Odisha news

ସୋର ପୁଲିସ୍ ଦ୍ୱାରା ଚୋର ଗିରଫ: ଚୋରି ଗହଣା ଉଦ୍ଧାର

0

ସୋର : ଗତ ୨୫ ତାରିଖ ଦିନ ସମୟରେ ଘରେ ପଶି ସୁନା ଅଳଙ୍କାର ଚୋରି ଘଟଣାରେ ସୋର ପୁଲିସ୍ ତଦନ୍ତ ଆରମ୍ଭ କରି ଚୋରକୁ ଧରିବା ସହିତ ଚୋରି ଗହଣା ଜବତ କରିବାକୁ  ସକ୍ଷମ ହୋଇଛି । ଏହି ସଂପର୍କରେ  ସୋର ଥାନା ଆଇଆଇସି ମଧୁମିତା ମହାନ୍ତି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ଘଟଣାରୁ ପ୍ରକାଶ ତେଲିଆ ସବିରା ଗ୍ରାମର ସଂଜୟ କୁମାରଙ୍କ ଘରେ କେହି ନଥିବା ବେଳେ ସେହି ଗ୍ରାମର ଧରଣୀଧର ଜେନାଙ୍କ ପୁଅ ନାଲୁ ଓରଫ ପ୍ରଶାନ୍ତ କୁମାର ଜେନା(୨୩)ଘରେ ପଶି ଆଲମିରା ଭାଙ୍ଗି ୨ଟି ସୁନା ଚେନ୍, ୨ଟି ମୁଦି, କାନଫୁଲ, ଲକେଟ ଏବଂ ମଙ୍ଗଳସୂତ୍ର ଚୋରି କରିଥିଲା ।

ଚୋରି ଅଳଙ୍କାରକୁ ସେହି ଗ୍ରାମର ଜଣକ ପାଖରେ ବନ୍ଧକ ରଖିବାକୁ ଯାଇଥିଲା । ଚୋରି ଖବର ପ୍ରଘଟ ହେବାପରେ ଗ୍ରାମର ଲୋକମାନେ ପ୍ରଶାନ୍ତକୁ ସନେ୍ଦହ କରି ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ପ୍ରଶାନ୍ତକୁ ଧରିଆଣି ପଚରାଉଚରା କରିବା ସହିତ ତା ନିକଟରୁ ଚୋରି ସୁନା ଅଳଙ୍କାର ଜବତ କରାଯାଇଥିଲା । ଆଜି ପୁଲିସ୍ କେଶ ନମ୍ବର ୨୨୭/୨୦ରେ ପ୍ରଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଚୋରି ଘଟଣାରେ ତଦନ୍ତକାରୀ ଅଧିକାରୀ ଏସ୍ଆଇ ଅଶୋକ କୁମାର ମହାନ୍ତିଙ୍କୁ କନେଷ୍ଟବଳ ସୁଦର୍ଶନ ପରିଡ଼ା ତଦନ୍ତରେ ସହଯୋଗ କରିଥିଲେ

Nalco
Leave A Reply