Odisha news

ସୋର : ଜିଲ୍ଲାପରିଷଦ ସଭ୍ୟ କମଳାକାନ୍ତ ଘଡାଇ ଓ ଜିଲ୍ଲାପରିଷଦ ସଭ୍ୟା ନିରୋଦପ୍ରଭା ପଣ୍ଡା ବିଜେପିରେ ସାମିଲ

0

ସୋର-୨୦/୦୧  : ସୋରରେ ବିଜେଡ଼ି ଦଳପ୍ରତି ଦୀର୍ଘଦିନ ଧରି ନିଜର ଆନୁଗତ୍ୟ ରଖିଆସିଥିବା ବ୍ଲକ ସଭାପତି କମଳାକାନ୍ତ ଘଡ଼େଇ ଏକଲମ୍ବା ସମୟ ଧରି ବିଜେଡ଼ିର ବ୍ଲକ ସଭାପତି ପଦବୀରେ ରହିଆସିଥିଲାବେଳେ ୧୯ତାରିଖ ବୁଧବାର ଦିନ ପ୍ରାଥମିକ ସଭ୍ୟପଦରୁ ବିଜେଡି ଜିଲ୍ଲା ସଭାପତିଙ୍କୁ ନିଜର ଇସ୍ତଫା ପତ୍ର ଦେଇ ଗୁରୁବାର ଦିନ ବିଜେପି ଜିଲ୍ଲାକାର୍ଯ୍ୟାଳୟରେ ବିଦ୍ଧିବଦ୍ଧଭାବେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜୁ ଜନତାଦଳ ସହିତ ପାଖାପାଖି ଦୁଇ ଦଶନ୍ଧିଧରି ରହିଆସିଥିବା ବେଳେ ବିଜେଡି ପକ୍ଷରୁ ଅବହେଳାର ଶିକାର ହୋଇ ସମ୍ପର୍କକୁ ଛିନ୍ନ କରି ବିଜେପିରେ ସାମିଲ ହୋଇଛନ୍ତି । ୧୯୮୪ ମସିହା କଲେଜ ଛାତ୍ର ଜୀବନରୁ ତକôାଳୀନ ଜନତାଦଳ ସହିତ ସାମିଲ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପରେପରେ ୨୦୦୨ ଓ ୨୦୧୨ ରେ ନିଜ ପଂଚାୟତ ଦହିସଡ଼ାରେ ସରପଂଚ ହୋଇଥିଲାବେଳେ ବିଜେଡ଼ି ଟିକେଟରେ ୨୦୧୭ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୪୪ନମ୍ବର ଜୋନରୁ ଜିଲ୍ଲାପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏପରିକି ୨୦୧୦ ରୁ ବିଜେଡ଼ିର ସୋର ବ୍ଲକର ସଭାପତି ହୋଇ ଦଳ ଓ କର୍ମୀ ମାନଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରଦର୍ଶନ କରି ଆସିଥିଲେ ।

ଚଳିତ ପଂଚାୟତ ନିର୍ବାଚନରେ ଦଳପକ୍ଷରୁ ତାଙ୍କୁ ଉପେକ୍ଷା କରାଯାଇଥିବାରୁ ବାଧ୍ୟ ହୋଇ ବିଜେଡ଼ି ଛାଡ଼ି ବିଜେପିର ମିଶିବା ସହିତ ନିଜର ୪୪ ନମ୍ବର ଜିଲ୍ଲା ପରିଷଦ ଜୋନରୁ ବିଜେପିର ପ୍ରାର୍ଥô ହେବା ନିମନ୍ତେ ଘୋଷଣା କରିଛନ୍ତି । ନାମାଙ୍କନପତ୍ର ଦାଖଲର ଶେଷଦିନ ଶୁକ୍ରବାର ଦିନ ନିଜର ପ୍ରାର୍ଥôପତ୍ର ପତ୍ର ଦାଖଲ କରିବେ ବୋଲି ପ୍ରକାଶ କରିଛନ୍ତି । ଅନୁରୂପଭାବେ ୪୫ ନମ୍ବର ଜିଲ୍ଲ୍ଲାପରିଷଦ ଜୋନର ସଦସ୍ୟା ନିରୋଦବାଳା ପଣ୍ଡା ଆଜି ମଧ୍ୟ ବିଜେଡ଼ିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ ବିଜେପିରେ ମିଶିବା ସହିତ ନିଜ ଜୋନ ପାଇଁ ପ୍ରାର୍ଥôପତ୍ର ଦାଖଲ କରିଛନ୍ତି । ବିଜେପିର ଜିଲ୍ଲା କାର୍ଯ୍ୟାଳୟରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ,ଭଦ୍ରକ ସଂସଦୀୟ କ୍ଷେତ୍ରର ବିଜେପିନେତା ଅଭିମନ୍ୁ୍ୟ ସେଠୀ, ସୋରର ବରିଷ୍ଠନେତା ରାକେଶ ମଲ୍ଳିକ,ଜିଲ୍ଲା ସଂପାଦକ ଇଶ୍ୱର ଚନ୍ଦ୍ର ବେହେରା ଓ ସୋରର ପୂର୍ବତନ ନଗରପାଳ ନଳିନୀକାନ୍ତ ମହାପାତ୍ରଙ୍କ ସମେତ ବହୁ ବ୍ଲକ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ବିଜେଡିର ଏହି ଦୁଇ ବରିଷ୍ଠ ନେତାଙ୍କ ବିଜେପିରେ ଯୋଗଦାନ ପରେ ୪୩ ଓ ୪୪ ନଂ ଜୋନ୍ର ରାଜନୈିତିକ ସମୀକରଣ ପ୍ରଭାବିତ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି

Leave A Reply