Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା : ଜାନୁଆରି ୩ରୁ ଆରମ୍ଭ ହେବ ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ କରୋନା ଟିକାକରଣ

0

ନୂଆଦିଲ୍ଲୀ : ଦେଶର କରୋନା ବିରୋଧୀ ଲଢେଇ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ଜାନୁଆରି ୩ରୁ ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହେବ । ସେହିପରି ସ୍ବାସ୍ଥ୍ୟ ସେବା କର୍ମୀଙ୍କ ପାଇଁ ଜାନୁଆରି ୧୦ରୁ ୩ୟ ଡୋଜ ବା ପ୍ରିକସନ ଡୋଜ୍ ଆରମ୍ଭ ହେବ । ବୟସ୍କ ଓ ଅନ୍ୟରୋଗ ଥିବା ଲୋକମାନେ ଡାକ୍ତରଙ୍କ ପରାମର୍ଶରେ ୩ୟ ଡୋଜ ନେଇପାରିବେ । ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇ ମୋଦୀ ଏହି ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ ଓମିକ୍ରନକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି । ତେବେ ଏହାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ । ଦେଶର ବୈଜ୍ଞାନିକମାନେ ଏହା ଉପରେ ନଜର ରଖିଛନ୍ତି ।
ଦେଶର ପ୍ରାଯ ୯୦ ପ୍ରତିଶତ ପ୍ରାପ୍ତବୟସ୍କ ଜନତା ଅତିକମରେ ସିଙ୍ଗଲ ଡୋଜ୍ ଟିକା ଓ ୬୧ ପ୍ରତିଶତ ପ୍ରାପ୍ତବୟସ୍କ ଜନତା ଦୁଇଟି ଡୋଜ ଟିକା ନେଇସାରିଛନ୍ତି ବୋଲି ମୋଦା କହିଛନ୍ତି ।

Leave A Reply

Your email address will not be published.