ବୈଜ୍ଞାନିକମାନେ କହିଛନ୍ତି ଗୋଡ଼ ଥିବା ସାପ ଦୁନିଆକୁ ଫେରିପାରନ୍ତି । ଆଜି ବି ସାପଙ୍କ ମଧ୍ୟରେ ଏପରି ଜିନ୍ ଅଛି ଯାହା ଗୋଡ଼କୁ ବଢ଼ାଇପାରେ । ୧୫ କୋଟି ବର୍ଷ ପୂର୍ବରୁ ପୃଥିବୀରେ ଏପରି ସାପ ଥିଲା । ହେଲେ ଜିନ୍ରେ ପରିବର୍ତ୍ତନ ଯୋଗୁ ଗୋଡ଼ ଗାଏବ ହୋଇଗଲା । ବୈଜ୍ଞାନିକଙ୍କୁ ଗୋଡ଼ ଥିବା କିଛି ସାପଙ୍କ ଜୀବାଶ୍ମ ମିଳିଛି । ନାଶନାଲ ଜିଓଗ୍ରାଫିକ୍ ରିପୋର୍ଟ ଅନୁଯାୟୀ ଏହି ସାପର ଆକାର ଥିଲା ଝିଟିପିଟି ପରି । ଏମାନଙ୍କର ଆଙ୍ଗୁଠି ଓ ଗୋଡ଼ ଥିଲା । ସାପଙ୍କ ମଧ୍ୟରେ ଏହି ଜିନ୍ ପୁନଶ୍ଚ ଦେଖାଯାଉଛି ।
