ଭଞ୍ଜନଗର—ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡା ଗ୍ରାମ ନିକଟ ରେ ଥିବା ୪୦ଫୁଟ ବିଜ ତଳକୁ ଖସି ଗୁରୁତର ।ସେ ହେଲେ ଦେବବ୍ରତ ବିଶ୍ବାଳ ଘର ଯାଜପୁର ଅଞ୍ଚଳ ଜଣେ ଠିକାଦାର ବୋଲି ଜଣାପଡିଛି ।ଖବର ନେବାରେ ତିଳିସିଙ୍ଗି ଅଞ୍ଚଳରେ ଦେବବ୍ରତର କାମ ଚାଲୁ ରହିଥିବା ବେଳେ ସେହି କାମକୁ ତଦାରଖ କରି ଭଞ୍ଜନଗର ଫେରୁଥିବା ବେଳେ ବିପରୀତ ଦିଗରୁ ମାଲବାହୀ ଟ୍ରକଟି ଯିବାର ଦେଖି ବାଇକ୍ ଚାଳକ ଦେବବ୍ରତ ଉତ୍କ ଟ୍ରକଟିକୁ ସାଇଟି ଦେବା ସମୟରେ ବାଇକ୍ ଟି ଭାରସାମ୍ୟ ହରାଇ ୪୦ଫୁଟ ବିଜ ତଳକୁ ଖସିଯିବା ଫଳରେ ଦେବବ୍ରତ ପେଟଟିଫାଟି ଅନ୍ତପୁଟଳା ବାହାରକୁ ବାହାରି ପଡିବା ଫଳରେ ଗୁରୁତର ହେଇପଡିଥିଲା । ଭଞ୍ଜନଗର ପୁଲିସ ଏହି ଦୁଘଟଣା ଖବର ପାଇ ଦେବବ୍ରତକୁ ଗୁରୁତର ଅବସ୍ଥାରେ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଉତ୍ତି କରାଯାଇଥିଲା ।ଏଠାରେ ଦେବବ୍ରତ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
