Odisha news

ସୁପରସୋନିକ୍ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ

0

ବାଲେଶ୍ୱର-୨୦/୦୧ :  ଗୁରୁବାର ପୂର୍ବାହ୍ନ ଘ ୧୦.୪୫ ମିନିଟ୍ ସମୟରେ ଚାନ୍ଦିପୁରସ୍ଥିତ ଆଇ.ଟି.ଆର୍. ପରିସରରେ ଥିବା ୩ନମ୍ବର ଲଞ୍ଚପେଡ଼ରୁ ସୁପରସୋନିକ୍ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସ୍ର ସଫଳ ପରୀକ୍ଷଣ ହୋଇଯାଇଛି । ଏହାକୁ ନୂଆ ଟେକ୍ନୋଲୋଜିରେ ବିକିଶିତ କରାଯାଇଛି । ଭାରତ ଏବଂ ରୁଷର ମିଳିତ ଉଦ୍ୟମରେ ଏହି କ୍ଷେପଣାସ୍ତ୍ରକୁ ପ୍ରଥମେ ବିକଶିତ କରାଯାଇଥିଲା । ଆଜିର ଏହି ପରୀକ୍ଷଣଟି ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆର୍ଡିଓ) ର ଷ୍ଟାଷ୍ଟେଜିକ୍ କମାଣ୍ଡ ଫୋର୍ସ ଦ୍ୱାରା ସଫଳତାର ସହ ପରୀକ୍ଷା କରାଯାଇଛି । ଜଳ,ସ୍ଥଳ ଏବଂ ଆକଶ ମାର୍ଗରୁ ଏହି ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ଶତୁ୍ରପକ୍ଷ ଉପରକୁ ନିକ୍ଷେପ କରାଯାଇ ପାରିବ । ୨ଟି ଭାରିଏଣ୍ଟ ଉପରେ ଲକ୍ଷ୍ୟ ରଖି ଏହାକୁ ବିକଶିତ କରାଯାଇଛି । ପ୍ରଥମଟି ହେଉଛି ଆଣ୍ଟିସିପ୍ ଓ ଦ୍ୱିତୀୟଟି ହେଉଛି ଲ୍ୟାଣ୍ଡ ଏଟାକ୍ ରୋଲ୍ସ । ଆଖିପିଚୁଳାକେ ଶତୁ୍ର ପକ୍ଷର ଶିବିରକୁ ଧ୍ୱଂସ କରିବାର କ୍ଷମତା ରହିଛି । ଆଜିର ଏହି ପରୀକ୍ଷଣ ସମୟରେ ପ୍ରତିରକ୍ଷା ବିଭାଗ, ଡିଆର୍ଡିଓର ବହୁ ବୈଜ୍ଞାନିକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.