Odisha news

ସୋର ୟୁଏନ୍ କଲେଜ ପ୍ରତିଷ୍ଠାତା ଉପେନ୍ଦ୍ରନାଥ ପ୍ରଧାନଙ୍କ ୪୩ ତମ ଶ୍ରାଦ୍ଧ ଉତ୍ସବ

0

ସୋର-୨୦/୦୧ : ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶିକ୍ଷାଗୁରୁ ଉପେନ୍ଦ୍ରନାଥ ପ୍ରଧାନଙ୍କ ୪୩ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ସଭାଗୃହରେ ଭାରପ୍ରାପ୍ତ ଅଧ୍ୟକ୍ଷ ସତ୍ୟବ୍ରତ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶ୍ରାଦେ୍ଧାତ୍ସବରେ ପୂର୍ବତନ ଅଧ୍ୟକ୍ଷ ଡ.ଶ୍ରୀକାନ୍ତ ସାମଲ ଯୋଗଦେଇ ଭାଷଣ ପ୍ରସଙ୍ଗରେ କହିଲେ ଯେ କବିବରଙ୍କ ମାଟିର ଯୋଗ୍ୟ ଦାୟାଦ ଭାବେ ଶିକ୍ଷାର ପ୍ରସାର କ୍ଷେତ୍ରରେ ସ୍ୱର୍ଗତ ପ୍ରଧାନଙ୍କ ଅବଦାନ ଅତୁଳନୀୟ । ସେ ଥିଲେ ସମଗ୍ର ଓଡ଼ିଆ ଜାତି ପାଇଁ ଶିକ୍ଷାର ଆଲୋକ ବର୍ତ୍ତିକା । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ଶରତ ଚନ୍ଦ୍ର ମହାନ୍ତି କହିଲେ ଯେ ଅତୀତର ଶିକ୍ଷା ପ୍ରଣାଳୀ ଓ ସାଂସ୍କୃତିକ ଚେତନାରେ ଅନୁପ୍ରାଣିତ ଶାଶ୍ୱତ ଜୀବନ ଦୃଷ୍ଟି ସଦାସର୍ବଦା ଏ ଅଞ୍ଚଳବାସୀ ପାଇଁ ପ୍ରେରଣା ଯୋଗାଇ ଆସୁଥିବ । ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁକାନ୍ତ ମିଶ୍ର ଯୋଗଦେଇ କହିଲେ ଯେ ଉପେନ୍ଦ୍ର ପ୍ରଧାନଙ୍କ ସାମାଜିକ ଚେତନା ଅର୍ଥନୈତିକ ପ୍ରତିକୂଳତା ଭିତରେ ଅନୁଷ୍ଠାନ ଗଢ଼ିବାର ନିଶା ତାଙ୍କୁ ସମଗ୍ର ଓଡ଼ିଶାରେ ଶିକ୍ଷାଗୁରୁ ଭାବେ ପରିଚିତ କରାଯାଇଛି । ଏହି ଅବସରରେ ପୂର୍ବତନ ଅଧ୍ୟକ୍ଷ ତଥା ସାହିତି୍ୟକ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ସର୍ବୋଚ୍ଚ ନମ୍ପର ରଖିଥିବା ଛାତ୍ରଛାତ୍ରୀଙ୍କୁ ଅର୍ଥରାଶି ଓ ମେଡାଲ ପ୍ରଦାନ କରାଯାଇଥିଲା । ବରିଷ୍ଠ ଅଧ୍ୟାପକ ଡ. ରବୀନ୍ଦ୍ର ବିହାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରିଥିବା ବେଳେ ଅଧ୍ୟାପକ ଭାଗୀରଥି ଘଡାଇ ଓ ଅଧ୍ୟାପକ ମାନସ ରଂଜନ ପଣ୍ଡା ପୁରସ୍କାର ବିରରଣରେ ସହଯୋଗ କରିଥିଲେ । ଶେଷରେ ପୂର୍ଣ୍ଣଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟଜିତ ମହାନ୍ତି, ଡ.ହୃଷିକେଶ ପଣ୍ଡା, ସନ୍ତୋଷ କୁମାର ଦାସ, ମହେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ପଣ୍ଡା, ଅଧ୍ୟାପକ ମନୋଜ କୁମାର ମହାନ୍ତି, ଡ.କଳ୍ପନା କୁମାରୀ ମହାପାତ୍ର, ଗୀତାରାଣୀ ମିଶ୍ର, ଅମ୍ବରିଶ ଦିଣ୍ଡା, ସୁରେନ୍ଦ୍ର ମଣ୍ଡଳ, ଗଜେନ୍ଦ୍ର ପ୍ରଧାନ, ସୁଶାନ୍ତ କୁମାର ଦେ, ପ୍ରଶାନ୍ତ ମହନ୍ତ, ଜୟକୃଷ୍ଣ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.