Odisha news

ସ-ମିଲ୍ ନିକଟରୁ ମୃତଦେହ ଉଦ୍ଧାର : ୫ ଦିନ ହେଲା ନିଖୋଜ ଥିଲେ

0

ସୋର-୨୨/୦୮ : ସୋର ଉତ୍ତରେଶ୍ୱର ଜାତୀୟ ରାଜପଥ ପାଶ୍ୱର୍ ଏକ ସ-ମିଲ ନିକଟରେ ଏକ ଗଳିତ ମୃତଦେହକୁ ସୋର ପୁଲିସ ଜବତ କରିଛି । ମୃତ ବ୍ୟକ୍ତି ଜଣକ ପୌରପରିଷଦ ଅର୍ନ୍ତଗତ ଲିଙ୍ଗପଡ଼ା ଗ୍ରାମର ଶ୍ରୀଧର ରଣା(୫୬) ବୋଲି ଜଣା ପଡ଼ିଛି । ମୃତ ଶ୍ରୀଧର ଗତ ଶୁକ୍ରବାରଠାରୁ ନିଖୋଜ ଥିବା ପରିବାର ଲୋକ ସୋର ଥାନାରେ ଅଭିଯୋଗ କରିଥିଲେ । ଆଜି ଏହି ସ୍ଥାନରେ ଏକ ପାଣିଟୁବରେ ମୁହଁମାଡ଼ି ପଡ଼ିଥିବା ଏଠାରେ କାମ କରୁଥିବା ଶ୍ରମିକମାନେ ଦେଖିପାରି ପୁଲିସକୁ ଖବର ଦେଇଥିଲେ । ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ଦ୍ୱାରା ଶବକୁ ପାଣିରୁ ଉଦ୍ଧାର କରିବା ପରେ ହେଲପିଙ୍ଗହେଣ୍ଡସର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଶବକୁ ସୋର ଡାକ୍ତରଖାନାକୁ ନେଇ ବ୍ୟବଚ୍ଛେଦ କରି ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Nalco
Leave A Reply