Odisha news

ଧରାହେଲା ୮କୁଇଣ୍ଟାଲ ଓଜନର ଏକ ବିରଳ ପ୍ରଜାତିର ମାଛ , ତାପରେ …..

0

ଭୋଗରାଇ : ଓଡ଼ିଶା ସୀମାନ୍ତ ପଶ୍ଚମବଂଗ ରାଜ୍ୟରେ ଥିବା ଦୀଘା ମୁହାଣରେ ୮କୁଇଣ୍ଟାଲ ଓଜନର ଏକ ବିରଳ ପ୍ରଜାତିର ମାଛକୁ ଓଡ଼ିଶାର ମତ୍ସ୍ୟଜୀବୀମାନେ  ବିକି୍ର କରିଥିବା ସୂଚନା ମିଳିଛି  ।  ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରୁ ଏହି ବିରଳ ପ୍ରଜାତିର ମାଛକୁ ଧରି ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଆଣିଥିଲେ  ।  ସେଠାରେ ପଶ୍ଚିମବଂଗ ନଦିଆ ଜିଲ୍ଲା ରାୟପାଟ ଅଞ୍ଚଳର ଜଣେ ମାଛ ବ୍ୟବସାୟୀ ୫୦ହଜାର ଟଙ୍କା ମାଛଟିକୁ ଦେଇ କିଣି ମାଛଗାଡ଼ିରେ  କଲିକତା ମାଛ ମାର୍କେଟକୁ ପଠାଇଛନ୍ତି  । କଲିକତାରେ ଏହି ମାଛଟିକୁ ୩ଗୁଣା ଅଧିକ ଦାମରେ ବିକି୍ର କରାଯାଇ ବିଦେଶକୁ ରପ୍ତାନୀ କରାଯିବ ବୋଲି ମତ୍ସଜୀବୀମାନେ କହିଛନ୍ତି  ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୧୨ ମସିହାରେ ଦୀଘା ମୁହାଣରେ ୨୦ କୁଇଣ୍ଟାଲ ଓଜନର ଏକ ତିମି ମାଛ ମୃତ ଅବସ୍ଥାରେ କୂଳରେ ଲାଗିଥିଲା  । ସେହିପରି ୨୦୨୦ ମାର୍ଚ୍ଚ ୨ ତାରିଖରେ ଏହି ମୁହାଣରେ ୯ କୁଇଣ୍ଟାଲ ଓଜନର ବିରଳ ପ୍ରଜାତିର ମାଛ ବିକି୍ର ହୋଇଥିବା ବେଳେ ଆଜି ପୁଣି ଏହିଭଳି ଏକ ମାଛ ମାର୍କେଟକୁ ବିକି୍ରପାଇଁ ଆସିଥିଲା  ।  ଏହି ମାଛ ଚିଲପକ୍ଷୀଭଳି ଦେଖାଯାଉଥିବାରୁ ମାଛଟିକୁ ଚିଲଶଙ୍କର ଜାତୀୟ ମାଛବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି  ।  ଏଭଳି ବିରଳ ମାଛ ସମୁଦ୍ରରୁ ବେଳେବେଳେ ଧରାପଡ଼ିଥାଏ ବୋଲି ଦୀଘା ମତ୍ସ୍ୟଜୀବୀ ସଂଘର ସମ୍ପାଦକ ଶ୍ୟାମାପ୍ରସାଦ ଦାସ ପ୍ରକାଶ କରିଛନ୍ତି । ଏହି ବିରଳ ପ୍ରଜାତିର ମାଛଟିକୁ ଦେଖିବା ପାଇଁ ଘଟଣାସ୍ଥଳରେ ପ୍ରବଳ ଜନସମାଗମ ହୋଇଥିଲା

Nalco
Leave A Reply