Odisha news

ସ୍ମାର୍ଟ୍ ଫୋନ୍ ଜରିଆରେ ଗୁଗୁଲ ଆପଣଙ୍କୁ ପ୍ରତି ମୁହୂର୍ତ୍ତରେ କରୁଛି ଟ୍ରାକ , ଏହିପରି ଭାବରେ ନିଜକୁ ରଖନ୍ତୁ ସୁରକ୍ଷିତ

0
ନୂଆଦିଲ୍ଲୀ : ଆଜିକାଲି ଇଣ୍ଟରନେଟ୍ ବ୍ୟବହାର କରିବା ପ୍ରତି ମୁହୂର୍ତ୍ତରେ ଗୋଟିଏ ସାଧାରଣ ଅଭ୍ୟାସ ଭାବରେ ଦେଖା ଦେଇଛି । ଏହା ସାହାଯ୍ୟ ରେ ପିଲାମାନେ ନିଜର ପାଠ ପଢା କରିବା ଠାରୁ ନେଇ ବଡ଼ ମାନେ ନିଜର ସମସ୍ତ କାର୍ଯ୍ୟ ଗୁଡ଼ିକ ଠିକ୍ ଭାବରେ କରିବାକୁ ସକ୍ଷମ ହୋଇ ଥାଆନ୍ତି । ଏହା କେବଳ ଗୋଟିଏ ପାର୍ଶ୍ଵ କିନ୍ତୁ ଏହାର ଆଉ ଗୋଟିଏ ପାର୍ଶ୍ଵ ଏତେ ଭୟଙ୍କର ହୋଇ ପାରେ ହୁଏତ ଆପଣମାନେ ଜାଣି ନଥିବେ ।
ମିଳିଥିବା ସୂଚନା ଅନୁସାରେ ଗୁଗଲ ଇଣ୍ଟରନେଟ୍ ବାହାନା ରେ ଆପଣଙ୍କ ଉପରେ କଡା ନଜର ରଖିଛି । ଆପଣ କୁଆଡେ ଓ କେତେବେଳେ ଯାଉଛନ୍ତି ତାହା ଗୁଗଲ ନଜର ରଖୁଛି । ଯେପରିକି ଆପଣ କାହାକୁ ମେଲ୍ କରୁ ଛନ୍ତି, କାହାକୁ ମେସେଜ କରୁଛନ୍ତି, କେଉଁ ୱେବ୍ ସାଇଟ୍ ବ୍ୟବହାର କରୁଛନ୍ତି ଇତ୍ୟାଦି । ଏହାକୁ ଗୁଗଲ ନିରୀକ୍ଷଣ କରି ନିଜର ସହଯୋଗୀ କମ୍ପାନୀ ଗୁଡ଼ିକୁ ଡାଟା ଟ୍ରାନସ୍ଫର କରିଥାଏ ।
ଏହାର ଅର୍ଥ ଆପଣଙ୍କ ସ୍ମାର୍ଟ ଫୋନ୍ ଗୋଟିଏ ସୁବିଧା ଜନକ ଜିନିଷ ହୋଇଥିଲେ ମଧ୍ୟ କେତେବେଳେ ଆପଣଙ୍କ ଭାଣ୍ଡା ଫୋଡ୍ କରିବ ତାର କୌଣସି ଗ୍ୟାରେଣ୍ଟି ନାହିଁ ଯାହାଦ୍ଵାରା ଆପଣଙ୍କର ଅନେକ ଗୁଡ଼ିଏ ତଥ୍ୟ ପବ୍ଲିକ ଡୋମେନ ରେ ଆସି ଯାଇଥାଏ । ଆପଣ ଯେପରି ଏହି ଅସୁବିଧା ର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛିଟା ଉପାୟ କହିବୁ ।
ଆପଣ ନିଜ ମୋବାଇଲ ଫୋନ ରେ ଗୁଗଲ ସର୍ଚ୍ଚ ଇଞ୍ଜନ ଓପନ କରନ୍ତୁ । ସେଠାରେ Discover ଲେଖା ହୋଇ ଥିବାର ଦେଖିବାକୁ ପାଇବେ । ସେଠାରେ More ଲେଖା ହୋଇଥିବ । ସେହି ସ୍ଥାନରେ କ୍ଲିକ୍ କରିବେ, ଦେଖିବେ myactivity.google.com ଲେଖା ହୋଇଥିବା ଆସିବ । ସେଠାରେ ଆପଣଙ୍କୁ Web&App Activity , Location History ଓ YouTube History ର ୩ଟି ବିକଳ୍ପ ଦେଖା ଯିବ ।
ଏହି ସମସ୍ତ ବିକଳ୍ପ ତଳେ ଆପଣଙ୍କୁ ଗୋଟିଏ ଲେଖାଏଁ ବକ୍ସ ଦେଖାଯିବ । ଯଦି ଆପଣ ଚାହୁଁଛନ୍ତି ଗୁଗଲ ଆପଣଙ୍କ ଗତିବିଧି କୁ ଠାବ ନକରୁ ତେବେ ଆପଣ ସେହି ଟିକ ବଟନ୍ କୁ ଅଫ କ୍ଲିକ୍ କରିବେ । ଏହାପରେ ଗୁଗଲ ୟ୍ୟୁ ଟ୍ୟୁବ୍ ସର୍ଚ୍ଚ ହିଷ୍ଟ୍ରି ଓ ଲୋକେଶନ ଡିଟେଲ୍ସ୍ ଜାଣି ପାରିବ ନାହିଁ । ଯଦି ଆପଣ ଏପରି କରିବେ ନାହିଁ ତେବେ ଗୁଗଲ ସବୁ ତଥ୍ୟ କୁ ଆପଣଙ୍କର ଜାଣି ପାରିବ ।
ଆପଣ Google Chrome ଓ Google Ply ରେ ମଧ୍ୟ ନିଜର ଆକ୍ତିଭିଟ କୁ ନିୟନ୍ତ୍ରଣ କରି ପାରିବେ ।
Leave A Reply