Odisha news

ସାବଧାନ ! କେବଳ ସ୍ୱାଦ-ଗନ୍ଧ ନୁହେଁ ସ୍ୱର ମଧ୍ୟ ଯାଇପାରେ, କରୋନା ର ନୂତନ ରିସର୍ଚ୍ଚ ରୁ ଖୁଲାସା

0

ଡିସେମ୍ବର ମାସ ଆସିବା ମାତ୍ରକେ ଥଣ୍ଡା ପଡିଯାଇ ଥାଏ ଓ କରୋନା ର ପ୍ରକୋପ ବଢି ବଢି ଯାଇଥାଏ l ବର୍ତମାନ ଯଦି କୌଣସି ରୋଗର ବିପଦ ଅଧିକ ବଢ଼ୁଥିବାର ଦେଖା ଯାଉଛି ତେହା ହେଉଛି କୋଭିଡ-19 ର ସଂକ୍ରମଣ l ନିକଟରେ ଆସିଥିବା ଗୋଟିଏ ନୂତନ ରିସର୍ଚ୍ଚ ରିପୋର୍ଟ ଅନୁସାରେ କରୋନା ର ନୂତନ ସଂକ୍ରମଣ ଦ୍ୱାରା କେବଳ ସ୍ୱାଦ-ଗନ୍ଧ ନୁହେଁ, ସ୍ୱର ମଧ୍ୟ ପ୍ରଭାବିତ ହେଉଛି l ଯାହାକୁ ଭୋକାଲ କର୍ଡ ପାରାଲିସିସ କୁହାଯାଉଛି l

ସ୍ୱର ପାଇଁ କେତେ ଭୟଙ୍କର କରୋନା ର ନୂଆ ଭାରୀଏଣ୍ଟ –
ଆମେରିକାର ମେସାଚୁସେଟସ ଚକ୍ଷୁ ଓ କର୍ଣ୍ଣ ଚିକିତ୍ସାଳୟ ର ଗବେଷକ ମାନେ ଗବେଷଣାରୁ ପାଇଛନ୍ତି ଯେ କରୋନା ର ସଂକ୍ରମଣ ତନ୍ତ୍ରୀକା ତନ୍ତ୍ର ସହିତ ସମ୍ବନ୍ଧିତ କିମ୍ବା ନ୍ୟୁରୋପାଥିକ ସମସ୍ୟା ମଧ୍ୟ ହୋଇପାରେ l ଏହି କାରଣରୁ ଭୋକାଲ କର୍ଡ ବା ସ୍ୱର ନଳୀ ପରଲିସିସ ମାମଲା ମିଳିଛି l ଏହି ଷ୍ଟଡି ରେ କରୋନା ର ନୂଆ ଭରିଏଣ୍ଟ ରେ ହେଉଥିବା ନୂତନ ଶାରୀରିକ ସମସ୍ୟା ବିଷୟରେ ସଚେତନ କରାଯାଇଛି l

– ମିଳିଥିବା ସୂଚନା ଅନୁସାରେ ଏହି ଭରିଏଣ୍ଟ ରେ ପ୍ରଭାବିତ ଗୋଟିଏ ୧୫ ବର୍ଷର ଝିଅ ନିଜର କଥା କହିବାର ଶକ୍ତି ମଧ୍ୟ ହରାଇ ବସିଛି l ଏହି ସ୍ଥିତି ରେ ପ୍ରଥମେ ପ୍ରଶ୍ୱାସ ନେବାକୁ ଅସୁବିଧା ହୋଇଥାଏ l

– ଗବେଷକ ଙ୍କ ମତରେ ବର୍ତମାନ କରୋନା ର ନୂତନ ଭରିଏଣ୍ଟ ଆସ୍ଥମା ରୋଗୀ ମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି, ସେମାନେ ମଧ୍ୟ ନିଜର କଥା କହିବାର ଶକ୍ତି ହରାଉଛନ୍ତି l ଏବଂ ଆସ୍ଥମା ରୋଗୀମାନେ ସର୍ବାଧିକ ଭୋକାଲ ପରଲିସିସ ରେ ପ୍ରଭାବିତ ହେଉଛନ୍ତି l

– ଏହି ଷ୍ଟଡି ରେ କୁହାଯାଇଛି ଯେ ପୂର୍ବରୁ ଯେଭଳି କରୋନା କାରଣରୁ ସ୍ୱାଦ ଓ ଗନ୍ଧ ପ୍ରଭାବିତ ହେଉଥିଲା, ତାହା ବର୍ତମାନ ମଧ୍ୟ ଘଟୁଛି l ଏହାଛଡା ଲଗାତାର ମୁଣ୍ଡ ବିନ୍ଧା, ଫୁସଫୁସ ପ୍ରଭାବିତ ହେଉଛି l କିନ୍ତୁ ଏହାଛଡା ହାର୍ଟ ଉପରେ ମଧ୍ୟ ଖରାପ ପ୍ରଭାବ ପଡୁଛି l ତେଣୁ କୋଭିଡ ହେବା ମାତ୍ରକେ ଯଥାଶୀଘ୍ର ଡାକ୍ତରଙ୍କୁ ପରାମର୍ଶ କରି ସତର୍କ ରହିବା ଉଚିତ l

Leave A Reply