ସୋର-୨୨/୦୮: ମୋବାଇଲ ମାଧ୍ୟମରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ଲୋନ୍ ଆପ୍ ମାଧ୍ୟମରେ ଲକ୍ଷେଟଙ୍କା ଋଣ ଆଣି ଜଣେ ଶିକ୍ଷକ ବର୍ଷକ ମଧ୍ୟରେ ୩୭ ଲକ୍ଷ ଟଙ୍କା ସୁଝିବା ପରେ ମାନସିକ ଭାରସ୍ୟାମ ହରାଇ ଆଜି ସୋର ରେଳ ଷ୍ଟେସନରେ ଏକ ଚଳନ୍ା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିôବା ବେଳେ ଟ୍ରେନର ଡ୍ରାଇଭରଙ୍କ ସତର୍କତାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଏହି ଶିକ୍ଷକ । ଖନ୍ତାପଡ଼ା ଥାନା ମହାରୁଦ୍ରପୁର ଗ୍ରାମର ଶ୍ରୀଧର ଓଝାଙ୍କ ପୁଅ ପ୍ରଦୀପ ପରିଖି ରିଜିଓନାଲ ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଅଛନ୍ତି । ସେ ଗତ ୨୦୧୭ ମସିହାରେ ବିହାହ ସମୟରେ କିଛି ଟଙ୍କା ଧାର କରିଥିଲେ । ଏହି ଅର୍ଥକୁ ଶୁଝିବା ପାଇଁ ମୋବାଇଲରେ ଆସୁଥିବା ୧୦ଟି ଲୋନ ଆପ୍ରୁ ଏକ ଲକ୍ଷ ଟଙ୍କା ଋଣ କରିଥିଲେ । ଏହି ସବୁ ଋଣ ୭ ଦିନ ମଧ୍ୟରେ ପରିଶୋଧ କରିବାର ନିୟମ ଥିବା ବେଳେ ଏ ସଂପର୍କରେ ଜାଣିନପାରି ୨୦୧୯ ଡିସେମ୍ବର ମାସରୁ ୨୦୨୦ ଡିସେମ୍ବର ମାସ ପର୍ଯ୍ୟନ୍ତ ଆପ୍ମାନଙ୍କ ବିଭିନ୍ନ ପ୍ରକାର ଧମକ ଚମକ ଦ୍ୱାରା ସେ ବାଧ୍ୟହୋଇ ୩୭ ଲକ୍ଷ ଟଙ୍କା ସୁଝିବା ପରେ ବାଧ୍ୟହୋଇ ମୋବାଇଲଟିକୁ ଭାଙ୍ଗିଦେଇଥିଲେ ।
ଏହା ପୂର୍ବରୁ ସେ ସୁଝିଥିବା ୩୭ ଲକ୍ଷ ଟଙ୍କାକୁ ନିଜ ସ୍କୁଲ ସହକର୍ମୀ ଏବଂ ପାଖ ପଡ଼େଶୀଙ୍କଠାରୁ ଧାର ଆଣିବା ସହିତ ନିଜ ଗହଣା, ଗାଡ଼ି ବନ୍ଧା ପକାଇ ସୁଝିଥିଲେ । ସେବେଠାରୁ ଧାର କରିଥିବା ଏହି ଟଙ୍କାକୁ ନିଜେ ପାଉଥିôବା ଦରମା ଟଙ୍କାରୁ ସୁଝିଚାଲିଥିଲେ । ମାତ୍ର ଲୋକମାନଙ୍କ ଧମକଚମକଏବଂ ଆର୍ଥିକ ଅନଟନ ଚାପରେ ଗୋଟିଏ କିଡ଼ିନୀ ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ତାଙ୍କର ବାପ ଜଣେ ରିକ୍ସା ଚାଳକ ହୋଇଥିବା ବେଳେ ପୁଅକୁ କିଛି ସହାଯ୍ୟ କରିପାରିନଥିଲେ । ଏହି ଭଳି ଅବସ୍ଥାରେ ତାଙ୍କର ସ୍ତ୍ରୀ ଏବଂ ପୁଅ ତାଙ୍କ ବାପଘରକୁ ଚାଲିଯିବା ଫଳରେ ପ୍ରବଳ ମାନସିକ ଚାପରେ ବଶବର୍ତ୍ତୀ ହୋଇ ଆଜି ଅପରାହ୍ନରେ ଏକ ଡାଉନ ମାଲବାହୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ଜାଣିପାରି ଟ୍ରେନ ଡାଇଭର ଯୁବକଙ୍କ ନିକଟରେ ଟ୍ରେନ୍ଟିକୁ ଅଟକାଇ ଦେଇଥିଲେ । ଷ୍ଟେସନ କର୍ମଚାରୀ, ଆର୍ପିଏପ୍ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେବା ପରେ ତାଙ୍କୁ ନେଇଯାଇଛନ୍ତି । ପ୍ରଦୀପ ହାତଯୋଡ଼ି ନିଜର ଦୁଃଖ କହିବା ସହିତ ଏପରି ଆପ୍ରୁ ଋଣ ନନେବାପାଇଁ କୋହଭରା କଣ୍ଠରେ କହିଥିଲେ ।
