ମଙ୍ଗଳବାର ଦିନଟି ହନୁମାନଙ୍କୁ ସମର୍ପିତ ଅଟେ l ଜୀବନରେ ଅନେକ ଚେଷ୍ଟା କରି ଆମେ ଅନେକ ଗୁଡିଏ କାର୍ଯ୍ୟରେ ସଫଳତା ଲାଭ କରିପାରୁ ନାହିଁ, ଯାହାକି ଅନେକ ଗୁଡିଏ ଅସୁବିଧାର କାରଣ ଅଟେ l ତେଣୁ ମଙ୍ଗଳବାର ଦିନ ପ୍ରାୟ ସମସ୍ତେ ସଙ୍କଟ ମୋଚନ ହନୁମାନ ଙ୍କୁ ପ୍ରାର୍ଥନା କରି ଥାଆନ୍ତି ସମସ୍ତ ସଙ୍କଟ ରୁ ମୁକ୍ତି ପାଇବା ପାଇଁ l ମାନ୍ୟତା ରହିଛି ଯେ ହନୁମାନ ଚାଳିଶା ଦ୍ୱାରା ବଡ଼ବଡ଼ ସମସ୍ୟା ମଧ୍ୟ ଦୂର ହୋଇଯାଇ ଥାଏ l କିନ୍ତୁ ଯଦି ଆପଣ ହନୁମାନ ଚାଳିଶା ପାଠ କରିବା ସହିତ ହନୁମାନ ଚାଳିଶା ବହି କୁ ନିଜ ତକିଆ ତଳେ ରଖିବେ l ତେବେ ଏହାଦ୍ୱାରା ଅନେକ ବାଧାବିଘ୍ନ ମଧ୍ୟ ଦୂର ହୋଇଥାଏ l
* ଯଦି ଆପଣଙ୍କ ମନ ଛୋଟ ଛୋଟ କଥାରେ ବିଚଳିତ ରହୁଛି କିମ୍ବା ଭଟକି ଯାଉଛି ତେବେ ଏହିସବୁ ସ୍ଥିତି ରୁ ରକ୍ଷା କରିବ ହନୁମାନ ଚାଳିଶା ପାଠ l ମାନ୍ୟତା ରହିଛି ଯେ ଯଦି ଏଭଳି କିଛି ସ୍ଥିତିରେ ଗତି କରୁଛନ୍ତି ତେବେ ରାତିରେ ହନୁମାନ ଚାଳିଶା ପାଠ କରନ୍ତୁ ଓ ତକିଆ ତଳେ ହନୁମାନ ଚାଳିଶା ରଖିବା ଦ୍ୱାରା ମନ ଶାନ୍ତ ରହିଥାଏ ଓ ଏକାଗ୍ରତା ବଢିଥାଏ l
* ଯେଉଁ ଲୋକମାନେ ଅଧିକ ଚିନ୍ତାଗ୍ରସ୍ତ ହୋଇ ରାତିରେ ଠିକ ଭାବରେ ଶୋଇ ପାରି ନଥାଆନ୍ତି ସେମାନେ ହନୁମାନ ଚାଳିଶା ପଢ଼ିସାରି ତାହାକୁ ରାତିରେ ତକିଆ ତଳେ ରଖି ଶୋଇବା ଦ୍ୱାରା ଭଲ ନିଦ ହୋଇଥାଏ l
* କିଛି ଲୋକଙ୍କୁ ପ୍ରତ୍ୟେକ କଥାରେ ନକାରାତ୍ମକ ଭାବନା ଆସିଥାଏ, ଯଦି ଆପଣଙ୍କ ମନରେ ସର୍ବଦା ଏଭଳି ନକାରାତ୍ମକ ଭାବନା ଆସୁଛି ତେବେ ତକିଆ ତଳେ ହନୁମାନ ଚାଳିଶା ରଖି ଶୁଆନ୍ତୁ l ଏହାଦ୍ୱାରା ନକାରାତ୍ମକ ଭାବନା ମନରୁ ଦୂର ହୋଇଥାଏ l
* ନକାରାତ୍ମକ ଭାବନା ସହିତ ଖରାପ ସ୍ବପ୍ନ ରୁ ମଧ୍ୟରୁ ହନୁମାନ ଚାଳିଶା ଦୁରେଇ ରଖିଥାଏ l ତେଣୁ ଯଦି ଭୟ ଲାଗିବା ଭଳି କିଛି ସ୍ବପ୍ନ ଦେଖା ଯାଉଛି ତେବେ ନିଜ ତକିଆ ତଳେ ହନୁମାନ ଚାଳିଶା ରଖି ଶୁଆନ୍ତୁ l
* ଯଦି ଆପଣ ହନୁମାନ ଚାଳିଶା ତକିଆ ତଳେ ରଖିବାକୁ ସ୍ଥିର କରିଛନ୍ତି ତେବେ ତକିଆ ଓ ବିଛଣା ସଫା ହୋଇଥିବା ଜରୁରୀ l ଏହାଛଡା ପ୍ରତିଦିନ ରାତିରେ ଗୋଡ଼ ଧୋଇ ଶୋଇବା ଜରୁରୀ ଏବଂ ହନୁମାନ ଚାଳିଶା ପଢିବା ସମୟରେ ସଙ୍କଟ ମୋଚନ ଙ୍କୁ ମଧ୍ୟ ଧ୍ୟାନ କରନ୍ତୁ l