଛକା ପଞ୍ଜା ଚାଲିଥିବାର ଖବର ଶୁଣିବାକୁ ମିଳୁଛି। କିଏ କେତେବେଳେ କେଉଁଠି କେଉଁ ଆଶାୟୀ ପ୍ରାର୍ଥୀଙ୍କ ସପକ୍ଷରେ କିଛି ଅନାମଧେୟ ବ୍ୟକ୍ତି ଙ୍କୁ ଧରି ନିଜେ ବଡପଣ୍ଡା ସାଜି ବୈଠକ କରୁଛି ତାର ହିସାବ ନାହିଁ। ଏପରି ଘଟିବା ଦ୍ୱାରା ଦଳ ମୁଖିଆ ଙ୍କ ପାଖରେ କିନ୍ତୁ ପ୍ରକୃତ ପଟ୍ଟଚିତ୍ର ପହଞ୍ଚି ଯାଇଛି। ଏଥିପାଇଁ ସବୁ ଦଳ ନିର୍ମଳ ଭାବମୂର୍ତ୍ତୀ ଥିବା ଚେହେରା ଖୋଜି ଚାଲିଛନ୍ତି । ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଭାଗ୍ୟବିଧାତା ହେଲେ ସାଧାରଣ ଭୋଟର । ଆଗାମୀ ସାଧାରଣ ନିର୍ବାଚନରେ ଅର୍ଥ ବଳ କିନ୍ତୁ ପ୍ରାର୍ଥୀଙ୍କ ସାମର୍ଥ୍ୟ ସାଜି ନ ପାରେ ବୋଲି କିଛି ଭୋଟରଙ୍କ ମତାମତରୁ ଆକଳନ କରାଯାଇଛି। ସାରା ପୃଥିବୀରେ ଭାରତବର୍ଷର ଗର୍ବଗୌରବ ବ୍ବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ମାଧ୍ଯମରେ ଯେପରି ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇ ପାରିଛନ୍ତି ସେଥିପାଇଁ ଆଉଥରେ ତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ଭୋଟର ମାନେ ବସାଇ ପାରନ୍ତି।ସେହିପରି ରାଜ୍ୟରେ ୨୪ ବର୍ଷର ଶାସନ କ୍ଷମତାକୁ ଜାବୁଡି ଧରିଥିବା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସବୁ ଯୋଜନା ଖଞ୍ଜି ଦେଇଛନ୍ତି ସେଥିପାଇଁ ଷଷ୍ଠ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି ଆଶା କରାଯାଉଛି। କୋଡ଼ିଏ ପ୍ରତିଶତ ଭୋଟରଙ୍କୁ ଛାତି ଦେଲେ ଆଉ ଅଶୀ ପ୍ରତିଶତ ଭୋଟର ଆରାମୀ ନିର୍ବାଚନରେ ସଠିକ ପ୍ରାର୍ଥୀଙ୍କୁ ଭୋଟ ଦେବେ ଏ ବିଶ୍ୱାସ ଭୋଟର ମାନେ ହିଁ ମତ ଦେଇଛନ୍ତି।

Leave A Reply